ସେବାୟତଙ୍କ ବିସ୍ଫୋରକ ବୟାନ, ଭିଡରେ…

ପୁରୀ,୨୯।୬(ଅଜିତ କୁମାର ମହାନ୍ତି): ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ତୃତୀୟ ଦିନରେ ଏକ ବଡ ଧରଣର ଅଘଟଣ ଘଟିଛି । ପ୍ରଶାସନର ଦାୟିତ୍ୱହୀନତା କାରଣରୁ ଅନେକ ଭକ୍ତ ଆହତ ହୋଇଥିବାବେଳେ 3 ଜଣଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ପୋଲିସ ଓ ଜିଲା ପ୍ରଶାସନର ବ୍ୟବସ୍ଥାକୁ ସାଧାରଣରେ ଦାୟୀ କରାଯାଇଛି । ଆହତମାନେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବାବେଳେ ମୃତକଙ୍କ ବ୍ୟବଚ୍ଚେଦ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥାରୁଢ଼ ଶ୍ରୀ ବିଗ୍ରହଙ୍କୁ ଭକ୍ତଙ୍କ ଦର୍ଶନ ସମୟରେ ହଠାତ ଠେଲାପେଲା ପରିସ୍ଥିତି ସୃଷ୍ଟି କାରଣରୁ ଭକ୍ତ ତଳେ ପଡ଼ି ଆହତ ହେବା ସହ 3 ଜଣ ଙ୍କ ମୃତ୍ୟୁ ଘଟିଛି ।

ଏହି ଘଟଣା ସମ୍ପର୍କରେ ଜଣେ ବରିଷ୍ଠ ସେବାୟତ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ, ପ୍ରଶାସନର ଅପାରଗତା ଏହି ଦୁର୍ଘଟଣାର ମୁଖ୍ୟ କାରଣ। ଚଳିତ ରଥଯାତ୍ରାରେ ପୂର୍ବପେକ୍ଷା ଅତ୍ୟଧିକ ଲୋକ ଆସିଛନ୍ତି। ଏହାକୁ ପୋଲିସ ବାହିନୀ ନିୟନ୍ତ୍ରଣ କରିବା କଥା। ଲକ୍ଷଲକ୍ଷ ଲୋକ ସୁନାବେଶରେ ଆସୁଛନ୍ତି। କିନ୍ତୁ ଏପରି ଘଟଣା ଘଟୁନି। କିନ୍ତୁ ଆଜି ଦର୍ଶନ କରିବାକୁ ଆସି ଗୋଟିଏ ଯାଗାରେ ଆସି ରୁଣ୍ଡ ହେଲେ। ହେଲେ ପୋଲିସ ଏହାକୁ ନିୟନ୍ତ୍ରଣ କରିପାରୁନି। ସେ ଅଭିଯୋଗ କରିଛନ୍ତି ଯେ ଭିଡ଼ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିଲା, ଯାହା ଏପରି ଅଘଟଣକୁ ଡାକି ଆଣିଥିଲା।

ମୃତକମାନେ ହେଲେ ଖୋର୍ଦ୍ଧା ଗୋବର୍ଦ୍ଧନପୁର ଅଞ୍ଚଳର ବାସନ୍ତୀ ସାହୁ (୩୬), ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ପ୍ରେମକାନ୍ତ ମହାନ୍ତି (୭୮) ଏବଂ ବାଲିପାଟଣା ଅଞ୍ଚଳର ପ୍ରଭାତୀ ଦାସ । ମିଳିଥିବା ସୂଚନା ଅନଯାୟୀ ଶନିବାର ବିଳମ୍ବିତ ରାତିରେ ରଥାରୁଢ଼ ଶ୍ରୀ ବିଗ୍ରହଙ୍କ ଦର୍ଶନ ପାଇଁ ଅନେକ ଭକ୍ତ ଆସିଥିଲେ । ତେବେ ଠାକୁରଙ୍କ ପହୁଡ଼ ହୋଇଥିବାରୁ ଅନେକ ଭକ୍ତ ରଥ ସମ୍ମୁଖରେ ଶୋଇପଡ଼ିଥିଲେ । ଅପରପକ୍ଷରେ 2 ଟି ଗାଡ଼ିରେ ଚାର ମାଳ ଆସି ରଥ ରହିଥିଲା । ତେବେ ଭୋର୍‌ ପ୍ରାୟ 4 ଟା 20 ମିନିଟରେ ପହୁଡ଼ ଖୋଲା ହେଇଥିଲା । ଏହି ସମୟରେ ଦର୍ଶନ ପାଇ ଭକ୍ତମାନେ ରଥ ଆଡ଼କୁ ଚାଲି ଆସିଥିଲେ । ପୂର୍ବରୁ ସେଠାରେ ଥିବା ଲୋକ ଉଠି ଯିବାକୁ ଚେଷ୍ଟା କରିଥିଲେ । ତେବେ ଅସମ୍ଭାଳ ଭିଡ଼ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଠେଲାପେଲା ହୋଇଥିଲା କିଛି ଲୋକ ତଳେ ପଡ଼ି ଯାଇଥିଲେ । ତାଙ୍କ ଉପରେ ଲୋକ ଚଢ଼ି ଯାଇଥିଲେ ।

