ଜାଲ ଦସ୍ତଖତରେ ଟଙ୍କା ନେଇଗଲେ

ବଇଣ୍ଡା, ୧୬୯ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ତହସିଲ ଅଧିନସ୍ଥ ନାକିଚି ରାଜସ୍ବ ବିଭାଗ ଅଧୀନରେ ଉତ୍ତରାଧାରୀ ପ୍ରମାଣ ପତ୍ର ପାଇବା ପାଇଁ ଜାଲ ଦସ୍ତଖତ ମରାଯାଇ ଏନଏଚ୍‌ର ଜମି କ୍ଷତିପୂରଣ ଟଙ୍କା ଉଠାଇନେବା ସହ ବଳକା ଜମିକୁ ବିକ୍ରି କରିବା ପାଇଁ ଉଦ୍ୟମ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା ଜାନୁଆରୀରେ ଜଣାପଡିବା ପରେ ଠେଲକନାଳୀ ଗ୍ରାମବାସୀ ଜାନୁଆରୀ ୧୩ରେ ଅନୁଗୋଳ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ହେଲେ ଉକ୍ତ ଘଟଣାକୁ ସାମାନ୍ୟ ତଦନ୍ତ କରାଯାଇ ବିଭିନ୍ନ ଚାପରେ ଚପାଇ ଦିଆଯାଇଥିବା ବେଳେ ଉକ୍ତ ଘଟଣାକୁ ଭିଜିଲାନ୍ସ ସହ ଏକ ସ୍ବତନ୍ତ୍ର କମିଟି ଗଠନ କରି ତଦନ୍ତ କରିବା ପାଇଁ ଠେଲକନାଳି ଅଞ୍ଚଳବାସୀ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଏହାର ଏକ ନକଲ ରାଜସ୍ବ ମନ୍ତ୍ରୀ, ରାଜସ୍ବ ସଚିବଙ୍କୁ ପ୍ରଦାନ କରିଛନ୍ତି। ଏଥିସହ ଉତ୍ତରାଧାରୀ ପ୍ରମାଣ ପତ୍ର ପାଇଁ ଜାଲ ଦସ୍ତଖତ ବ୍ୟବହାର କରାଯାଇଥିବା ଠେଲକନାଳୀ ଗ୍ରାମର ସମୀର କୁମାର ପ୍ରଧାନ ମଧ୍ୟ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀ କହିବା ଅନୁଯାୟୀ, ଠେଲକନାଳୀ ମୌଜା ଖାତା ନମ୍ବର ୮୮ ଏ ୦୩.୬୮ ଡ଼ିସିମିଲ ଜମି ସେହି ଗ୍ରାମର ରାମ ପାତ୍ର, ପିତା ଚିନ୍ତା ପାତ୍ର ନାମରେ ରହିଛି। ବହୁ ବର୍ଷ ପୂର୍ବେ ରାମ ପାତ୍ରଙ୍କ ମୃତ୍ୟୁ ଘଟିସାରିଛି। ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ତାଙ୍କ ଜମିର କିଛି ଅଂଶ ଅଧିଗ୍ରହଣ ହୋଇଥିଲା। ରାମ ପାତ୍ରଙ୍କ କୌଣସି ସମ୍ପର୍କୀୟ ନ ଥିବା ବେଳେ ଉକ୍ତ ଅଧିଗ୍ରହଣ ବାବଦ ଅର୍ଥରାଶି ପାଇବା ପାଇଁ ତାଙ୍କର ନକଲି ସମ୍ପର୍କୀୟ କରାଯାଇ ଜାଲ୍‌ ଦସ୍ତଖତ ଜରିଆରେ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି l ଏନ୍‌ଏଚ୍‌ ପକ୍ଷରୁ ଉକ୍ତ ଟଙ୍କାକୁ କ୍ଷତିଗ୍ରସ୍ତ ପରିବାରକୁ ପଇଠ କରିବା ପାଇଁ ନୋଟିସ ଦିଆଯାଇଥିବା ବେଳେ ତାଙ୍କର କୌଣସି ପରିବାର ଲୋକ ନଥିବା ଯୋଗୁଁ ଟଙ୍କା ଅନୁଗୋଳ ଏନଏଚ କାର୍ଯାଳୟଠାରେ ପଡ଼ିରହିଥିଲା l ପରେ ଏହି ଅଞ୍ଚଳର କିଛି ଜମି ମାଫଆ ନାକିଚି ରାଜସ୍ବ ବିଭାଗରେ ଥିବା ତତ୍କାଳ ରାଜସ୍ବ ଅଧିକାରୀଙ୍କ ସହ କେତେକ କର୍ମଚାରୀଙ୍କୁ ହାତକରି ଜଣେ ଯୁବତୀଙ୍କୁ ତାଙ୍କର ସମ୍ପର୍କୀୟ ଭାବରେ ପ୍ରସ୍ତୁତ କରି ତାଙ୍କ ନାମରେ ଏକ ଉତ୍ତରାଧାରୀ ପ୍ରମାଣ ପତ୍ର ବାହାର କରି କ୍ଷତିପୂରଣ ୨୦ ଲକ୍ଷ ଟଙ୍କା ଉଠାଇ ନେବା ସହ ବଳକା ଜମିକୁ ବହୁ କୋଟି ଟଙ୍କାରେ ବିକ୍ରି କରିବା ପାଇଁ ଯୋଜନା ଚଳାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ବିରୋଧ କରିଥିଲେ। ତେବେ ଉତ୍ତରାଧାରୀ ପ୍ରମାଣପତ୍ରରେ ସେହି ଗ୍ରାମର ସମୀର କୁମାର ପ୍ରଧାନଙ୍କ ଜାଲ ଦସ୍ତଖତ ମରାଯାଇଥିବା ବେଳେ ନିଜେ ସମୀର ମଧ୍ୟ ଏହି ଦସ୍ତଖତ ତାଙ୍କର ନୁହେଁ ବୋଲି ଅଭିଯୋଗ କରିଛନ୍ତି। ପୂର୍ବରୁ କିଶୋରନଗର ତହସିଲରେ ଏ ନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତୁରନ୍ତ ଏହି ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଥିବା ଅଧିକାରୀ ଓ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l କିଶୋରନଗର ତହସିଲଦାର ମନୋଜ କୁମାର ପ୍ରଧାନ କହିଛନ୍ତି, ଏହି ଘଟଣା ମୋ ପୂର୍ବରୁ ଘଟିଛି । ଏ ସମ୍ପର୍କରେ ପୂର୍ବରୁ ମଧ୍ୟ ତଦନ୍ତକାରୀ ସଂସ୍ଥା ମୋତେ ରିପୋର୍ଟ ମାଗିଥିବା ବେଳେ ମୁଁ ରିପୋର୍ଟ ପ୍ରଦାନ କରିଛି। ଏବେ ଯାହାକୁ ଉତ୍ତରାଧାରୀ ପ୍ରମାଣପତ୍ର ଦିଆଯାଉଛି, କଡ଼ା ଯାଞ୍ଚ କରାଯାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri