Posted inଖେଳ

ଜୟପୁର ଆକାଶ ମେଘୁଆ: ମ୍ୟାଚ ବାତିଲ ହେଲେ ପଏଣ୍ଟ ଭାଗ କରିବେ ଆରଆର-ଆରସିବି…

ଜୟପୁର,୧୪।୫ : ଆଇପିଏଲ ୨୦୨୩ ର ୬୦ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ଅପରାହ୍ନ ସାଢ଼େ ୩ଟା ରୁ ଖେଳାଯିବ। ପ୍ରଶଂସକମାନେ ଏହି ରାଜକୀୟ ମ୍ୟାଚ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି, କାରଣ ପ୍ଲେ ଅଫ ରାସ୍ତା କଷ୍ଟସାଧ୍ୟ କିନ୍ତୁ ହାରିଥିବା ଦଳ ପାଇଁ ଅସମ୍ଭବ ନୁହେଁ । କିନ୍ତୁ, ମ୍ୟାଚ ପୂର୍ବରୁ ମଧ୍ୟ ଜୟପୁରର ପାଗ ଖରାପ ହୋଇଯାଇଛି, ଯାହାର ପ୍ରଭାବ ମ୍ୟାଚ ଉପରେ ଦେଖିବାକୁ ମିଳିବାର ଆଶଙ୍କା ରହିଛି।

ରବିବାର ସକାଳ ଠାରୁ ସେଠାରେ ପାଗ ଖରାପ ରହିଛି। ପ୍ରବଳ ପବନ ବହିବା ସହ ଝିପିଝିପି ବର୍ଷା ହେଉଛି। ପୂର୍ବାନୁମାନ ବିଷୟରେ କହିବାକୁ ଗଲେ ବର୍ଷା ହେବାର ୬୦ ପ୍ରତିଶତ ସମ୍ଭାବନା ଅଛି । ବର୍ତ୍ତମାନ ପାଗ ମ୍ୟାଚ ଉପରେ କେତେ ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।

ପଏଣ୍ଟ ଟେବୁଲରେ ରାଜସ୍ଥାନ ଦଳ ପଞ୍ଚମ ସ୍ଥାନରେ ଏବଂ ବାଙ୍ଗାଲୋରର ଦଳ ସପ୍ତମ ସ୍ଥାନରେ ରହିଛି। ରାଜସ୍ଥାନ ୧୨ ଟି ମ୍ୟାଚ ଖେଳିଛି ଏବଂ ସେଥିରୁ ୬ ଟି ଜିତିଛି ଏବଂ ୬ ଟି ହାରିଛି । ରାଜସ୍ଥାନର ପଏଣ୍ଟ ୧୨ ରହିଛି। ଏଥି ସହିତ ବାଙ୍ଗାଲୋର ୧୧ ଟି ମ୍ୟାଚ ଖେଳିଛି। ଏହାର ପଏଣ୍ଟ ୧୦ ରହିଛି। ବାଙ୍ଗାଲୋର ପାଞ୍ଚଟି ମ୍ୟାଚ ଜିତି ୬ଟିରେ ହାରିଛି।

ଯଦି ବର୍ଷା ଯୋଗୁ ମ୍ୟାଚ ବାତିଲ ହୁଏ, ତେବେ ଉଭୟ ଦଳକୁ ୧-୧ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିବ୧ ଏପର୍ଯ୍ୟନ୍ତ ଏହି ସିଜିନରେ କେବଳ ଗୋଟିଏ ମ୍ୟାଚ ବର୍ଷା ହୋଇଛି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବର୍ଷା ହୋଇଥିଲା। ଯେଉଁଥିପାଇଁ ମ୍ୟାଚକୁ ବାତିଲ କରିବାକୁ ପଡିଲା, ଯାହା ପରେ ଉଭୟ ଦଳ ୧-୧ ପଏଣ୍ଟ ପାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ରଙ୍ଗାରଙ୍ଗ ଉଦ୍‌ଘାଟନୀରେ ଟି୨୦ ବିଶ୍ୱକପ୍‌ ଆରମ୍ଭ

ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା…

ଶ୍ରୀଲଙ୍କାର ବଡ଼ ଅନୁରୋଧ: ମ୍ୟାଚ୍‌ ବର୍ଜନ ଉପରେ ପୁନଃ ବିଚାର କରିପାରେ ପାକିସ୍ତାନ

କରାଚୀ,୭ା୨- ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷ ଟି୨୦ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପାକିସ୍ତାନ ପୁନଃ ବିଚାର କରିପାରେ। ଭାରତ-ପାକିସ୍ତାନ ବହୁ ପ୍ରତିକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri