ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ ଥିବା ଏସ୍ଡିପିଓ ଲକ୍ଷ୍ମୀଧର ସ୍ବାଇଁ ଧାମନଗର ବଦଳି ହୋଇଛି। ଏସ୍ଡିପିଓ ପାତ୍ର ଭାରତୀୟ ନୌସେନାର ଜଣେ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଅବସର ନେବାପରେ ଓଡ଼ିଶା ପୋଲିସରେ ଯୋଗଦେଇ ଯାଜପୁର, କେନ୍ଦ୍ରାପଡା, ଦେବଗଡ଼ ଓ ଭୁବନେଶର କମିଶନରେଟରେ କାର୍ଯ୍ୟକରିଛନ୍ତି। ସେ କିଛି ବର୍ଷ ହେଲା ଯାଜପୁର ଟାଉନ ଥାନାରେ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଗତ ଏପ୍ରିଲ ମାସରୁ ତାଙ୍କର ଡିଏସ୍ପି ପାହ୍ୟାକୁ ପଦୋନତି ହୋଇଥିଲା ବେଳେ ସେ ଟାଉନ ଥାନାରେ ଭାରପ୍ରାପ୍ତ ଅଧିକାରୀ ରହିଥିଲେ। ଏବେ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ତାଙ୍କୁ ଯାଜପୁର ରୋଡ଼ ଏସ୍ଡିପିଓଭାବେ ବଦଳି କରାଯାଇଛି। ପାତ୍ର ଜଣେ କବି ଓ ପ୍ରବାଚକ ଭାବେ ଖୁବ ଜଣାଶୁଣା ଅଟନ୍ତି।