ଅପରକ୍ଷରେ ଘଟଣା ସ୍ଥଳରେ ପୋଲିସ , ଓ ଆମ୍ବୁଲାନ୍ସ ନ ଥିବା ଲୋକ ଅଭିଯୋଗ କରିଛନ୍ତି। ଯାହାଫଳରେ ଆହତ ମାନଙ୍କୁ ପରିବାର ଲୋକ ଟେକି ଟେକି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ଏ ନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହଛନ୍ତି କି ଯେଉଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା, ସେଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ବ୍ୟବଚ୍ଛେଦ ପ୍ରକ୍ରିୟା ଚାଲିଛି, ରିପୋର୍ଟ ଆସିଲା ପରେ ହିଁ ପ୍ରକୃତ ତଥ୍ୟ ଜଣାପଡ଼ିବ । ଯେତେବେଳେ ମହାପ୍ରଭୁଙ୍କ ପହୁଡ଼ ଖୋଲାଗଲା ସେତେବେଳେ ନନ୍ଦିଘୋଷ ରଥ ଆଡ଼କୁ ପ୍ରବଳ ଭକ୍ତ ମାଡ଼ି ଆସିଲେ। ଫଳରେ ସେଠାରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ 9ଜଣ ବ୍ୟକ୍ତି ଆହତ ହୋଇଥିଲେ । ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହାତ 6 ଜଣଙ୍କ ଅବସ୍ଥା ସ୍ଥିର ରହିଛି ।

ସେହିଭଳି ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି ଘଟଣା ସ୍ଥଳରେ ପୋଲିସ ନିୟୋଜିତ ଥିଲେ । ଘଟଣାର ତଦନ୍ତ କରାଯାଉଛି। ତେବେ ବର୍ତ୍ତମାନ ସ୍ଥିତି ଆୟତରେ ରହିଛି ।ଲୋକମାନେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରୁଛନ୍ତି । ତେବେ ଖବର ପାଇ ପୋଲିସ ମହାନର୍ଦ୍ଦେଶକ ୱାଇ ବି ଖୁରାନିଆ ଓ ବରିଷ୍ଠ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ର ଅନୁଧ୍ୟାନ କରିଛନ୍ତି

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ଭୋର ୪ ରୁ ୫ ମଧ୍ୟରେ ଘଟିଥିଲା, ଯେତେବେଳେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମନ୍ଦିର ନିକଟରେ ପହଞ୍ଚିଥିଲା। ଭିଡ଼ ମଧ୍ୟରେ ଅନିୟନ୍ତ୍ରିତ ଠେଲାପେଲା ଯୋଗୁଁ ଅନେକ ଶ୍ରଦ୍ଧାଳୁ ପଡ଼ିଯାଇଥିଲେ, ଯାହା ଏହି ମର୍ମନ୍ତୁଦ ଘଟଣାରେ ପରିଣତ ହୋଇଥିଲା। ଆହତମାନଙ୍କୁ ତୁରନ୍ତ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri