ଲଣ୍ଡନ, ୧ା୯: ଇଂଲଣ୍ଡ ପେସର ଜେମି ଓଭର୍ଟନ ସୋମବାର ଟେଷ୍ଟ ତଥା ରେଡ୍-ବଲ କ୍ରିକେଟରୁ ଅନିଶ୍ଚିତ କାଳ ପାଇଁ ବ୍ରେକ୍ ନେଇଛନ୍ତି। ସମସ୍ତ ଫର୍ମାଟରେ ଖେଳିବା ତାଙ୍କ ଲାଗି ସମ୍ଭବ ନଥିବାରୁ ସେ ଏହି ନିଷ୍ପତ୍ତି ନେଇଥିବା କରିଛନ୍ତି। ୩୧ ବର୍ଷୀୟ ପେସର ମାତ୍ର ୨ଟି ଟେଷ୍ଟ ଖେଳିଛନ୍ତି। ଉଭୟ ମ୍ୟାଚ୍ ସେ ଗତ ମାସରେ ଶେଷ ହୋଇଥିବା ଭାରତ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଖେଳିଥିଲେ।
ଚିନ୍ତା କରିବା ପରେ ମୁଁ ରେଡ୍ ବଲ କ୍ରିକେଟ୍ରୁ ଅନିଶ୍ଚିତ କାଳ ପାଇଁ ବ୍ରେକ୍ ନେବାକୁ ନିଷ୍ପତ୍ତି ନେଇଛନ୍ତି। ମୋ କ୍ୟାରିୟରର ଏହି ପର୍ଯ୍ୟାୟରେ ୧୨ ମାସର କ୍ରିକେଟ୍ କ୍ୟାଲେଣ୍ଡରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ସ୍ତରରେ ସମସ୍ତ ଫର୍ମାଟ ଲାଗି ଶାରୀରିକ ଓ ମାନସିକ ଭାବେ ପ୍ରତିବଦ୍ଧ ହେବା ସମ୍ଭବ ନୁହେଁ। ମୁଁ ଆଗକୁ ହ୍ବାଇଟ୍-ବଲ କ୍ରିକେଟ୍ ଉପରେ ଫୋକସ୍ କରିବି ଏବଂ ଯଥା ସମ୍ଭବ ଶୀର୍ଷ ସ୍ତରରେ ଖେଳିବା ପାଇଁ ଯାହା କରିବା ଦରକାର କରିବି ବୋଲି ଓଭର୍ଟନ କହିଛନ୍ତି। ୨୦୨୨ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଓଭର୍ଟନ ଏପର୍ଯ୍ୟନ୍ତ ଇଂଲଣ୍ଡ ପାଇଁ ୬ ଦିନିକିଆ ଓ ୧୨ ଟି୨୦ ମ୍ୟାଚ୍ ଖେଳିଛନ୍ତି।


