ଯାଜପୁର ରୋଡ୍‌ ଜିଆର୍‌ଓପି ହେବ ଜିଆର୍‌ପିଏସ୍‌

ଯାଜପୁର,୨୮ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନ (ଜେଜେକେଆର) ‘ଏ’ ବର୍ଗ ସତ୍ତ୍ବେ ଏଠାରେ ଦୀର୍ଘଦିନ ଧରି ଗର୍ଭମେଣ୍ଟ ରେଲଓ୍ବେ ଆଉଟପୋଷ୍ଟ (ଜିଆର୍‌ଓପି) ରହିଛି। ମାତ୍ର ୨ ଜଣ ଏଏସ୍‌ଆଇ ଏବଂ ୪ ଜଣ କନଷ୍ଟେବଳଙ୍କ ଦ୍ୱାରା ପ୍ରାୟ ୪୦୦ କି.ମି. ରେଳ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କଷ୍ଟକର ହେଉଛି। ଏହି ମର୍ମରେ ୧୨ା୯ା୨୦୨୩ରେ ଧରିତ୍ରୀରେ ସବିଶେଷ ଖବର ପ୍ରକାଶ ପାଇବା ସହ ୧୫ା୯ା୨୦୨୩ରେ ଯାଜପୁର ରୋଡ୍‌ ରେଳଷ୍ଟେଶନ ପରାମର୍ଶଦାତା କମିଟି ପକ୍ଷରୁ କଟକ ପୋଲିସ ଡିଜିଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରାଯିବା ପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଛି। ଅନୁଗୋଳ, ଢେଙ୍କାନାଳ, ନୟାଗଡ଼ ଓ ବାଲୁଗଁା ଷ୍ଟେଶନରେ ନୂତନ ଜିଆର୍‌ପିଏସ୍‌(ଗର୍ଭମେଣ୍ଟ ରେଳଓ୍ବେ ପୋଲିସ ଷ୍ଟେଶନ), ବଇଣ୍ଡା, ବୁଢାପଙ୍କ, କେନ୍ଦ୍ରାପଡା, କେନ୍ଦୁଝର, ବଡବିଲ, ଖଲ୍ଲିକୋଟ ଓ ବାଙ୍ଗିରିପୋଷି ଷ୍ଟେଶନରେ ନୂତନ ଜିଆରଓପି ଏବଂ ପାରାଦୀପ, ପାରଳାଖେମୁଣ୍ଡି, ଯାଜପୁର ରୋଡ୍‌, ବାରିପଦା ଓ ଜଳେଶ୍ୱର ଜିଆରଓପିକୁ ଜିଆର୍‌ପିଏସ୍‌ ମାନ୍ୟତା ଦେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏହି କ୍ରମରେ ଗତ ୨୬ ତାରିଖରେ କଟକ ରେଲଓ୍ବେ ପୋଲିସର ଅଧୀକ୍ଷକ ଆସନ୍ତା ୩୦ ତାରିଖ ସୁଦ୍ଧା ଆବଶ୍ୟକ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବାକୁ କଟକ, ଖୋର୍ଦ୍ଧାରୋଡ୍‌, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର ଆଇଏସ୍‌ଆଇସି, ଓଏସ୍‌ଆଇସି ଏବଂ କଟକ ଜିଆରପିଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାବାଦ ଭୁବନେଶ୍ୱର ରେଲଓ୍ବେ ଏବଂ କୋଷ୍ଟାଲ ସିକ୍ୟୁରିଟି ଆଡିଶନାଲ ଡିଜିଙ୍କୁ ଯାଜପୁର-କେନ୍ଦୁଝର ରୋଡ୍‌ ଜିଆର୍‌ଓପିକୁ ଜିଆର୍‌ପିଏସ୍‌ ଭାବେ ମାନ୍ୟତା ଦେବାକୁ ପ୍ରସ୍ତାବ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯାଜପୁର ରୋଡ୍‌ ରେଳଷ୍ଟେଶନ ସମ୍ପୂର୍ଣ୍ଣ ଭାବେ ଅବହେଳିତ ହୋଇ ପଡ଼ିରହିଛି। ଏହାର ସମସ୍ତ ୫ଟି ପ୍ଲାଟଫର୍ମରେ ସମ୍ପୂର୍ଣ୍ଣ ଛାତ ଓ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ରହଣି ଇତ୍ୟାଦି ଦାବି ହୋଇ ଆସୁଥିଲେ ହେଁ କିଛି ସୁଫଳ ମିଳିପାରୁନାହିଁ। ଏହାବାଦ ଷ୍ଟେଶନର ଦକ୍ଷିଣ ଫାଟକରେ ଏକ ଫ୍ଲାଏଓଭର ବ୍ରିଜ ନିର୍ମାଣ କରିବାକୁ ଦାବି ହୋଇ କେନ୍ଦ୍ର ବଜେଟରେ ଅର୍ଥ ମଞ୍ଜୁର ହୋଇସାରିଥିଲେ ହେଁ ତାହା ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ଏପରି କି ଗତ ମାର୍ଚ୍ଚ ୫ରେ ଚଣ୍ଡିଖୋଲଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ରୋଡ୍‌ ଷ୍ଟେଶନରେ ଫ୍ଲାଏଓଭର ଓ ଗଳିପୋଲ ନିର୍ମାଣ କରିବାକୁ ଉଦ୍‌ଘାଟନ କରିଥିଲେ ହେଁ କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ଘଟୁଛି। ରେଲଓ୍ବେ ପକ୍ଷରୁ କେବଳ ଜମି ଅଧିଗ୍ରହଣ ଉଦ୍ଦେଶ୍ୟରେ ଏକ ନୋଟିସ ଜାରି କାର୍ଯ୍ୟରେ ପଦକ୍ଷେପ ସୀମିତ ରହିଥିବା ଅଭିଯୋଗ ହେଉଛି। ଫଳରେ ଯାଜପୁର ରୋଡ୍‌ ସହରର ଦକ୍ଷିଣ ପାର୍ଶ୍ୱ ଅଞ୍ଚଳରେ ଥିବା ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, କେନ୍ଦ୍ରୀୟ ବିଦ୍ୟାଳୟ, ଏନ୍‌ସି ହାଇସ୍କୁଲ, ପ୍ରାଣୀ ଚିକିତ୍ସାଳୟ, ଶଶିଭୂଷଣ ବାଳିକା ହାଇସ୍କୁଲ, ମୁଣ୍ଡାମାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମେତ ରାଛିପୁର, ଜୋକଡ଼ିଆ, ମାର୍ଥାପୁର ଆଦି ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଥରେ ରେଳ ଫାଟକ ବନ୍ଦ ରହିଲେ ପ୍ରାୟ ସମୟରେ ୪ଟି ଗାଡ଼ି ଅତିକ୍ରମ କରୁଛି। ଫଳରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ପଥଚାରୀ ପ୍ରବଳ ଖରାରେ ଅଟକି ରହୁଥିବାର ଦେଖିବାକୁ ମିଳୁଛି। ନିର୍ବାଚନ ସମୟରେ ସାଧାରଣ ଲୋକଙ୍କୁ ଏଭଳି ଭାବେ ଅଣଦେଖା ସରକାରଙ୍କ ପାଇଁ ବୁମେରାଂ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri