ବାଟବଣା ହୋଇଛି ଜଳଶକ୍ତି ଅଭିଯାନ

କେନ୍ଦ୍ରାପଡ଼ା ଅଫିସ, ୨ା୮:କେନ୍ଦ୍ରାପଡ଼ା ଜିଲା ପାନୀୟ ଜଳ ସଙ୍କଟ ଓ ଜଳ ସଂରକ୍ଷଣ ସମସ୍ୟା ମଧ୍ୟ ଦେଇ ଗତି କରୁଛି। ଜିଲାର ୯ବ୍ଲକ ମଧ୍ୟରୁ ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ମହାକାଳପଡ଼ା, ମାର୍ଶାଘାଇ ବ୍ଲକରେ ଏହା ଉତ୍କଟ ହୋଇଛି। ଗରଦପୁର ବ୍ଲକ ଅଞ୍ଚଳରେ ମଧ୍ୟ ଏହି ସମସ୍ୟା ଦେଖାଦେଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏ ନେଇ ରିପୋର୍ଟ ପରେ ଦେଶର ୨୫୭ଟି ଜିଲା ମଧ୍ୟରୁ ଓଡ଼ିଶାର ଏକମାତ୍ର କେନ୍ଦ୍ରାପଡ଼ା ଜିଲାରେ ୨୦୧୯ ଜୁଲାଇ ୩୦ରେ କେନ୍ଦ୍ର ସରକାର ମିଶନ ଆରମ୍ଭ ହୋଇଛି। ତେବେ ଏହି ମଶନ ଜିଲାରେ ବାଟବଣା ହୋଇଛି। ଏହି ମିଶନ ଆରମ୍ଭକୁ ଇତିମଧ୍ୟରେ ୩ ବର୍ଷ ପୂରିଛି। ଜଳ ସଂରକ୍ଷଣକୁ ଜନ ଆନ୍ଦୋଳନରେ ପରିଣତ କରିବା ବଦଳରେ ଏହା କାଗଜପତ୍ରରେ ସୀମିତ ରହିଥିବା ଦେଖାଯାଉଛି। ଜଙ୍ଗଲ ସୃଷ୍ଟି ପରିବର୍ତ୍ତେ ଜଙ୍ଗଲ ଜମି ଓ ଜିଲାର ବିଭିନ୍ନ ସ୍ଥାନରୁ ଗଛକଟା ଚାଲିଛି। ଏ ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ମାମଲା ହେବା ସହ ପୁରୁଣା ଜଳ ଉତ୍ସର ନବୀକରଣ ନାମରେ ଅର୍ଥ ହରିଲୁଟ ଚାଲିଛି। ଗ୍ରୀନ୍‌ ମହାନଦୀ ଯୋଜନା ଅଦ୍ୟାବଧି କେନ୍ଦ୍ରାପଡ଼ାରେ ପହଞ୍ଚତ୍ ନ ଥିବା ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ସାମାଜିକ କର୍ମୀ ମନ୍ମଥ କୁମାର ରାଉତ, ଚିତ୍ରସେନ ରାଉତ, ଆଳୟ ସାମନ୍ତରାୟ ପ୍ରମୁଖ କହିଛନ୍ତି, ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଭୂତଳ ଜଳ ବୋର୍ଡର ରିପୋର୍ଟ ଓ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ବିଭାଗ ସର୍ଭେ ଅନୁଯାୟୀ ୨୦୩୦ ସୁଦ୍ଧା କେନ୍ଦ୍ରାପଡ଼ା ଜିଲାର ପ୍ରତ୍ୟେକ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦେଖାଦେବ। ଏଥିପାଇଁ ଭୂତଳ ଜଳର ବୃଦ୍ଧି ପାଇଁ ରିଚାର୍ଜ ଆବଶ୍ୟକ। ଘରୋଇ ଭାବେ ଜଳ ସଂରକ୍ଷଣ ଓ ବର୍ଷା ଜଳ ସଂରକ୍ଷଣକୁ ଏହି ମିଶନ ଗୁରୁତ୍ୱ ଦେଇଛି। ସେହିପରି ପାରମ୍ପରିକ ଜଳ ଉତ୍ସର ପୁନରୁଦ୍ଧାର, ଜଳଛାୟା ବିକାଶ, ବ୍ୟାପକ ବନୀକରଣ ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି ହୋଇପାରିବ। ଏହାକୁ କାର୍ଯ୍ୟକାରୀ ପାଇଁ ଜଳଶକ୍ତି ଅଭିଯାନ ଜିଲାରେ ଆରମ୍ଭ ହୋଇଛି। ପ୍ରାଥମିକ ଭାବେ କିଛି ଗଛ ଲଗାଇ ଏହି ଅଭିଯାନକୁ ଆରମ୍ଭ କରାଯାଇଥିଲା। ସେହିପରି ସବୁଜ ମହାନଦୀ ମିଶନ ଜିଲାରେ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ଅପରପକ୍ଷରେ ଜିଲାରେ ଜଳ ସଙ୍କଟକୁ ନେଇ ସତର୍କ ହେବାକୁ ସୂଚନା ଦିଆଯାଇଥିଲେ ମଧ୍ୟ ଖରସ୍ରୋତା ନଦୀରୁ ମଧୁରପାଣି ନିକଟସ୍ଥ ଭଦ୍ରକ ଜିଲାକୁ ଦେବାକୁ ମସୁଧା ଚାଲିଛି। ସୀମିତ ସଂଖ୍ୟକ ଟ୍ୟୁବ୍‌ୱେଲରେ ସକ୍‌ପିଟ ଲଗାଯାଇଛି। ବର୍ଷାଜଳ ସଂରକ୍ଷଣ କରି ଭୂପୃଷ୍ଠକୁ ଛାଡିବା ପାଇଁ ହୋଇଥିବା ଯୋଜନା ବିଫଳ ହୋଇଛି। ସେହିପରି ଏହି ମିଶନର ପ୍ରାଥମିିକ ଲକ୍ଷ୍ୟ ଜଙ୍ଗଲ ସୃଷ୍ଟି। ତେବେ ମଣିକୁଣ୍ଡାରେ ଗ୍ରାମ୍ୟ ଜଙ୍ଗଲ ସହ ଜାତୀୟ ଉଦ୍ୟାନ ଭିତରକନିକା ଜଙ୍ଗଲକୁ ଜିଲା ପ୍ରଶାସନ ସୁରକ୍ଷା ଯୋଗାଇ ପାରୁନାହାନ୍ତି। ନଦୀଶଯ୍ୟାରୁ ବାଲି ଉଠାଣ ଜଳର ଗତିପଥ ବଦଳାଉଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ମୋ ପୋଖରୀ ଖୋଳା ହେଉଥିବା ଦର୍ଶାଯାଉଛି। ତେବେ ଏହା କେବଳ ଅର୍ଥ ହରିଲୁଟର ମାଧ୍ୟମ ହୋଇଛି। ପାନୀୟ ଜଳ ପାଇଁ ଏବେବି ଜିଲାର ୬୦ ଭାଗ ଲୋକ ହନ୍ତସନ୍ତ ହେଉଛନ୍ତି। ଜଳଶକ୍ତି ଅଭିଯାନକୁ ସଫଳ ପାଇଁ ସ୍ଥାନୀୟ ଅଞ୍ଚଳରେ ଜନ ସଚେତନତା ସୃଷ୍ଟି କରାଯାଉ ନ ଥିବା ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଜଳ ଶକ୍ତି ଅଭିଯାନ କାର୍ଯ୍ୟକାରୀରେ କେନ୍ଦ୍ରାପଡ଼ା ଜିଲା ଆଗୁଆ ଅଛି। ପଞ୍ଚାୟତିରାଜ ବିଭାଗଠାରୁ ଆରମ୍ଭ କରି ବନ ବିଭାଗ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି। ଗ୍ରାମ୍ୟ ଜଳଯୋଗାଣ ବିଭାଗ ନଳକୂପ ନିକଟରେ ସକ୍‌ପିଟ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବନୀକରଣ ପାଇଁ ସଚେତନତା ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri