ବଢୁଛି ଜଳକା, ବୈତରଣୀ

ରୂପସା/ଭଣ୍ଡାରିପୋଖରୀ, ୧୪ ।୮(ଡି.ଏନ.ଏ./ସ୍ବ.ପ୍ର.): ଲଗାଣବର୍ଷା ଯୋଗୁ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ଓ ଭଦ୍ରକ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳକା ନଦୀର ମଥାନୀଠାରେ ବିପଦସଂକେତ ୫.୫ମିଟର ଥିବାବେଳେ ଶୁକ୍ରବାର ଏହା ବିପଦ ସଂକେତ ଅତିକ୍ରମ କରି ୬.୨୯ ମିଟରରେ ପହଞ୍ଚତ୍ଥିଲା। ସନ୍ଧ୍ୟାପରେ ଜଳସ୍ତର ହଠାତ୍‌ କମିବା ଆରମ୍ଭ ହୋଇ ଶନିବାର ପୂର୍ବାହ୍ନ ୭ଟା ସୁଦ୍ଧା ୫.୯୮ରେ ପହଞ୍ଚିଥିଲା। ପୁଣି ଦିନ ୧୦ଟାରୁ ଜଳସ୍ତର ବୃଦ୍ଧି ହୋଇ ଅପରାହ୍ନ ୬ଟାରେ ୬.୩୧ମି.ରେ ପହଞ୍ଚିଥିଲା। ସେହିପରି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଆଖୁଆପଦା ଆନିକଟଠାରେ ବୈତରଣୀ ବିପଦ ସଙ୍କେତ ଟପିଛି। ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଶନିବାର ରାତି ୯ଟା ସୁଦ୍ଧା ଜଳସ୍ତର ୧୮.୦୪ ମିଟରରେ ପହଞ୍ଚିଛି।
ବାଲେଶ୍ୱର ଜିଲା ବସ୍ତା ବ୍ଲକର ମଥାନୀ, ଦୁଧହଂସା ଏବଂ ସଦର ବ୍ଲକର ରସଲପୁର ଓ ଶ୍ରୀରାମପୁର ପଞ୍ଚାୟତର ୧୫ରୁ ଊଦ୍ଧର୍‌ବ ଗ୍ରାମ ପାଣିଘେରରେ ରହିଛି। ଏହାଛଡ଼ା ରାଉତପଡ଼ା, ଗଡ଼ପଦା, ବାହାର୍ଦ୍ଦା, ବାସୁଚକୁରାଇ ଆଦି ପଞ୍ଚାୟତର ଚାଷଜମି ଜଳମଗ୍ନ ରହିଛି। ଦିନତମାମ ଜଳସ୍ତର ବଢୁଥିବାରୁ ବସ୍ତାରେ ଏକ ବଡ଼ ବନ୍ୟାର ଆଶଙ୍କା କରାଯାଉଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ନଦୀକୂଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ତଥା ଅନ୍ୟପଟେ ଲଗାଣ ବର୍ଷା ଯୋଗୁ ପ୍ରାୟ ୫୦ ହେକ୍ଟର ଚାଷ ଜମିରେ ବନ୍ୟାଜଳ ଜମି ରହିଛି। ବର୍ଷାଜଳ ନଦୀକୁ ନିଷ୍କାସନ ହୋଇପାରୁ ନ ଥିବାରୁ ଚାଷ ସମ୍ପୂର୍ଣ୍ଣ କ୍ଷତି ହେବା ଆଶଙ୍କା ଦେଖାଦେଇଛି।
ଭଦ୍ରକ ଜିଲା ଆଖୁଆପଦା ଜଳସେଚନ ବିଭାଗ ଏସ୍‌ଡିଓ ଶଙ୍କର୍ଷଣ ବେହେରାଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟାରୁ ଜଳସ୍ତର ହ୍ରାସ ପାଇଥିଲା। ଶନିବାର ସକାଳ ୫ଟା ମଧ୍ୟରେ ୧୭.୫୭ ମିଟରକୁ ଖସିଥିଲା। ଏହାପରେ ସ୍ଥିର ରହି ପୁଣି ସକାଳ ୬ଟାରୁ ବଢ଼ିବା ଆରମ୍ଭ କରିଛି। ଉପରମୁଣ୍ଡରେ ଅଧିକ ବର୍ଷା ଲାଗି ରହିଥିବାରୁ ଜଳସ୍ତର ବୃଦ୍ଧି ପାଉଛି। ବୈତରଣୀର ବନ୍ୟାଜଳ କଣ୍ଟିଘାଇ ଏସ୍‌କେପ ଦେଇ ଭଣ୍ଡାରିପୋଖରୀ ବ୍ଲକର ମାଳଦା, ଷୋଳମପୁର, ନପଙ୍ଗ, ବାଲିପୋଖରୀ ପଞ୍ଚାୟତ ସହ କୁରିଙ୍ଗl ଓ ରହଣିଆ ପଞ୍ଚାୟତର ଆଂଶିକ ଗ୍ରାମରେ ପ୍ରବେଶ କରିବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri