ଜାମୁନି ଗ୍ରାମ ହତ୍ୟା ଘଟଣା: ମୃତକ,ଆହତଙ୍କ ପରିବାରକୁ ମିଳିଲା ସହାୟତା

ପୁରୁଷୋତ୍ତମପୁର, ୧।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନି ଗ୍ରାମରେ ଗତ ଜୁନ ମାସ ୭ତାରିଖରେ ଦୁଇ ଜଣ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏଥିରେ ଯୋଗେଶ ବେହେରା (୨୪)ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଅଜିତ କୁମାର ପାଣିଗ୍ରାହୀ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ପୋଲିସ ରେ କେସ ନଂ ୩୧୪/୨୨ ରେ ମାମଲା ରୁଜୁ ହୋଇ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତେବେ ଉଭୟ ପରିବାରର ଗରିବ ଶ୍ରେଣୀର ହୋଇଥିବାରୁ ଏହାକୁ ନେଇ ପୁରୁଷୋତ୍ତମପୁର ତହସିଲଦାର ନିତିଶ କୁମାର ତ୍ରିପାଠୀ ପରିବାର ବର୍ଗଙ୍କୁ ଭେଟିଥିଲେ। ଏହାସହ ତାଙ୍କର ସମସ୍ୟାକୁ ବୁଝି ମୃତକଙ୍କ ବିଧବା ମା’ ଜାନକୀ ବେହେରା ଓ ଅଜିତ କୁମାର ପାଣିଗ୍ରାହୀଙ୍କୁ ରେଡକ୍ରସ୍‌ରୁ ୨୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି।