ଜଗତ୍‌ସିଂହପୁର ଜିଲା ବିଧାନସଭା ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର,୧୦ା୧(ଅନିଲ ଦାସ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ବୁଧବାର ଏ ନେଇ ବିଜେଡି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗିରିଶ ଚନ୍ଦ୍ର ଦାସଙ୍କୁ ଜଗତସିଂହପୁର ଜିଲା କୋ-ଅବ୍‌ଜରଭର ଭାବେ ନିଯୁକ୍ତ କରାଯାଇଥିବା ବେଳେ ମୀନକେତନ ଅମାତଙ୍କୁ ଜଗତ୍‌ସିଂହପୁର ଜିଲା ବାଲିକୁଦା ବିଧାନସଭା ନିର୍ବାଚନମଣ୍ଡଳୀ, ମନୋଜ କୁମାର ନାୟକ ଜଗତ୍‌ସିଂହପୁର ବିଧାନସଭା ନିର୍ବଚାନମଣ୍ଡଳୀ, ସୋଲାର ମିଶ୍ରଙ୍କୁ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଏବଂ ସନ୍ତୋଷ ବେଜ୍‌ ପାରାଦୀପ ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକଙ୍କୁ ଭାବେ ନିଯୁକ୍ତି ଦିଆଯାଇଛି।