Categories: ବାଣିଜ୍ୟ

ଭାରତରେ ଲଞ୍ଚ କରିବ ଜାଗୁଆରର ପ୍ରଥମ ଇଲେକ୍ଟ୍ରିକ୍‌ କାର୍‌, ସିଙ୍ଗଲ ଚାର୍ଜରେ ଗଡ଼ିବ ୪୮୦ କିଲୋମିଟର

ନୂଆଦିଲ୍ଲୀ,୨୨।୩: ଭାରତରେ ବର୍ତ୍ତମାନ ବିଳାସପୂର୍ଣ୍ଣ ଇଲେକ୍ଟ୍ରିିକ୍‌ ଯାନ ସେଗମେଣ୍ଟ ଚାଲିଛି। ବହୁ ପ୍ରତୀକ୍ଷିତ ଜାଗୁଆରର ଇଲେକ୍ଟ୍ରିକ୍‌ କାର୍‌ ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଭାରତରେ ଲଞ୍ଚ୍‌ କରିବ। ଯାହା ଭାରତୀୟ ବଜାରରେ କମ୍ପାନୀର ପ୍ରଥମ ଇଲେକ୍ଟ୍ରିକ୍‌ କାର୍‌ ଭାବେ ପରିଗଣିତ ହେବ। ଏହି କାର୍‌ ପାଇଁ ଏବେଠାରୁ ବୁକିଂ ଆରମ୍ଭ ହୋଇଗଲାଣି।

ନୂଆ ଜାଗୁଆର ଆଇ-ପେସ(I-Pace) ମର୍ସିଡିଜ୍‌-ବେଞ୍ଜ୍‌ ଇକ୍ୟୁସି ଏବଂ ଅଡି-ଇ-ଟ୍ରନ୍‌କୁ ଟକ୍କର ଦେବ। ଏହି କାର୍‌ ୩ ପ୍ରକାରର। ଏସ୍‌, ଏସ୍‌-ଇ ଏବଂ ଏଚ୍‌ଏସ୍‌ଇରେ ଯୋଗାଇ ଦିଆଯିବ। ଯାହାର ମୂଲ୍ୟ ପ୍ରାୟ ୧କୋଟିରୁ ୧.୨ କୋଟି ଟଙ୍କା ହୋଇପାରେ।

ଜାଗୁଆର ଆଇ-ପେସ୍‌ରେ ୯୦ କିଲୋଓ୍ବାଟ୍‌ ଲିଥିୟମ-ଆୟନ ବ୍ୟାଟେରୀ ବ୍ୟବହାର କରାଯାଇଛି। ଯାହା ୩୯୪ ବିଏଚ୍‌ପି ଶକ୍ତି ଏବଂ ୩୯୬ ଏନ୍‌ଏମ୍‌ ଟର୍କ ପ୍ରଦାନ କରିବ। ଏହି କାର୍‌ଟି ମାତ୍ର ୪.୮ ସେକେଣ୍ଡରେ ୦.୧୦୦ କିଲୋମିଟର ବେଗରେ ଗତି କରିବ। ଏହାର ସର୍ବୋଚ୍ଚ ବେଗ ୨୦୦ କିଲୋମିଟର ପର୍ଯ୍ୟନ୍ତ ରହିବ।

ଜାଗୁଆର ଆଇ-ପେସ ୪,୬୮୨ ଲମ୍ବ, ୨,୧୩୯ ମିମି ଚଉଡ଼ା ଏବଂ ୧୫୬୬ ମିମି ହେବ। ଏଥିରେ ୨,୯୯୦ ମିମି ଏକ ହ୍ବିଲ୍‌ ବେସ୍‌ ଦିଆଯାଇଛି। ଏଥିରେ ଏଲ୍‌ଇଡି ଲାଇଟ୍‌ ସିଷ୍ଟମ, ଲମ୍ବା ଗ୍ଲାସ, ଡୁଆଲ ଟଚ୍‌ ସ୍କ୍ରିନ୍‌ ଇନ୍‌ଫୋଟେଣ୍ଟେଣ୍ଟ ସିଷ୍ଟମ, ଇନ୍‌କଣ୍ଟ୍ରୋଲ ଯୁକ୍ତ କାର୍‌ ଟେକ୍‌ ଷ୍ଟାଣ୍ଡାର୍ଡ ଭାବରେ ରହିବ।

Share