Categories: ଫୁରସତ

ପାଠ୍ୟକ୍ରମରେ ସାମିଲ ହେଲା ୭ ବର୍ଷ ବାଳିକାର ଦୁଃସାହସିକ କାର୍ଯ୍ୟ

ପ୍ରକୃତିକୁ ବଞ୍ଚାଇବା ପାଇଁ ୭ ବର୍ଷ ବାଳିକା ଜନ୍ନତର ଦୁଃସାହସିକ କାର୍ଯ୍ୟକୁ ପାଠ୍ୟକ୍ରମରେ ପଢିବେ ଛାତ୍ରୀଛାତ୍ର। ଜମ୍ମୁକଶ୍ମୀରର ଶ୍ରୀନଗରରେ ରହୁଥିବା ଜନ୍ନତ ଗତ ଦୁଇବର୍ଷ ହେବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏତେ ଛୋଟ ବୟସରୁ ସେ ନିଜ ମାତାପିତାଙ୍କ ସହ ମିଶି ଡାଲ ହ୍ରଦରେ ପଡ଼ିଥିବା ବର୍ଜ୍ୟବସ୍ତ ସଫା କରୁଛନ୍ତି। ଏହି କୁନି ଶିଶୁଙ୍କ କାର୍ଯ୍ୟ ଏବଂ ଉତ୍ସାହର କାହାଣୀ ହାଇଦ୍ରାବାଦରେ ଏବେ ବିଦ୍ୟାଳୟ ପୁସ୍ତକରେ ଅନ୍ତର୍ଭୁକ୍ତ କରାଯାଇ ପିଲାମାନଙ୍କୁ ଉତ୍ସାହିତ କରାଯାଉଛି। ମାତାପିତାଙ୍କ ପ୍ରେରଣା ଯୋଗୁ ସବୁକିଛି ସମ୍ଭବ ହୋଇପାରିଛି ବୋଲି ଜନ୍ନତ କହିଛନ୍ତି।
କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜନ୍ନତଙ୍କୁ ପ୍ରଶଂସା କରିଥିଲେ। ମନ କି ବାତ୍‌ରେ ଜନ୍ନତଙ୍କ କଥା ଉଲ୍ଲେଖ କରିଥିଲେ।

Share