ଅଭିଶପ୍ତ ଜୀବନ ବିତାଉଛନ୍ତି ଜାକମ୍‌ ଗ୍ରାମବାସୀ

ଭବାନୀପାଟଣା,୬ା୬(ଉତ୍ତମ କୁମାର ଦାଶ)ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସୁବିଧା ପାଇଁ ଅନେକ ଯୋଜନା କରୁଛନ୍ତି। ହେଲେ କଳାହାଣ୍ଡି ଜିଲାର ଅନେକ ଅଞ୍ଚଳରେ ଲୋକଙ୍କ ପାଇଁ ସରକାରଙ୍କ ଯୋଜନା ପହଞ୍ଚତ୍ ପାରିନାହଁି। ଫଳରେ ସେମାନେ ଅଭିଶପ୍ତ ଜୀବନ ବିତାଉଛନ୍ତି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଶଗଡା ପଞ୍ଚାୟତର କର୍ଲାପାଟ ଅଭୟାରଣ୍ୟ ନିକଟରେ ରହିଥିବା ଦୁର୍ଗମ ଗ୍ରାମ ଜାକମ୍‌ରେ।
ଏହି ଗ୍ରାମରେ ପ୍ରାୟ ୩୧ ପରିବାର ବସବାସ କରୁଥିବାବେଳେ ଜନସଂଖ୍ୟା ୫ଶହରୁ ଊର୍ଦ୍ଧ୍ୱ ହେବ। ଗ୍ରାମରେ ୯୦ ପ୍ରତିଶତ ଆଦିବାସୀ ଓ ଅବଶିଷ୍ଟ ହରିଜନ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ଦୀର୍ଘ ଦଶନ୍ଧୀ ଧରି ଏହି ଗଁା ଗଢିଉଠିଥିବାବେଳେ ଏଠାରେ ଗମନାଗମନ, ପାନୀୟ ଜଳ, ବିଦ୍ୟୁତ୍‌ ଆଦି ବିଭିନ୍ନ ପ୍ରକାର ମୌଳିକ ସମସ୍ୟା ରହିଛି। ଭବାନୀପାଟଣା-ଥୁଆମୂଳ ରାଜ୍ୟ ରାଜପଥର ୨୦କି.ମି. ଗଲେ ଏହି ଗାଁ ପଡିଥାଏ। ମୁଖ୍ୟ ରାସ୍ତାଠାରୁ ଗଁାକୁ ଯିବାକୁ ହେଲେ ଆରମ୍ଭରେ ଜାକମ୍‌ ନଦୀ ପଡିଥାଏ। ବର୍ଷାଦିନେ ଏହି ନଦୀରେ ବନ୍ୟା ପାଣି ଆସୁଥିବାରୁ ଉକ୍ତ ମାସରେ ଗ୍ରାମବାସୀ ଜଳବନ୍ଦୀ ହୋଇ ରହନ୍ତି। ନଦୀରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦୀର୍ଘବର୍ଷ ହେଲା ପ୍ରଶାସନ, ରାଜନେତାଠାରେ ଦାବି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଗ୍ରାମରେ ପଞ୍ଚମ ଶ୍ରେଣୀ ଯାଏ ସ୍କୁଲ ରହିଛି। ପଞ୍ଚମରୁ ଅଧିକ ପଢିବାକୁ ହେଲେ ୧୦କି.ମି. ଦୂର ଶଗଡା ପଞ୍ଚାୟତ ମୁଖ୍ୟାଳୟକୁ ଯିବାକୁ ପଢିଥାଏ। ଗ୍ରାମବାସୀଙ୍କ କହିବାନୁସାରେ, ୨୦୧୭ରେ ଏହି ଗ୍ରାମକୁ ପ୍ରଥମ ଥର ପାଇଁ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। ଏହାପରେ ବର୍ଷା ମାସରେ ସ୍ଥାନୀୟ ନଦୀରେ ବଢି ଆସିବା ପରେ ବିଦ୍ୟୁତ୍‌ ଖୁଣ୍ଟ ଓ ତାର ଓହଳି ପଡିଥିଲା। ଏହାପରେ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିଦ୍ୟୁତ ବିଭାଗ ଏହାକୁ ମରାମତି କରିବାରେ ବିଳମ୍ବ କରିବାରୁ ଏହାର ଫାଇଦା ନେଇଁ ଚୋରମାନେ ଖୁଣ୍ଟ ଓ ତାରକୁ କାଟିନେଇଥିଲେ। ଗ୍ରାମରେ ଲାଗିଥିବା ଟ୍ରାନ୍ସଫର୍ମର ଏହାର ମୁକସାକ୍ଷୀ ପାଲଟିଛି। ଗତ ୭ବର୍ଷ ହେଲା ଏଠାରେ ବିଜୁଳି ନ ଥିବାରୁ ସ୍ଥାନୀୟ ଲୋକେ ଅନ୍ଧାରରେ ଜୀବନ ବିତାଉଛନ୍ତି। ସେହିପରି ଜାକମ୍‌ର ବସ୍ତିପଡା ଲୋକଙ୍କ ପାଇଁ ସୋଲାର ପାଇପ୍‌ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିବାବେଳେ ଟିକ୍ରାପଡା ବାସିନ୍ଦାଙ୍କ ପାଇଁ ଏବେ ଝରଣା ପାଣି ଭରସା ହୋଇଛି। ଜିଲା ପ୍ରଶାସନ ଦୃଷ୍ଟିଦେଇ ଗ୍ରାମରେ ପାନୀୟ ଜଳ, ବିଦ୍ୟୁତ୍‌, ପୋଲ ଆଦି ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri