ଜାଗିନି ଜନସ୍ୱାସ୍ଥ୍ୟ ବିଭାଗ

ଅନୁଗୋଳ ଅଫିସ, ୯।୨: ଛତୁ ଫୁଟିଲା ଭଳି ଅନୁଗୋଳ ଜିଲାରେ ଖୋଲିଛି ଖାଦ୍ୟ ସାମଗ୍ରୀ ଦୋକାନ। କେଉଁଠି ରାସ୍ତା କଡ଼ରେ ବିରିୟାନୀ ବିକ୍ରି ହେଉଛି ତ ଆଉ କେଉଁଠି ତେଲଭାଜି ଦୋକାନରେ ଗ୍ରାହକଙ୍କ ଭିଡ଼ ବଢ଼ୁଛି। କେବଳ ଅନୁଗୋଳ ସହରକୁ ଉଦାହରଣ ଭାବେ ନେଲେ ଏଠାରେ ଏପରି ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କ ସଂଖ୍ୟା ଏକ ହଜାରରୁ ଅଧିକ ହେବ। କିନ୍ତୁ ପ୍ରଶାସନ ପକ୍ଷରୁ ଜିଲାର ମାତ୍ର ୩ଶହ ବ୍ୟବସାୟୀଙ୍କୁ ଲାଇସେନ୍ସ ଦିଆଯାଇଥିବାରୁ ଏଥିରେ କିପରି ବେଆଇନ ବ୍ୟବସାୟୀ ପ୍ରବେଶ କରିଛନ୍ତି ତାହା ଜଣାପଡ଼ୁଛି। ଏସବୁ ଦୋକାନରେ ମିଳୁଥିବା ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କେତେ ସୁରକ୍ଷିତ, ତାହାର ମାନ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିନା ଲାଇସେନ୍ସରେ ବହୁ ବ୍ୟବସାୟୀ ଭେଜାଲ ଖାଦ୍ୟ ପ୍ରଦାନ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଗତ ୨ ବର୍ଷରେ ମାତ୍ର ୯ ହଜାର ଟଙ୍କା ଏ ବାବଦରେ ଜରିମାନା ଆଦାୟ କରାଯିବା ବିଭାଗୀୟ ଅଧିକାରୀଙ୍କ ଦକ୍ଷତାର ପ୍ରମାଣ ଦେଉଥିବା ଆଲୋଚନା ହେଉଛି।
ଅନୁଗୋଳ ଜିଲାରେ ନକଲି, ଭେଜାଲ ସାମଗ୍ରୀର କାରବାର ବୃଦ୍ଧି ପାଉଛି। କଟକ, ଭୁବନେଶ୍ୱର ପରି ଅନୁଗୋଳ ସହର ଓ ଏହାର ଉପକଣ୍ଠରେ ବହୁ ନକଲି ଓ ଅପମିଶ୍ରିତ କାରଖାନା ଚାଲୁଛି। ଏଠାରେ ଅଟା, ତେଲ, ହଳଦୀଗୁଣ୍ଡ, ମସଲା ସହ ବିଭିନ୍ନ ଖାଦ୍ୟପଦାର୍ଥକୁ ଭେଜାଲ କରାଯାଉଛି। ଶିଶୁଙ୍କ ଚଟ୍‌ପଟା ଖାଦ୍ୟ ମଧ୍ୟ ଆଉ ସୁରକ୍ଷିତ ନୁହେଁ ବୋଲି ଜଣାପଡ଼ିଲାଣି। ହେଲେ ପ୍ରଶାସନ ଏଯାଏ ସମ୍ପୂର୍ଣ୍ଣ ସଜାଗ ହୋଇନାହିଁ। କାରଣ ଖାଦ୍ୟ ବ୍ୟବସାୟ ପାଇଁ ଜିଲାରେ ମାତ୍ର ୩ଶହ ଲାଇସେନ୍ସ ଦିଆଯାଇଛି। ସେଥିରୁ ଅନୁଗୋଳ ସହରରେ ୨ଶହ ଓ ତାଳଚେରରେ ପାଖାପାଖି ଶହେ ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ ଜିଲାରେ ସହସ୍ରାଧିକ ଖାଦ୍ୟ ଦୋକାନ ଚାଲିଛି। ପ୍ରଦାନ ହୋଇଥିବା ଅନୁମତି ମଧ୍ୟରୁ କେତେ ଏବେ କାର୍ଯ୍ୟକ୍ଷମ ରହିଛି ତାହାର ମଧ୍ୟ ହିସାବ ବିଭାଗ ପାଖରେ ନାହିଁ। ନକଲି କାରବାରକୁ ଦେଖି ଖାଦ୍ୟ ସୁରକ୍ଷା ଅଧିକାରୀ ଅଧିକ ଜାଗ୍ରତ ହେବା କଥା। କିନ୍ତୁ ଏଯାଏ ମାତ୍ର କେତୋଟି ସ୍ଥାନରେ ଚଢ଼ାଉ ସହ ୮ଜଣଙ୍କୁ ଗିରଫ କରାଯାଇଛି। ବ୍ୟବସ୍ଥା କହୁଛି, ଜିଲାର ବିଭିନ୍ନ ସ୍ଥାନକୁ ଖାଦ୍ୟ ସୁରକ୍ଷା ଅଧିକାରୀ ଗସ୍ତ କରି ଦୋକାନୀ ଓ ବ୍ୟବସାୟୀଙ୍କ ନିକଟରେ ଥିବା ସାମଗ୍ରୀର ମାନ ପରଖିବେ। ଆବଶ୍ୟକ ପଡ଼ିଲେ ତାହାକୁ ପରୀକ୍ଷା କରିବାକୁ ଭୁବନେଶ୍ୱରରେ ଥିବା ଲାବରେଟୋରିକୁ ପଠାଇବେ। ଅପମିଶ୍ରଣ ବା ଖାଦ୍ୟର ମାନ ଖରାପ ରହିଥିଲେ, ବ୍ୟବସାୟୀଙ୍କ ନିକଟରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବେ। ଏଥିସହିତ ଅପମିଶ୍ରଣକାରୀଙ୍କ ବିରୋଧରେ ମାମଲା ରୁଜୁ କରିବେ। କିନ୍ତୁ ଏ ଦିଗରେ ବିଭାଗ ପକ୍ଷରୁ ସେପରି ତତ୍ପରତା ଏଯାଏ ପ୍ରକାଶ ପାଇ ନ ଥିବା ଅନୁଗୋଳ ସହରବାସୀ ପ୍ରକାଶ କରିଛନ୍ତି।

ଚଟ୍‌ପଟାରେ ସୀମିତ ନ ରହୁ ଚଢ଼ାଉ
ବଡ଼ ବ୍ୟବସାୟୀଙ୍କ ପରିବର୍ତ୍ତେ ଛୋଟ ବ୍ୟବସାୟୀଙ୍କୁ ଧରାଯାଇ ତାଲିକା ଲମ୍ବା ପାଇଁ ଉଦ୍ୟମ କରାଯାଉଛି। ଜିଲାରେ ହଜାରେ ଅଧିକ ଖାଦ୍ୟ ସାମଗ୍ରୀ ଦୋକାନ ଥିବାବେଳେ ସେଠାରେ ପ୍ରସ୍ତୁତ ଖାଦ୍ୟ କେତେ ସୁରକ୍ଷିତ ତାହା ପରଖାଯାଉ ନାହିଁ। ଏ ନେଇ ଅଭିଯୋଗ ହେଲେ କଁା ଭଁା ଚଢ଼ାଉ, ଜରିମାନା ଆଦାୟ କରାଯାଉଛି। କେବଳ ଚଟ୍‌ପଟାରେ ସୀମିତ ନ ରହି ବଡ଼ ଅପମିଶ୍ରଣକାରୀଙ୍କୁ ଧରାଯାଉ।
-ସରିତା ପ୍ରଧାନ, ଗୃହିଣୀ
ଅଧିକାରୀ ଯତ୍ନବାନ ହୁଅନ୍ତୁ
ଜିଲାରେ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କ ହିସାବ ଜନସ୍ବାସ୍ଥ୍ୟ ବିଭାଗ ନିକଟରେ ନାହିଁ। ଏଥିରୁ ବିଭାଗର କାର୍ଯ୍ୟଦକ୍ଷତା ବାରି ହୋଇପଡ଼ୁଛି। କେତେ ଲାଇସେନ୍ସ ଦିଆଯାଇଛି ଓ କେତେଜଣ ବେଆଇନ ଭାବେ ଏହି ବ୍ୟବସାୟ କରୁଛନ୍ତି ତାହାର ଖୋଳତାଡ଼ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଲୋକଙ୍କ ସ୍ବାସ୍ଥ୍ୟରକ୍ଷା ଦିଗରେ ଅଧିକାରୀ ଯତ୍ନବାନ ହୁଅନ୍ତୁ।
-ଉପେନ୍ଦ୍ର ଶର୍ମା, ବୁଦ୍ଧିଜୀବୀ
ନାମକୁମାତ୍ର ଧରପଗଡ
ଜନସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସହ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ବର୍ଷ ବର୍ଷ ଧରି ଚୁପ୍‌ ବସୁଛନ୍ତି। କେହି ଅଭିଯୋଗ କଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଉ ନାହିଁ। ତେବେ ଲୋକଙ୍କୁ ଜଣାଇବାକୁ କେଉଁଠି କେମିତି ନାମକୁମାତ୍ର ଚଢ଼ାଉ କରାଯାଉଛି। ସହରରେ ବହୁ ଜୁସ୍‌, ପାଷ୍ଟଫୁଡ୍‌, ହୋଟେଲରେ ନିମ୍ନମାନର ଖାଦ୍ୟ ଗ୍ରାହକଙ୍କୁ ବଢ଼ାଇ ଦିଆଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନ ଯାଞ୍ଚ ପାଇଁ ଆଗ୍ରହ ଦେଖାଉନାହାନ୍ତି।
-ପ୍ରତାପ ମହାପାତ୍ର, ଯୁବଗୋଷ୍ଠୀ
ଯାଞ୍ଚ ସହ ଜରିମାନା ଆଦାୟ ହେଉଛି
ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ହେଉଛି। ଗତ ଦୁଇବର୍ଷ ମଧ୍ୟରେ ୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। କିନ୍ତୁ କୋଭିଡ୍‌ ଯୋଗୁ ଦୋକାନ ବଜାର ବନ୍ଦ ଥିବାରୁ ଯାଞ୍ଚ ହୋଇ ନ ଥିଲା। ତେବେ କେତେ ଲାଇସେନ୍ସ ବୈଧତା ରହିଛି, ତାହା ଜଣାପଡ଼ିନାହିଁ। ତଥାପି ଅନ୍‌ଲାଇନ୍‌ରେ ପ୍ରାୟ ଆକ୍ଟିଭ୍‌ ଥିବା ସୂଚନା ମିଳୁଛି। ବହୁ ବ୍ୟବସାୟୀ ୫ ବର୍ଷିୟା ଲାଇସେନ୍ସ କରୁଥିବାରୁ ପ୍ରାୟତଃ ଅବଧି ରହିଛି।
-ହରପ୍ରିୟା ବେହେରା, ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri