ଯାଜପୁର ରୋଡ୍‌ ଜିଆର୍‌ଓପି ହେବ ଜିଆର୍‌ପିଏସ୍‌

ଯାଜପୁର,୨୮ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନ (ଜେଜେକେଆର) ‘ଏ’ ବର୍ଗ ସତ୍ତ୍ବେ ଏଠାରେ ଦୀର୍ଘଦିନ ଧରି ଗର୍ଭମେଣ୍ଟ ରେଲଓ୍ବେ ଆଉଟପୋଷ୍ଟ (ଜିଆର୍‌ଓପି) ରହିଛି। ମାତ୍ର ୨ ଜଣ ଏଏସ୍‌ଆଇ ଏବଂ ୪ ଜଣ କନଷ୍ଟେବଳଙ୍କ ଦ୍ୱାରା ପ୍ରାୟ ୪୦୦ କି.ମି. ରେଳ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କଷ୍ଟକର ହେଉଛି। ଏହି ମର୍ମରେ ୧୨ା୯ା୨୦୨୩ରେ ଧରିତ୍ରୀରେ ସବିଶେଷ ଖବର ପ୍ରକାଶ ପାଇବା ସହ ୧୫ା୯ା୨୦୨୩ରେ ଯାଜପୁର ରୋଡ୍‌ ରେଳଷ୍ଟେଶନ ପରାମର୍ଶଦାତା କମିଟି ପକ୍ଷରୁ କଟକ ପୋଲିସ ଡିଜିଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରାଯିବା ପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଛି। ଅନୁଗୋଳ, ଢେଙ୍କାନାଳ, ନୟାଗଡ଼ ଓ ବାଲୁଗଁା ଷ୍ଟେଶନରେ ନୂତନ ଜିଆର୍‌ପିଏସ୍‌(ଗର୍ଭମେଣ୍ଟ ରେଳଓ୍ବେ ପୋଲିସ ଷ୍ଟେଶନ), ବଇଣ୍ଡା, ବୁଢାପଙ୍କ, କେନ୍ଦ୍ରାପଡା, କେନ୍ଦୁଝର, ବଡବିଲ, ଖଲ୍ଲିକୋଟ ଓ ବାଙ୍ଗିରିପୋଷି ଷ୍ଟେଶନରେ ନୂତନ ଜିଆରଓପି ଏବଂ ପାରାଦୀପ, ପାରଳାଖେମୁଣ୍ଡି, ଯାଜପୁର ରୋଡ୍‌, ବାରିପଦା ଓ ଜଳେଶ୍ୱର ଜିଆରଓପିକୁ ଜିଆର୍‌ପିଏସ୍‌ ମାନ୍ୟତା ଦେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏହି କ୍ରମରେ ଗତ ୨୬ ତାରିଖରେ କଟକ ରେଲଓ୍ବେ ପୋଲିସର ଅଧୀକ୍ଷକ ଆସନ୍ତା ୩୦ ତାରିଖ ସୁଦ୍ଧା ଆବଶ୍ୟକ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବାକୁ କଟକ, ଖୋର୍ଦ୍ଧାରୋଡ୍‌, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର ଆଇଏସ୍‌ଆଇସି, ଓଏସ୍‌ଆଇସି ଏବଂ କଟକ ଜିଆରପିଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାବାଦ ଭୁବନେଶ୍ୱର ରେଲଓ୍ବେ ଏବଂ କୋଷ୍ଟାଲ ସିକ୍ୟୁରିଟି ଆଡିଶନାଲ ଡିଜିଙ୍କୁ ଯାଜପୁର-କେନ୍ଦୁଝର ରୋଡ୍‌ ଜିଆର୍‌ଓପିକୁ ଜିଆର୍‌ପିଏସ୍‌ ଭାବେ ମାନ୍ୟତା ଦେବାକୁ ପ୍ରସ୍ତାବ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯାଜପୁର ରୋଡ୍‌ ରେଳଷ୍ଟେଶନ ସମ୍ପୂର୍ଣ୍ଣ ଭାବେ ଅବହେଳିତ ହୋଇ ପଡ଼ିରହିଛି। ଏହାର ସମସ୍ତ ୫ଟି ପ୍ଲାଟଫର୍ମରେ ସମ୍ପୂର୍ଣ୍ଣ ଛାତ ଓ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ରହଣି ଇତ୍ୟାଦି ଦାବି ହୋଇ ଆସୁଥିଲେ ହେଁ କିଛି ସୁଫଳ ମିଳିପାରୁନାହିଁ। ଏହାବାଦ ଷ୍ଟେଶନର ଦକ୍ଷିଣ ଫାଟକରେ ଏକ ଫ୍ଲାଏଓଭର ବ୍ରିଜ ନିର୍ମାଣ କରିବାକୁ ଦାବି ହୋଇ କେନ୍ଦ୍ର ବଜେଟରେ ଅର୍ଥ ମଞ୍ଜୁର ହୋଇସାରିଥିଲେ ହେଁ ତାହା ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ଏପରି କି ଗତ ମାର୍ଚ୍ଚ ୫ରେ ଚଣ୍ଡିଖୋଲଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ରୋଡ୍‌ ଷ୍ଟେଶନରେ ଫ୍ଲାଏଓଭର ଓ ଗଳିପୋଲ ନିର୍ମାଣ କରିବାକୁ ଉଦ୍‌ଘାଟନ କରିଥିଲେ ହେଁ କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ଘଟୁଛି। ରେଲଓ୍ବେ ପକ୍ଷରୁ କେବଳ ଜମି ଅଧିଗ୍ରହଣ ଉଦ୍ଦେଶ୍ୟରେ ଏକ ନୋଟିସ ଜାରି କାର୍ଯ୍ୟରେ ପଦକ୍ଷେପ ସୀମିତ ରହିଥିବା ଅଭିଯୋଗ ହେଉଛି। ଫଳରେ ଯାଜପୁର ରୋଡ୍‌ ସହରର ଦକ୍ଷିଣ ପାର୍ଶ୍ୱ ଅଞ୍ଚଳରେ ଥିବା ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, କେନ୍ଦ୍ରୀୟ ବିଦ୍ୟାଳୟ, ଏନ୍‌ସି ହାଇସ୍କୁଲ, ପ୍ରାଣୀ ଚିକିତ୍ସାଳୟ, ଶଶିଭୂଷଣ ବାଳିକା ହାଇସ୍କୁଲ, ମୁଣ୍ଡାମାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମେତ ରାଛିପୁର, ଜୋକଡ଼ିଆ, ମାର୍ଥାପୁର ଆଦି ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଥରେ ରେଳ ଫାଟକ ବନ୍ଦ ରହିଲେ ପ୍ରାୟ ସମୟରେ ୪ଟି ଗାଡ଼ି ଅତିକ୍ରମ କରୁଛି। ଫଳରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ପଥଚାରୀ ପ୍ରବଳ ଖରାରେ ଅଟକି ରହୁଥିବାର ଦେଖିବାକୁ ମିଳୁଛି। ନିର୍ବାଚନ ସମୟରେ ସାଧାରଣ ଲୋକଙ୍କୁ ଏଭଳି ଭାବେ ଅଣଦେଖା ସରକାରଙ୍କ ପାଇଁ ବୁମେରାଂ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri