Posted inଖେଳ

ଭାରତୀୟ ଟେଷ୍ଟ ଦଳରେ ଜୟସ୍ବାଲ, ଗାଏକ୍ୱାଡ୍‌

ନୂଆଦିଲ୍ଲୀ, ୨୪।୬(ପି.ଟି.): ଭାରତ-ଓ୍ବେଷ୍ଟଇଣ୍ଡିଜ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁଲାଇ ୧୨ରୁ ରୋସେଉଠାରେ ଆରମ୍ଭ ହେବ। ଏଥିପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରୁ ଚେତେଶ୍ୱର ପୂଜାରାଙ୍କୁ ବାଦ୍‌ ଦିଆଯାଇ ଯୁବ ଖେଳାଳି ଯଶସ୍ବୀ ଜୟସ୍ବାଲ ଓ ଋତୁରାଜ ଗାଏକ୍ୱାଡ୍‌ଙ୍କୁ ସାମିଲ କରାଯାଇଛି। ଶିବ ସୁନ୍ଦର ଦାସଙ୍କ ନେତୃତ୍ୱାଧୀନ ଚୟନ ପ୍ୟାନେଲ ଆଗାମୀ ୨ ବର୍ଷର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସାଇକେଲ (୨୦୨୩-୨୫)କୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଥିବା ସ୍ପଷ୍ଟ ହୋଇଛି। ଫଳରେ ପୂଜାରାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ସରି ଆସୁଥିବା ସୂଚନା ମିଳିଛି।
ଶାମିଙ୍କୁ ବିଶ୍ରାମ, ମୁକେଶ ସାମିଲ
ଟେଷ୍ଟ ସହ ଭାରତୀୟ ଦିନିକିଆ ଦଳ ମଧ୍ୟ ଘୋଷଣା କରାଯାଇଛି। ରୋହିତ ଶର୍ମା ଉଭୟ ଦଳର ନେତୃତ୍ୱ ନେବେ। ଆଉ ଏକ ଉଲ୍ଲେଖନୀୟ ଘଟଣା ହେଲା ପୂର୍ବ ମ୍ୟାଚରେ ଅନ୍ତର୍ଜାତୀୟ ପ୍ରତ୍ୟାବର୍ତ୍ତନ କରିଥିବା ଅଜିଙ୍କ୍ୟ ରାହାନେଙ୍କୁ ଦଳର ଉପ-ଅଧିନାୟକ ମନୋନୀତ କରାଯାଇଛି। ମହମ୍ମଦ ଶାମିଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ଦିଆଯାଇଛି। ଅର୍ଥାତ୍‌ ତାଙ୍କୁ ଟେଷ୍ଟ କିମ୍ବା ଦିନିକିଆ ଦଳରେ ସାମିଲ କରାଯାଇନାହିଁ। ସ୍ଥିର ପ୍ରଦର୍ଶନ ଦେଇପାରି ନ ଥିବା ଉମେଶ ଯାଦବଙ୍କୁ ବାଦ୍‌ ଦିଆଯାଇଥିବାବେଳେ କୋଲକାତା ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ସୁଯୋଗ ମିଳିଛି। ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ପରଠାରୁ ବାଦ୍‌ ପଡ଼ି ଆସୁଥିବା ନବଦୀପ ସଇନୀଙ୍କୁ ଏଥର ସାମିଲ କରାଯାଇଛି। କାରିବିୟନ ଟ୍ରାକ୍‌ରେ ସେ ଉପାଦେୟ ହେବେ ବୋଲି ଆଶା କରାଯାଉଛି। ନୂଆକରି ସାମିଲ ହୋଇଥିବା ୩ ଖେଳାଳି ଜୟସ୍ବାଲ, ଗାଏକ୍ୱାଡ୍‌ ଓ ମୁକେଶ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଅବସରରେ ଭାରତୀୟ ଦଳର ଷ୍ଟାଣ୍ଡବାଇ ଖେଳାଳି ଥିଲେ। ଘରୋଇ କ୍ରିକେଟର ଗତ କିଛି ସିଜନରେ ଏମାନେ ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ଦିନିକିଆ ଦଳରେ ସେପରି କିଛି ବିସ୍ମୟ ଦେଖିବାକୁ ମିଳିନାହିଁ। ୧୭ ଜଣିଆ ଦଳ ସ୍ବାଭାବିକଭାବେ ମନୋନୀତ ହୋଇଛନ୍ତି। ଆହତ ଯଶପ୍ରୀତ୍‌ ବୁମ୍‌ରା, ଶ୍ରେୟସ ଆୟାର ଓ ଲୋକେଶ ରାହୁଲ ଫିଟ୍‌ ନାହାନ୍ତି। ଏହି ୩ ଜଣଙ୍କୁ ମିଶାଇ ୨୦ ଜଣିଆ କୋର୍‌ ଦଳରୁ ଆଗାମୀ ବିଶ୍ୱକପ ପାଇଁ ଖେଳାଳି ଚୟନ ହେବେ।
ପୂଜାରାଙ୍କ ପ୍ରତ୍ୟାବର୍ତ୍ତନ କଷ୍ଟକର ହେବ
ଏହା ପୂର୍ବରୁ ରାହାନେଙ୍କ ସହ ପୂଜାରା ଯେତେବେଳେ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବାଦ୍‌ ପଡ଼ିଥିଲେ ସେତେବେଳେ ତତ୍‌କାଳୀନ ଚୟନ କମିଟି ମୁଖ୍ୟ ଚେତନ ଶର୍ମା କହିଥିଲେ ଯେ, ତାଙ୍କ ପାଇଁ ପଥରୁଦ୍ଧ ହୋଇନାହିଁ। ପ୍ରଥମଶ୍ରେଣୀ କ୍ରିକେଟରେ ଭଲ ପ୍ରଦର୍ଶନ କରି ସେ ପୁଣି ଫେରିପାରିବେ। ପୂଜାରା ସସେକ୍ସ ପକ୍ଷରୁ କାଉଣ୍ଟି କ୍ରିକେଟ ଖେଳି ସ୍ଥିର ପ୍ରଦର୍ଶନ ଦେବାରୁ ୨୦୨୨ରେ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ପାଇଁ ଡାକରା ପାଇଥିଲେ। ଏହାପରେ ଚଳିତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ କ୍ୟାରିୟରର ୧୦୦ତମ ଟେଷ୍ଟ ମଧ୍ୟ ଖେଳିଥିଲେ। ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବିଫଳତା ପରେ ତାଙ୍କ ସୁଯୋଗ କ୍ଷୀଣ ହୋଇଥିଲା। ମାତ୍ର ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଚୟନକର୍ତ୍ତାମାନେ ଦଳରେ ବିଶେଷ ପରିବର୍ତ୍ତନ କରିବାକୁ ଚାହୁଁ ନ ଥିଲେ। ମାତ୍ର ଓଭାଲରେ ଦୁଇଟିଯାକ ଇନିଂସରେ ବିଫଳତା ତାଙ୍କ ଭାଗ୍ୟ ନିର୍ଣ୍ଣୟ କରିଥିଲା। ଡବ୍ଲ୍ୟୁଟିସି ଫାଇନାଲ ଅବସରରେ ଶିବ ସୁନ୍ଦର ଦାସ ଲଣ୍ଡନରେ ଥିଲେ। ତେଣୁ ସେ ନିଶ୍ଚିତ ଚୟନ ପ୍ୟାନେଲର ଆଭିମୁଖ୍ୟ ସମ୍ପର୍କରେ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କ ସହ ଆଲୋଚନା କରିଥିବେ।
ଓପନ କରିପାରନ୍ତି ଜୟସ୍ବାଲ, ଗାଏକ୍ୱାଡ୍‌
ଆଗାମୀ ସିରିଜରେ ଜୟସ୍ବାଲ ଓ ଗାଏକ୍ୱାଡ୍‌ ଇନିଂସ ଓପନ କରିପାରନ୍ତି କିମ୍ବା କେହିଜଣେ ତୃତୀୟ ସ୍ଥାନରେ ଖେଳିପାରନ୍ତି। ଅବଶିଷ୍ଟ ଭାରତ ଏକାଦଶ ପକ୍ଷରୁ ମଧ୍ୟପ୍ରଦେଶ ବିପକ୍ଷ ଇରାନୀ କପ୍‌ରେ ୨୧୩ ଓ ୧୪୪ ରନ କରିଥିବା ମୁମ୍ବାଇର ବାମହାତୀ ବ୍ୟାଟର ଜୟସ୍ବାଲଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ ହେବା ସମ୍ଭାବନା ଦୃଢ଼। ପ୍ରଥମଶ୍ରେଣୀ କ୍ରିକେଟରେ ତାଙ୍କର ଆଭରେଜ ୮୦.୨୧ ରହିଛି।
ଭାରତୀୟ ଟେଷ୍ଟ ଦଳ
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ଋତୁରାଜ ଗାଏକ୍ୱାଡ୍‌, ବିରାଟ କୋହଲି, ଯଶସ୍ବୀ ଜୟସ୍ବାଲ, ଅଜିଙ୍କ୍ୟ ରାହାନେ (ଉପ-ଅଧିନାୟକ), କେ.ଏସ. ଭରତ, ଇଶାନ କିଷନ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୂଳ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଡକଟ୍‌, ନବଦୀପ ସଇନୀ।
ଭାରତୀୟ ଦିନିକିଆ ଦଳ
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ଋତୁରାଜ ଗାଏକ୍ୱାଡ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶାର୍ଦ୍ଦୂଳ ଠାକୁର, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜୟଦେବ ଉନାଡକଟ୍‌, ମହମ୍ମଦ ସିରାଜ, ଉମ୍ରାନ ମଲିକ, ମୁକେଶ କୁମାର।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri