ଜାଗିନି ଜନସ୍ୱାସ୍ଥ୍ୟ ବିଭାଗ

ଅନୁଗୋଳ ଅଫିସ, ୯।୨: ଛତୁ ଫୁଟିଲା ଭଳି ଅନୁଗୋଳ ଜିଲାରେ ଖୋଲିଛି ଖାଦ୍ୟ ସାମଗ୍ରୀ ଦୋକାନ। କେଉଁଠି ରାସ୍ତା କଡ଼ରେ ବିରିୟାନୀ ବିକ୍ରି ହେଉଛି ତ ଆଉ କେଉଁଠି ତେଲଭାଜି ଦୋକାନରେ ଗ୍ରାହକଙ୍କ ଭିଡ଼ ବଢ଼ୁଛି। କେବଳ ଅନୁଗୋଳ ସହରକୁ ଉଦାହରଣ ଭାବେ ନେଲେ ଏଠାରେ ଏପରି ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କ ସଂଖ୍ୟା ଏକ ହଜାରରୁ ଅଧିକ ହେବ। କିନ୍ତୁ ପ୍ରଶାସନ ପକ୍ଷରୁ ଜିଲାର ମାତ୍ର ୩ଶହ ବ୍ୟବସାୟୀଙ୍କୁ ଲାଇସେନ୍ସ ଦିଆଯାଇଥିବାରୁ ଏଥିରେ କିପରି ବେଆଇନ ବ୍ୟବସାୟୀ ପ୍ରବେଶ କରିଛନ୍ତି ତାହା ଜଣାପଡ଼ୁଛି। ଏସବୁ ଦୋକାନରେ ମିଳୁଥିବା ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କେତେ ସୁରକ୍ଷିତ, ତାହାର ମାନ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିନା ଲାଇସେନ୍ସରେ ବହୁ ବ୍ୟବସାୟୀ ଭେଜାଲ ଖାଦ୍ୟ ପ୍ରଦାନ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଗତ ୨ ବର୍ଷରେ ମାତ୍ର ୯ ହଜାର ଟଙ୍କା ଏ ବାବଦରେ ଜରିମାନା ଆଦାୟ କରାଯିବା ବିଭାଗୀୟ ଅଧିକାରୀଙ୍କ ଦକ୍ଷତାର ପ୍ରମାଣ ଦେଉଥିବା ଆଲୋଚନା ହେଉଛି।
ଅନୁଗୋଳ ଜିଲାରେ ନକଲି, ଭେଜାଲ ସାମଗ୍ରୀର କାରବାର ବୃଦ୍ଧି ପାଉଛି। କଟକ, ଭୁବନେଶ୍ୱର ପରି ଅନୁଗୋଳ ସହର ଓ ଏହାର ଉପକଣ୍ଠରେ ବହୁ ନକଲି ଓ ଅପମିଶ୍ରିତ କାରଖାନା ଚାଲୁଛି। ଏଠାରେ ଅଟା, ତେଲ, ହଳଦୀଗୁଣ୍ଡ, ମସଲା ସହ ବିଭିନ୍ନ ଖାଦ୍ୟପଦାର୍ଥକୁ ଭେଜାଲ କରାଯାଉଛି। ଶିଶୁଙ୍କ ଚଟ୍‌ପଟା ଖାଦ୍ୟ ମଧ୍ୟ ଆଉ ସୁରକ୍ଷିତ ନୁହେଁ ବୋଲି ଜଣାପଡ଼ିଲାଣି। ହେଲେ ପ୍ରଶାସନ ଏଯାଏ ସମ୍ପୂର୍ଣ୍ଣ ସଜାଗ ହୋଇନାହିଁ। କାରଣ ଖାଦ୍ୟ ବ୍ୟବସାୟ ପାଇଁ ଜିଲାରେ ମାତ୍ର ୩ଶହ ଲାଇସେନ୍ସ ଦିଆଯାଇଛି। ସେଥିରୁ ଅନୁଗୋଳ ସହରରେ ୨ଶହ ଓ ତାଳଚେରରେ ପାଖାପାଖି ଶହେ ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ ଜିଲାରେ ସହସ୍ରାଧିକ ଖାଦ୍ୟ ଦୋକାନ ଚାଲିଛି। ପ୍ରଦାନ ହୋଇଥିବା ଅନୁମତି ମଧ୍ୟରୁ କେତେ ଏବେ କାର୍ଯ୍ୟକ୍ଷମ ରହିଛି ତାହାର ମଧ୍ୟ ହିସାବ ବିଭାଗ ପାଖରେ ନାହିଁ। ନକଲି କାରବାରକୁ ଦେଖି ଖାଦ୍ୟ ସୁରକ୍ଷା ଅଧିକାରୀ ଅଧିକ ଜାଗ୍ରତ ହେବା କଥା। କିନ୍ତୁ ଏଯାଏ ମାତ୍ର କେତୋଟି ସ୍ଥାନରେ ଚଢ଼ାଉ ସହ ୮ଜଣଙ୍କୁ ଗିରଫ କରାଯାଇଛି। ବ୍ୟବସ୍ଥା କହୁଛି, ଜିଲାର ବିଭିନ୍ନ ସ୍ଥାନକୁ ଖାଦ୍ୟ ସୁରକ୍ଷା ଅଧିକାରୀ ଗସ୍ତ କରି ଦୋକାନୀ ଓ ବ୍ୟବସାୟୀଙ୍କ ନିକଟରେ ଥିବା ସାମଗ୍ରୀର ମାନ ପରଖିବେ। ଆବଶ୍ୟକ ପଡ଼ିଲେ ତାହାକୁ ପରୀକ୍ଷା କରିବାକୁ ଭୁବନେଶ୍ୱରରେ ଥିବା ଲାବରେଟୋରିକୁ ପଠାଇବେ। ଅପମିଶ୍ରଣ ବା ଖାଦ୍ୟର ମାନ ଖରାପ ରହିଥିଲେ, ବ୍ୟବସାୟୀଙ୍କ ନିକଟରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବେ। ଏଥିସହିତ ଅପମିଶ୍ରଣକାରୀଙ୍କ ବିରୋଧରେ ମାମଲା ରୁଜୁ କରିବେ। କିନ୍ତୁ ଏ ଦିଗରେ ବିଭାଗ ପକ୍ଷରୁ ସେପରି ତତ୍ପରତା ଏଯାଏ ପ୍ରକାଶ ପାଇ ନ ଥିବା ଅନୁଗୋଳ ସହରବାସୀ ପ୍ରକାଶ କରିଛନ୍ତି।

ଚଟ୍‌ପଟାରେ ସୀମିତ ନ ରହୁ ଚଢ଼ାଉ
ବଡ଼ ବ୍ୟବସାୟୀଙ୍କ ପରିବର୍ତ୍ତେ ଛୋଟ ବ୍ୟବସାୟୀଙ୍କୁ ଧରାଯାଇ ତାଲିକା ଲମ୍ବା ପାଇଁ ଉଦ୍ୟମ କରାଯାଉଛି। ଜିଲାରେ ହଜାରେ ଅଧିକ ଖାଦ୍ୟ ସାମଗ୍ରୀ ଦୋକାନ ଥିବାବେଳେ ସେଠାରେ ପ୍ରସ୍ତୁତ ଖାଦ୍ୟ କେତେ ସୁରକ୍ଷିତ ତାହା ପରଖାଯାଉ ନାହିଁ। ଏ ନେଇ ଅଭିଯୋଗ ହେଲେ କଁା ଭଁା ଚଢ଼ାଉ, ଜରିମାନା ଆଦାୟ କରାଯାଉଛି। କେବଳ ଚଟ୍‌ପଟାରେ ସୀମିତ ନ ରହି ବଡ଼ ଅପମିଶ୍ରଣକାରୀଙ୍କୁ ଧରାଯାଉ।
-ସରିତା ପ୍ରଧାନ, ଗୃହିଣୀ
ଅଧିକାରୀ ଯତ୍ନବାନ ହୁଅନ୍ତୁ
ଜିଲାରେ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କ ହିସାବ ଜନସ୍ବାସ୍ଥ୍ୟ ବିଭାଗ ନିକଟରେ ନାହିଁ। ଏଥିରୁ ବିଭାଗର କାର୍ଯ୍ୟଦକ୍ଷତା ବାରି ହୋଇପଡ଼ୁଛି। କେତେ ଲାଇସେନ୍ସ ଦିଆଯାଇଛି ଓ କେତେଜଣ ବେଆଇନ ଭାବେ ଏହି ବ୍ୟବସାୟ କରୁଛନ୍ତି ତାହାର ଖୋଳତାଡ଼ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଲୋକଙ୍କ ସ୍ବାସ୍ଥ୍ୟରକ୍ଷା ଦିଗରେ ଅଧିକାରୀ ଯତ୍ନବାନ ହୁଅନ୍ତୁ।
-ଉପେନ୍ଦ୍ର ଶର୍ମା, ବୁଦ୍ଧିଜୀବୀ
ନାମକୁମାତ୍ର ଧରପଗଡ
ଜନସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସହ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ବର୍ଷ ବର୍ଷ ଧରି ଚୁପ୍‌ ବସୁଛନ୍ତି। କେହି ଅଭିଯୋଗ କଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଉ ନାହିଁ। ତେବେ ଲୋକଙ୍କୁ ଜଣାଇବାକୁ କେଉଁଠି କେମିତି ନାମକୁମାତ୍ର ଚଢ଼ାଉ କରାଯାଉଛି। ସହରରେ ବହୁ ଜୁସ୍‌, ପାଷ୍ଟଫୁଡ୍‌, ହୋଟେଲରେ ନିମ୍ନମାନର ଖାଦ୍ୟ ଗ୍ରାହକଙ୍କୁ ବଢ଼ାଇ ଦିଆଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନ ଯାଞ୍ଚ ପାଇଁ ଆଗ୍ରହ ଦେଖାଉନାହାନ୍ତି।
-ପ୍ରତାପ ମହାପାତ୍ର, ଯୁବଗୋଷ୍ଠୀ
ଯାଞ୍ଚ ସହ ଜରିମାନା ଆଦାୟ ହେଉଛି
ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ହେଉଛି। ଗତ ଦୁଇବର୍ଷ ମଧ୍ୟରେ ୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। କିନ୍ତୁ କୋଭିଡ୍‌ ଯୋଗୁ ଦୋକାନ ବଜାର ବନ୍ଦ ଥିବାରୁ ଯାଞ୍ଚ ହୋଇ ନ ଥିଲା। ତେବେ କେତେ ଲାଇସେନ୍ସ ବୈଧତା ରହିଛି, ତାହା ଜଣାପଡ଼ିନାହିଁ। ତଥାପି ଅନ୍‌ଲାଇନ୍‌ରେ ପ୍ରାୟ ଆକ୍ଟିଭ୍‌ ଥିବା ସୂଚନା ମିଳୁଛି। ବହୁ ବ୍ୟବସାୟୀ ୫ ବର୍ଷିୟା ଲାଇସେନ୍ସ କରୁଥିବାରୁ ପ୍ରାୟତଃ ଅବଧି ରହିଛି।
-ହରପ୍ରିୟା ବେହେରା, ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri