ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ଅଲୋଡ଼ା

କେନ୍ଦ୍ରାପଡ଼ା ଅଫିସ୍‌/ ମହାକାଳପଡ଼ା,୧୦ା୫(ଡି.ଏନ.ଏ.): ଦିନ ଥିଲା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଜମ୍ବୁ-ମାର୍ଶାଘାଇ କେନାଲ ଲୋକଙ୍କ ଜୀବନ ରେଖା ପାଲଟିଥିଲା। ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶ ଶାସକ ଏହି ବାଟ ଦେଇ ବିଦେଶରୁ ଖାଦ୍ୟ ଦ୍ରବ୍ୟ ନେଇ କଟକ ଯୋବ୍ରାରେ ପହଞ୍ଚାଇ ଗୋଦାମ ଘରେ ଗଚ୍ଛିତ ରଖୁଥିଲେ। ପରେ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଉ ଥିଲେ। କିନ୍ତୁ ଏହି କେନାଲ ଅର୍ଥନୈତିକ, ବାଣିଜ୍ୟ କ୍ଷେତ୍ରରେ ରୋଜଗାର ଯୋଗାଉଥିଲା ବୋଲି ବରିଷ୍ଠ ବ୍ୟବସାୟୀମାନେ କହିଛନ୍ତି।
ଏ ସମ୍ପର୍କରେ କୃଷକ ନେତା ଅଙ୍କୁର ପଲାଇ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ସର୍ବ ପୁରାତନ ବ୍ରିଟିଶ ନିର୍ମିତ କଟକର ମହାନଦୀରୁ ଜମ୍ବୁ-ମାର୍ଶାଘାଇ କେନାଲ ଉତ୍ପତ୍ତି ହୋଇ ଶେଷରେ ବଙ୍ଗୋପସାଗର ସଂଲଗ୍ନ ଜମ୍ବୁ ନିକଟ ଗୋବରୀ ନଦୀରେ ମିଶ୍ରଣ ହୋଇଛି। ଏହି କେନାଲ ନିର୍ମାଣ ସମୟରେ କେତେଜଣ ଶ୍ରମିକମାନଙ୍କ ଜୀବନ ଯାଇଥିଲା। ବିଦେଶରୁ ସମୁଦ୍ର ପଥ ଦେଇ କେନାଲ ବାଟରେ ବ୍ରିଟିଶ ଶାସକ ମାନେ କଟକକୁ ନୌବାଣିଜ୍ୟ କାରବାର କରୁଥିଲେ। ଏହି ଅଞ୍ଚଳ ର ଗ୍ରାମାଞ୍ଚଳ ବ୍ୟବସାୟୀମାନେ କଟକ ମାଲଗୋଦାମରୁ ସଉଦା ପତ୍ର , ଚୌଦ୍ୱାରରୁ ବାଉଁଶ, ମଣ୍ଡାପଡ଼ାରୁ ବଉଳା ଓ ମାଙ୍କଡ଼ା ପଥର, ମହାନଦୀର ବାଲି ସମେତ ବିଭିନ୍ନ ଗୃହ ନିର୍ମାଣ ସାମଗ୍ରୀକୁ ବଡ଼ ଡଙ୍ଗା ସାହାଯ୍ୟରେ କେନାଲରେ ସୁବିଧାରେ ଆଣୁଥିଲେ। ସେ ଦିନର ଏହି କେନାଲ ଏବେ ତା’ର ସତ୍ତା ହରାଇଛି। ପୂର୍ବ ଭଳି ଆଉ ଯତ୍ନ ନାହିଁ। ଏହି କେନାଲ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଅଧୀନରେ ରହିଛି। କେନାଲର ଗଣ୍ଡ ସୃଷ୍ଠି ହୋଇଥିବା ମଧ୍ୟ ସ୍ଥଳରେ ବୁଦି ବୁଦିକିଆ ବେଣବୁଦା, କଟକି ଦଳ, ଭିର୍ତ୍ତ ହୋଇ ରହିଛି। ବେଣାବୁଦା ମୂଳ ଏବେ ବିଲୁଆ ବସା ବାନ୍ଧି ରହିଥିବା ଦେଖିବାକୁ ମିଳୁଛି। ସୁଦୀର୍ଘ କେନାଲର ବହୁବର୍ଷ ପୂର୍ବରୁ ମହାନଦୀରେ ଭୀଷଣ ବନ୍ୟା ସ୍ରୋତରେ କେନାଲ ବନ୍ଧ ଭାଙ୍ଗି ମହାକାଳପଡ଼ା, କିୟାରବାଙ୍କ, ପରେଶ୍ୱରପୁର, ଟାଙ୍କିବେଲାରି ଓ ଅରୁଣନଗରଠାରେ ବଡ଼ ବଡ଼ ଓସାରିଆ ଗଣ୍ଡ ସୃଷ୍ଠି ହୋଇଥିଲା। ଅଦ୍ୟାବଧି ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ପୁନରୁଦ୍ଧାର କରିବା ପାଇଁ ସେମିତି କିଛି ମେଗା ପ୍ରୋଜେକ୍ଟ ନ ଥିବା କୁହାଯାଇଛି। ହେଲେ ବର୍ଷକୁ ଥରେ ଦୁଇ ଥର ଚାଷୀ ମାନଙ୍କ ପାଇଁ ଜମିକୁ ଜଳ ଯୋଗାଣ କରାଯାଉଛି। ତାହା ପୁଣି କିଛି ଜଳ ଚାଷ ଜମିକୁ ଯାଉଥିବାବେଳେ ବଳକା ଗୋବରୀ ନଦୀରେ ମିଶୁଛି। ପୂର୍ବତନ ସରପଞ୍ଚ ନାଥ କୁମାର ଭୋଳ କହିଛନ୍ତି, ମାର୍ଶାଘାଇଠାରୁ ଜମ୍ବୁ ପର୍ଯ୍ୟନ୍ତ ୨୪ କିମି ଦୂର କେନାଲ ସାରା କଟକୀ ଦଳ ଭରି ରହିଛି। କେନାଲ ଉଭୟ ପାର୍ଶ୍ୱ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲି ଗଲାଣି। ଜଳ ଯୋଗାଣ ସ୍ରୋତ ହ୍ରାସ ପାଇବା ସହ ଚାଷ ଜମିର ହିଡ଼ ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନି। କେବଳ ଚାଷୀମାନଙ୍କଠାରୁ ଜଳକର(ରାଜସ୍ବ ) ଆଦାୟ କରି ବିଭାଗ ଚୁପ୍‌ ହୋଇ ବସିଛି। ରାଜ୍ୟ ସରକାର ଏହି ଅଞ୍ଚଳରେ ଦେଶର ବୃହତ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ଏହି କେନାଲ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ବିରଞ୍ଚି ନାରାୟଣ ଦାସ କହିଛନ୍ତି, ଏହି କେନାଲ ବହୁ ପ୍ରାଚୀନ। ଏହି କେନାଲ ଦିନେ ଆମ ଅଞ୍ଚଳର ଜନସାଧାରଣଙ୍କୁ ରୋଜଗାର ଯୋଗାଉଥିଲା। ଆଜି କେନାଲ ସମସ୍ୟା ବୁଝିବା ପାଇଁ କାହାର ସମୟ ନାହିଁ। ଏହି କେନାଲ ପୁନରୁଦ୍ଧାର ନ ହେଲେ ଆଗାମୀଦିନରେ ଚାଷୀମାନଙ୍କ ଆନ୍ଦୋଳନକୁ ଏଡ଼ାଇ ଦିଆଯାଇନ ପାରେ। ବରିଷ୍ଠ ଚାଷୀ ବାବାଜୀ ବେହେରା କହିଛନ୍ତି, ଏହି କେନାଲ ପୁନରୁଦ୍ଧାର ପାଇଁ ମେଗା ପ୍ରୋଜେକ୍ଟ ଆବଶ୍ୟକତା ରହିଛି। ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର।
ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି, ଯେଉଁ କେନାଲ ଦିନେ ଓଡ଼ିଆମାନଙ୍କର ନୌବାଣିଜ୍ୟର କୀର୍ତ୍ତି ବହନ କରୁଥିଲା ତାହା ଆଜି ଗୁଳ୍ମ ଜାତୀୟ ଜଙ୍ଗଲରେ ଭ୍ରମ ସୃଷ୍ଟି କରିଛି। ଯେଉଁଠି ବଡ ବଡ ଡଙ୍ଗାରେ ପଣ୍ୟଦ୍ରବ୍ୟ କାରବାର ହେଉଥିଲା ସେଠାରେ ଏବେ ଛୋଟ ଡିଙ୍ଗିଟିଏ ପହଞ୍ଚତ୍ବା କଷ୍ଟ କର ହେଉଛି। ଏହାର ପୁନରୁଦ୍ଧାର କରାଗଲେ ଶତାଧିକ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ହୋଇପାରିବ। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ୨ ଥର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ରିପୋର୍ଟ ପ୍ରଦାନ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri