ଜଗାର ପରବର୍ତ୍ତୀ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ପରବର୍ତ୍ତୀ ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଇତିମଧ୍ୟରେ କନ୍ଧମାଳ ଜିଲାପାଳଙ୍କ ସହାୟତାରେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଜଗାକୁ ଧରି ତାଙ୍କ ମା’ଓ ବାପା ଗତ ୧୬ ତାରିଖରେ କଟକ ଏସ୍‌ସିବି ମେଡିକାଲରେ ପହଞ୍ଚତ୍ଥିଲେ। ତାଙ୍କୁ ଆଶୁ ଚିକିତ୍ସା ବିଭାଗରେ ସ୍ବତନ୍ତ୍ର ପ୍ରକୋଷ୍ଠରେ ରଖାଯାଇ ଚିକିତ୍ସା କରାଯାଉଛି। ପ୍ରାଥମିକ ଚିକିତ୍ସା ବିଶେଷଜ୍ଞ ଡାକ୍ତରୀ ଟିମ୍‌ ଦ୍ୱାରା କରାଯାଇଥିଲା। ଅସ୍ତ୍ରୋପଚାର ପରେ ଜଗା ମସ୍ତିଷ୍କର ସ୍ବାଭାବିକତା ପରୀକ୍ଷାନିରୀକ୍ଷା ପାଇଁ ନୂଆଦିଲ୍ଲୀ ଏମ୍ସର ସ୍ନାୟୁଶଲ୍ୟ ବିଶେଷଜ୍ଞ ଡା. ଦୀପକ ଗୁପ୍ତା (ଜଗା ଓ କାଳିଆଙ୍କୁ ଅଲଗା କରିଥିଲେ) ଶନିବାର ଏସ୍‌ସିବିରେ ପହଞ୍ଚତ୍ଥିଲେ। ଜଗାର ସ୍ବାସ୍ଥ୍ୟ ଯାଞ୍ଚ କରିବା ପରେ ଡା. ଗୁପ୍ତା ଏସ୍‌ସିବି ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତରୀ ଟିମ୍‌ ସହିତ ଆଲୋଚନା କରିଥିଲେ। ମୋଟାମୋଟି ଭାବେ ଜଗା ସମ୍ପୂର୍ଣ୍ଣ ସୁସ୍ଥ ଥିବା ବିଶେଷଜ୍ଞମାନେ କହିଛନ୍ତି। ଜଗାର ଭବିଷ୍ୟତରେ ଗତାନୁଗତିକ ଭାବେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଚିକିତ୍ସା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ତରଫରୁ ଏ ବାବଦରେ ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ରବିବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କନ୍ଧମାଳ ଜିଲା ମିଲିପଦା ଅଞ୍ଚଳରେ ଭୂୟାଁ କହଁର ଓ ପୁଷ୍ପାଞ୍ଜଳିଙ୍କ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାରଙ୍କ ସହାୟତାରେ ସେମାନଙ୍କୁ ୨୦୧୭ ଜୁଲାଇ ୧୪ରେ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ୬ଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର ମାଧ୍ୟମରେ ଉଭୟଙ୍କୁ ଅଲଗା କରାଯାଇଥିଲା। ୨୦୧୯ ସେପ୍ଟେମ୍ବର ୬ରେ ଡିସ୍‌ଚାର୍ଜ କରାଯାଇ ୭ରେ ଉଭୟ ଶିଶୁଙ୍କୁ ଏସ୍‌ସିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସ୍ନାୟୁଶଲ୍ୟ ବିଭାଗର ବରିଷ୍ଠ ଡାକ୍ତରଙ୍କ ତତ୍ତ୍ବାବଧାନରେ ଉଭୟଙ୍କୁ ଚିକିତ୍ସା କରାଯାଉଥିଲା ଏବଂ ଏଥିରେ ୧୫ ଜଣିଆ ଡାକ୍ତରୀ ଟିମ୍‌ ନିୟୋଜିତ ହୋଇଥିଲେ। ଜଗାର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିଲେ ମଧ୍ୟ କାଳିଆ ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୨୦୨୦ ନଭେମ୍ବର ୨୫ରେ ଆଖି ବୁଜିଥିଲେ। ଜଗାର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ପରିବାର ଲୋକେ ୨୦୨୧ ମାର୍ଚ୍ଚ ୨୩ରେ ନିଜ ଗ୍ରାମକୁ ନେବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ! ଟ୍ରମ୍ପ କହିଲେ ଯୁଦ୍ଧବିରତିର ଚୁକ୍ତି ଖୁବ ନିକଟତର…

ମସ୍କୋ/କ୍ୱିଭ,୧୬।୧୨: ଡିସେମ୍ବର ୧୫ରେ ହ୍ବାଇଟ ହାଉସର ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ‘ମୁଁ ବିଶ୍ୱାସ କରେ...

Oman Vs Indian Rupee: ମୋଦିଙ୍କ ଓମାନ ଗସ୍ତ ପରେ ଲକ୍ଷପତି ହେବେ ୫ଶହ ଭାରତୀୟ

ମସକଟ,୧୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି, ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ କରୁଛନ୍ତି। ତାଙ୍କର ଚାରି ଦିନିଆ ଗସ୍ତ ସମୟରେ,...

୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା...

ମହମ୍ମଦ ମୋକିମ କିଏ… ବର୍ଷିଲେ ପିସିସି ସଭାପତି: ଗୁମର ଖୋଲି କହିଲେ..

ଭୁବନେଶ୍ୱର,୧୬।୧୨: କଂଗ୍ରେସରୁ ମହମ୍ମଦ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଛନ୍ତି, ମହମ୍ମଦ ମୋକିମ କିଏ,...

ବଢିଲା ଶୀତ: ଦାରିଙ୍ଗବାଡିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ...

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୪ମୃତ ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ,୧୬ା୧୨: ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି...

‘ଜମ୍ମୁ-କଶ୍ମୀର ଆମର ଥିଲା ରହିବ…’ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୧୬।୧୨: ଜାତିସଂଘ ସୁରକ୍ଷା ପରିଷଦରେ ‘ଶାନ୍ତି ପାଇଁ ନେତୃତ୍ୱ’ ବା‘ଲିଡରଶିପ ଫର ପିସ୍‌’ ଉପରେ ଖୋଲା ବିତର୍କ ସମୟରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି।...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri