ଓ୍ବାଶିଂଟନ୍,୨୨।୧:ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେଇ ସାରିଛନ୍ତି। ତାଙ୍କ ଶଫଥ ସମାରୋହରେ ଭାରତ ସମେତ ଅନେକ ଦେଶ ଏଥିରେ ଯୋଗ ଦେଇଥିଲେ। ବିଶେଷ କଥା ହେଉଛି ଭାରତକୁ ପ୍ରତିନିଧିତ୍ୱ କରୁଥିବା ବୈଦିଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ପ୍ରଥମ ଧାଡିରେ ସ୍ଥାନ ଦିଆଯାଇଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କୁହାଯାଉଛି କି, ଜୟଶଙ୍କରଙ୍କୁ ପର ମୂହୁର୍ତ୍ତରେ ପଛଧାଡିକୁ ଯିବାକୁ କୁହାଯାଇଥିଲା। ତେବେ ଆସନ୍ତୁ ଜାଣିବା ଭାଇରାଲ ଭିଡିଓ ପଛର ସତ।
All Indians must be thankful to S. Jaishankar for ensuring Modi didn’t receive an invitation to attend Trump inauguration
Just imagine the embarrassing moments Modi might have created trying to steal the camera’s focus! 🙌#TrumpInauguration2025 pic.twitter.com/LYoelQazhd
— Veena Jain (@DrJain21) January 21, 2025
ସମାଜବାଦୀ ପାର୍ଟିର ନେତା ୟାସର ଶାହଙ୍କ ସମେତ ବହୁ ୟୁଜର୍ସ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ୩୫ ସେକେଣ୍ଡ ଭିଡିଓ ପୋଷ୍ଟ କରିବା ସହ କୁହାଯାଇଛି, ‘ଜୟଶଙ୍କରଙ୍କୁ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ ସମୟରେ ପଛଧାଡିକୁ ଯିବାକୁ କୁହାଯାଇଥିଲା। କିନ୍ତୁ ସେ ମନା କରିଦେଇଥିଲେ। ଦୁନିଆର ସବୁଠୁ ଗଣତାନ୍ତ୍ରିକ ଦେଶ ଭାରତକୁ ଆମେରିକା ସର୍ବସମ୍ମୁଖରେ ଅପମାନ ଦେଇଛି’।
କହିରଖୁଛୁ କି, ଭିଡିଓରେ ଜୟଶଙ୍କର ନୁହେଁ ତାଙ୍କ ସାମ୍ନାରେ ଠିଆ ହୋଇଥିବା ମହିଳା ଫଟୋଗ୍ରାଫରଙ୍କୁ ପଛକୁ ଯିବାକୁ କୁହାଯାଇଥିଲା। ଫଟୋଗ୍ରାଫର ଜଣଙ୍କ ମହିଳାଙ୍କ ନିର୍ଦ୍ଦେଶ ପାଇବା ପରେ ସେ ପଛକୁ ଚାଲିଯାଇଥିଲେ। ଯେହେତୁ ଜୟଶଙ୍କର ତାଙ୍କ ପଛରେ ଛିଡା ହୋଇଥିଲେ। ତେବେ ଭିଡିଓରେ ମହିଳାଜଣକ ଜୟଶଙ୍କରଙ୍କୁ ଏପରି କହୁଥିବାର ଅନୁମାନ କରାଯାଉଥିଲା।

