ବିଜେଡି, ଭାଜପା ପାଇଁ ସମ୍ମାନର ଲଢ଼େଇ

ଯାଜପୁର,୧୫ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୧୯ରେ ବିଜୟୀ ହୋଇଥିବା ବିଜେଡିର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏଥର ସମ୍ବଲପୁର ଲୋକ ସଭା ଆସନରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ପ୍ରଣବଙ୍କ ସ୍ଥାନରେ ଯାଜପୁର ବିଧାନସଭା ଆସନରୁ ଦଶରଥପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷା ସୁଜାତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ରାଜନୈତିକ ପାଣିପାଗ ବେଶ୍‌ ସରଗରମ ହୋଇଛି। ୧୯୮୫ରୁ ଏହି ଆସନ ଅଣକଂଗ୍ରେସ ପ୍ରାର୍ଥୀଙ୍କ କବ୍‌ଜାରେ ରହିଆସିଥିବାବେଳେ ୨୦୦୦ରୁ ବିଜେଡି ପ୍ରାର୍ଥୀ ଜିତି ଆସୁଛନ୍ତି। ବବି ୨୦୦୯ରୁ କ୍ରମାଗତ ୩ଥର ଏଠାରୁ ବିଜୟୀ ହୋଇଛନ୍ତି।

ଚଳିତଥର ବିଜେଡି ପତିଆରାକୁ ଜାରି ରଖିବା ସୁଜାତାଙ୍କ ଦକ୍ଷତା ଉପରେ ନିର୍ଭର କରୁଥିବାବେଳେ ଦଳ ପାଇଁ ସମ୍ମାନର ଲଢ଼େଇ ହୋଇଛି। ଭାଜପା ଏଠାରେ ଗତଥରର ପ୍ରାର୍ଥୀ ଗୌତମ ରାୟଙ୍କୁ ଭରସା କରିଛି। ୨୦୧୯ରେ ସେ ୫୯ ହଜାର ୮୨ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ୨୦୧୪ ତୁଳନାରେ ୨୦୧୯ରେ ଭାଜପା ପ୍ରାର୍ଥୀଙ୍କୁ ୨୪.୨% ପ୍ରତିଶତ ଅଧିକ ଭୋଟ ମିଳିଥିଲା ଏବଂ ବବିଙ୍କ ଭୋଟହାର ୮.୯୩% ହ୍ରାସ ପାଇଥିଲା। ଏଥର ବବି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ହୋଇନାହାନ୍ତି। ବିଜେଡିର ନୂଆ ଚେହେରା ସହ ଗୌତମଙ୍କର ଲଢ଼େଇ ହେଉଥିବାରୁ ଭୋଟରଙ୍କ ମନ ଜିଣିବାରେ ତାଙ୍କ ଦକ୍ଷତାର ପରୀକ୍ଷା ହେବ ବୋଲି କୁହାଯାଉଛି। ସେହିପରି ଭାଜପା ପାଇଁ ମଧ୍ୟ ସମ୍ମାନର ଲଢ଼େଇ ହେଉଥିବା ଅନେକେ ବିବେଚନା କରୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଏଥର ପ୍ରାର୍ଥୀ ପରିବର୍ତ୍ତନ କରି ସୁଦୀପ କୁମାର କରଙ୍କ ଉପରେ ଭରସା କରିଛି। ସେ କେତେ ସଫଳ ହେବେ ତାହା ଜୁନ୍‌ ୪ରେ ସ୍ପଷ୍ଟ ହୋଇଯିବ।

ରାଜ୍ୟରେ ଏଥର ନବୀନ ଏବଂ ମୋଦିଙ୍କ ଲୋକପ୍ରିୟତା ପ୍ରତି ଭୋଟର କେତେ ଆକର୍ଷିତ ହେଉଛନ୍ତି ତାହା କହିବା ଅନେକଙ୍କ ପାଇଁ କଷ୍ଟକର ହୋଇଛି। ଏଭଳିସ୍ଥଳେ ରାଜ୍ୟର ସବୁ ଲୋକ ସଭା ଆସନ ଏବଂ ଅନେକ ବିଧାନସଭା ଆସନରେ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହେଉଥିବାରୁ ଉଭୟ ଦଳ ପାଇଁ ସମ୍ମାନର ବାଜି ଲାଗିଛି। ଯାଜପୁର ଜିଲା କଥା ଦେଖିଲେ ଏଥର ଯାଜପୁର, କୋରେଇ, ବଡ଼ଚଣା ଓ ବରୀ ଆସନରେ ଯେଭଳି ପ୍ରତିଦ୍ୱନ୍ଦ୍ୱିତା ଚାଲିଛି, ସେଥିରୁ ଉଭୟ ଦଳ ମଧ୍ୟରୁ କେହି ବି ସଫଳତା ପାଇପାରନ୍ତି ଏବଂ ହାରଜିତ୍‌ର ବ୍ୟବଧାନ କମ୍‌ ରହିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।

ଯାଜପୁର ଜିଲାର ପ୍ରମୁଖ ନେତା ଭାବେ ପରିଚିତ ବବି ଏବେ ସମ୍ବଲପୁରରେ ନିଜ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ହେଲେ ଯାଜପୁର ଜିଲାର ପ୍ରତ୍ୟେକ ଆସନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ବବିଙ୍କ ପାଇଁ ସମ୍ମାନର ବିଷୟ ବୋଲି ଅନେକେ ମତ ଦେଉଛନ୍ତି। ସମ୍ପ୍ରତି ସବୁ ଦଳର ପ୍ରାର୍ଥୀ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ବବି ବିଭିନ୍ନ ସମୟରେ ଯାଜପୁର ଆସି ଯାଜପୁର ବିଧାନସଭା ପ୍ରାର୍ଥୀ ସୁଜାତା ଏବଂ କୋରେଇ ପ୍ରାର୍ଥୀ ତଥା ତାଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କ ପାଇଁ ପ୍ରଚାର କରୁଛନ୍ତି। ତାଙ୍କ ପରିବାରବର୍ଗ ଉଭୟ କୋରେଇ ଓ ଯାଜପୁରର ପ୍ରଚାର ଭାର ସମ୍ଭାଳିଥିବା ଦେଖିବାକୁ ମିଳିଛି। ବବି ନିଜର କର୍ମୀଙ୍କ ଉପରେ ଭରସା କରି କୋରେଇ ଓ ଯାଜପୁରରେ ନିର୍ବାଚନୀ ବୈତରଣୀ ପାର ହେବାକୁ ଆଶା ରଖିଛନ୍ତି। ଏପଟେ ଗୌତମ ଦୁର୍ନୀତିମୁକ୍ତ ଶାସନ ସହ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଗ୍ରାମର ବିକାଶ କରିବେ ବୋଲି ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ମନାଇବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri