ଏନଏସି ହେବ ଜଗନ୍ନାଥପ୍ରସାଦ ପଞ୍ଚାୟତ: ଘୋଷଣା କଲେ ବିଧାୟକ

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ପଂଚାୟତ (ବ୍ଲକ ମୁଖ୍ୟ କାର୍ଯ୍ୟାଳୟ)କୁ ଏନଏସିରେ ପରିଣତ କରାଯିବ। ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଖୁବଶୀଘ୍ର ରାଜ୍ୟ ସରକାର ତାହା ଘୋଷଣା କରିବାକୁ ଯାଉଛନ୍ତି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ସ୍ଥାନୀୟ ଟାଉନ ହଲରେ ଅନୁଷ୍ଟିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହା ଘୋଷଣା କରିଥିଲେ। ଏଥିସହ ସେ କହିଥିଲେ, ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲଟି ଗତ ସରକାର ଘୋଷଣା କରିଥିଲେ। କିନ୍ତୁ ତାହାକୁ କାର୍ଯ୍ୟକାରୀ କରି ନ ଥିଲେ। ମୁଁ ବିଧାୟକ ହେବାପରେ ମ୍ୟୁନିସିପାଲଟି ପାଇଁ ଯାହା କାଗଜପତ୍ର ଦରକାର ତାହା କରାଯାଉଛି । ମ୍ୟୁନିସିପାଲଟି ହେଲେ ଆଉ ୫ଟି ପଞ୍ଚାୟତ ମିଶିବ। ୪ଟି ପଞ୍ଚାୟତ ଏନଏସିରେ ମିଶିବା ପାଇଁ ସ୍ବୀକୃତି ପ୍ରଦାନ କରିଥିଲେ। କିନ୍ତୁ ଆଉ ଗୋଟିଏ ଦେଇ ନ ଥିଲା । ବିକଳ୍ପ ଆଇନ ବଳରେ ସଂପୃକ୍ତ ପଞ୍ଚାୟତକୁ ମିଶାଇବା ପାଇଁ ପଦକ୍ଷେପ ନିଆଯାଇଥିଲା। ଖୁବଶୀଘ୍ର ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲଟି ମାନ୍ୟତା ମିଳିବ ବୋଲି ବିଧାୟକ ନାୟକ କହିଥିଲେ। ରାଜ୍ୟରେ ଡାକ୍ତର ଅଭାବ ସମସ୍ୟାକୁ ଦୂର କରିବା ପାଇଁ ୫୦୦୦ ନୂତନ ଡାକ୍ତର ନିଯୁକ୍ତି ଦିଆଯିବ। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଛି ଖାଲିଥିବା ପଦବୀ ପୂରଣ ପାଇଁ। ନୂତନ ନିଯୁକ୍ତିରେ ଭଞ୍ଜନଗର ମେଡ଼ିକାଲକୁ ପ୍ରଧ୍ୟାନ୍ୟ ଦିଆଯିବ। ଫଳରେ ଭଞ୍ଜନଗର ମେଡିକାଲ ରୋଗୀ ସେବାରେ ଆହୁରି ଉନ୍ନତୀ ଆସିବ। ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନର ଉନ୍ନତିକରଣ କରାଯାଉଛି । ପୁରାତନ ଐତିହ୍ୟର ସୁରକ୍ଷା ପାଇଁ ବିପୁଳ ଅର୍ଥ ବ୍ୟୟ ହେଉଛି। ଆଗାମୀ ୫ ବର୍ଷ ମଧ୍ୟରେ ଭଞ୍ଜନଗର ନିର୍ବାଚନମଣ୍ଡଳୀ କୁ ରାଜ୍ୟର ଏକ ଅଗ୍ରଣୀ ନିର୍ବାଚନମଣ୍ଡଳୀ ଭାବେ ଗଢି ତୋଳାଯିବ ବୋଲି ବିଧାୟକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମଧ୍ୟରେ ଫାଟ! ଏହି କାରଣରୁ ଯୁକ୍ତିତର୍କ, VIDEO ଭାଇରାଲ୍‌

ନୂଆଦିଲ୍ଲୀ,୧୬।୨: ୨୦୨୬ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଟିମ ଇଣ୍ଡିଆ ଶିବିରରେ ସେଲିବ୍ରେଶନର ପରିବେଶ ଥିଲାବେଳେ, ମ୍ୟାଚ ପରେ ପଡ଼ିଆରେ ଏକ ଘଟଣା…

ଆଣବିକ ରିଆକ୍ଟର ପ୍ରସ୍ତୁତ କଲେ ୧୨ ବର୍ଷୀୟ ଛାତ୍ର: ରୁମ୍‌ରେ ୪ ବର୍ଷର ଗବେଷଣା ପରେ ସଫଳତା

ଟେକ୍ସାସ୍‌,୧୬ା୨:ଆମେରିକାର ଟେକ୍ସାସ୍‌ ରାଜ୍ୟସ୍ଥିତ ଡଲାସ୍‌ ସହରର ଜଣେ ୧୨ ବର୍ଷର ଛାତ୍ର ଯାହା କରିଛନ୍ତି ତାହା ବୈଜ୍ଞାନିକ ଏବଂ ଗବେଷକ ମହଲକୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଛାତ୍ର…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri