ଶ୍ରୀକ୍ଷେତ୍ରରେ ‘ଜଗା ପାଇଁ ଗଛଟିଏ ଲଗା’

ପୁରୀ ଅଫିସ,୯ା୭:ଆଗକୁ କେବଳ ରଥ ନୁହେଁ, ଠାକୁରଙ୍କ ନିର୍ମାଣ ପାଇଁ ବି କାଠ ଅଭାବ ସମସ୍ୟା ଉପୁଜି ପାରେ। ଏଣୁ ଆସନ୍ତୁ ଠାକୁରଙ୍କ ପାଇଁ ଗଛଟିଏ ଲଗାଇବା। ଏପରି ସ୍ଲୋଗାନ ସହ ପବିତ୍ର ଶରଧାବାଲିର ତିନିରଥ ସମ୍ମୁଖରୁ ଆରମ୍ଭ ହୋଇଛି ‘ଜଗା ପାଇଁ ଗଛଟିଏ ଲଗା’ ଅଭିଯାନ। ପ୍ରେରଣା ଗ୍ରୀନ୍‌ ଆର୍ମି ଏବଂ ମିଶନ ଓଡ଼ିଶାର ମିଳିତ ସହଯୋଗରେ ଦିଲୀପ ଶ୍ରୀଚନ୍ଦନ, ବଦ୍ରି ମିଶ୍ର, କଳ୍ପନା ଦାସ ଓ ମଧୁସୂଦନ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରାକୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଉଦ୍‌ଘାଟନ କରିଥିଲେ। ଏନ୍‌ସିସି, ଏନ୍‌ଏସ୍‌ଏସ୍‌, ରେଡ୍‌କ୍ରସ, ସେଣ୍ଟ ଜନ୍‌ ଆମ୍ବୁଲାନ୍ସ,ସ୍କାଉଟ୍ସ, ଗାଇଡ୍ସ, ପ୍ରେରଣା ଇଣ୍ଟରନ୍ୟାଶନାଲ, ମିଶନ ଓଡ଼ିଶା, ଶିଶୁ ଓ ମହିଳା ବିକାଶ ସଂସ୍ଥା ସମେତ ଅନେକ ପ୍ରକୃତିପ୍ରେମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏକାଠି ହୋଇଥିଲେ। ସେଠାରେ ଗ୍ରୀନ ଆର୍ମି କମାଣ୍ଡାଣ୍ଟ ବଦ୍ରି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପରିବେଶ ସଭାରେ ନୀରଦ ଖୁଣ୍ଟିଆ, ଶୋଭାରାଣୀ ସ୍ବାଇଁ, ଜୟନ୍ତୀ ମହାପାତ୍ର, ଗଣେଶ୍ୱର ସାହୁ, ଅଜୟ ପ୍ରଧାନ, ଭାସ୍କର ପୂଜାରୀ, ମାନସ ଦାସ, ଲାଲା ଅନନ୍ତ ସିଂହ, କମଳ ଦାଶ ପ୍ରମୁଖ ନିମ୍ବ, ଫାସି, ଧଉରା ପ୍ରଭୃତି ଚାରା ରୋପଣ ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ନିମ୍ବ ଚାରା ରୋପଣ କରାଯିବା ସହ ମହାବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ସୁଦର୍ଶନ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। ଶ୍ୟାମପ୍ରକାଶ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍‌ ଶନିବାର ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri