Posted inଖେଳ

ମହାରେକର୍ଡ ହାସଲ କଲେ ଜୟସ୍ବାଲ

ଥିରୁଭାନନ୍ତପୁରମ୍‌,୨୭।୧୧: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଯଶସ୍ବୀ ଜୟସ୍ବାଲ ସ୍‌ଅର୍ଦ୍ଧଶତକ ହାସଲ କରିଥିଲେ। ଜୟସ୍ବାଲ ୯ ଚୌକା ଓ ୨ ଛକା ସହାୟତାରେ ୨୫ ବଲରେ ୫୩ ରନ ସ୍କୋର କରିଥିଲେ। ଅନ୍ତର୍ଜାତୀୟ ଟି-୨୦ରେ ଭାରତ ପାଇଁ ଅର୍ଦ୍ଧଶତକ ହାସଲ କରିଥିବା ଜୟସ୍ବାଲ ତୃତୀୟ ଖେଳାଳି ହୋଇଥିଲେ।
୨୦୨୦ରେ ହାମିଲଟନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚର ପାୱାରପ୍ଲେରେ ଅର୍ଦ୍ଧଶତକ ହାସଲ କରିଥିବା ଭାରତ ପାଇଁ ରୋହିତ ଶର୍ମା ପ୍ରଥମ ହୋଇଥିଲେ। ପାୱାରପ୍ଲେରେ ୨୩ଟି ବଲରେ ହିଟମ୍ୟାନ ଅପରାଜିତ ୫୦ ରନ ସ୍କୋର କରିଥିଲେ। ଏହା ପରେ ୨୦୨୧ରେ ଦୁବାଇରେ ସ୍କଟଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ପାୱାରପ୍ଲେରେ କେ.ଏଲ ରାହୁଲ ୧୯ଟି ବଲରେ ୫୦ ରନ ସ୍କୋର କରିଥିଲେ।

ଅନ୍ତର୍ଜାତୀୟ ଟି-୨୦ରେ ଭାରତ ପାଇଁ ପାୱାରପ୍ଲେରେ ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳି
୫୩ (୨୫ ବଲ) – ଯଶସ୍ବୀ ଜୟସ୍ବାଲ ବନାମ ଅଷ୍ଟ୍ରେଲିଆ, ଥିରୁଭାନନ୍ତପୁରମ,୨୦୨୩
୫୦(୧୯ ବଲ) – କେ.ଏଲ ରାହୁଲ ବନାମ ସ୍କଟଲାଣ୍ଡ, ଦୁବାଇ,୨୦୨୧
୫୦ (୨୩ ବଲ) – ରୋହିତ ଶର୍ମା ବନାମ ନ୍ୟୁଜିଲାଣ୍ଡ, ହାମିଲଟନ, ୨୦୨୦

ଏହା ବ୍ୟତୀତ ଯଶସ୍ବୀ ଜୟସ୍ବାଲ ବିରାଟ କୋହଲିଙ୍କ ସ୍ବତନ୍ତ୍ର ରେକର୍ଡ ସହିତ ସମକକ୍ଷ ହୋଇଥିଲେ। ଜୟସ୍ବାଲ ତାଙ୍କ ଇନିଂସରେ ୯ ଚୌକା ମାରିଥିଲେ। ଏହାପୂର୍ବରୁ ଭାରତ ପାଇଁ ବିରାଟ କୋହଲି ଅନ୍ତର୍ଜାତୀୟ ଟି-୨୦ରେ ପାୱାରପ୍ଲେରେ ସର୍ବାଧିକ ୯ ଚୌକା ମାରିବାର ରେକର୍ଡ ରଖିଥିଲେ। ବର୍ତ୍ତମାନ ଜୟସ୍ବାଲ ତାଙ୍କ ସହ ସମକକ୍ଷ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri