Posted inଖେଳ

ନିଶାରେ ଉବୁଟୁବୁ ଭାରତୀୟ କ୍ରିକେଟର, ବଡ ଖୁଲାସା କଲେ ଜାଡେଜାଙ୍କ ପତ୍ନୀ

ନୂଆଦିଲ୍ଲୀ,୧୨ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ବିଦେଶ ଗସ୍ତ ସମୟରେ ଖେଳାଳିମାନେ ବିଭିନ୍ନ ପ୍ରକାରର ନିଶା ବା ଭାଇସ୍‌ରେ ଲିପ୍ତ ରୁହନ୍ତି। ତେବେ ସେ ଦୃଢ଼ତାର ସହ କହିଛନ୍ତି ଯେ ତାଙ୍କ ସ୍ୱାମୀ ରବୀନ୍ଦ୍ର କେବେହେଲେ ଏପରି କୌଣସି ଅଭ୍ୟାସରେ ସାମିଲ୍ ହୁଅନ୍ତି ନାହିଁ।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରିଭାବା କହିଛନ୍ତି, “ମୋ ସ୍ୱାମୀ, କ୍ରିକେଟର୍ ରବୀନ୍ଦ୍ର ଜାଡେଜାଙ୍କୁ କ୍ରିକେଟ୍ ଖେଳିବା ପାଇଁ ଲଣ୍ଡନ, ଦୁବାଇ ଏବଂ ଅଷ୍ଟ୍ରେଲିଆ ଭଳି ଅନେକ ଦେଶକୁ ଯାତ୍ରା କରିବାକୁ ପଡ଼ିଥାଏ। ତଥାପି, ଆଜି ପର୍ଯ୍ୟନ୍ତ ସେ କୌଣସି ପ୍ରକାରର ନିଶା ବା ଭାଇସ୍‌କୁ ଛୁଇଁ ନାହାଁନ୍ତି କିମ୍ବା ସେଥିରେ ସାମିଲ୍ ହୋଇ ନାହାଁନ୍ତି, କାରଣ ସେ ତାଙ୍କର ଦାୟିତ୍ୱକୁ ବୁଝିଛନ୍ତି।” ସେ ଆହୁରି ମଧ୍ୟ କହିଛନ୍ତି, “ଦଳର ଅନ୍ୟ ସମସ୍ତ ସଦସ୍ୟ ନିଶାରେ ଲିପ୍ତ ଥାଆନ୍ତି, କିନ୍ତୁ ସେମାନଙ୍କ ଉପରେ କୌଣସି କଟକଣା ନାହିଁ।”

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୬ରେ କେ.ଏଲ୍ ରାହୁଲ ୱେଷ୍ଟଇଣ୍ଡିଜ୍ ଗସ୍ତ ସମୟରେ ସୋସିଆଲ ମିଡିଆରେ ମଦ ବୋତଲ ଧରିଥିବା ଏକ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋ ଭାଇରାଲ୍ ହେବା ପରେ BCCI ଖେଳାଳିମାନଙ୍କୁ ସୋସିଆଲ ମିଡିଆରେ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲା ଏବଂ ରାହୁଲଙ୍କୁ ତାହା ଡିଲିଟ୍ କରିବାକୁ ପଡିଥିଲା।

ଚଳିତ ବର୍ଷ ଆରମ୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଖେଳାଳିମାନଙ୍କୁ ତମାଖୁ ଏବଂ ମଦ୍ୟପାନ ସାମଗ୍ରୀର ସରୋଗେଟ୍ ବିଜ୍ଞାପନରେ ଅଂଶଗ୍ରହଣ କରିବାରୁ ରୋକିବା ପାଇଁ BCCI ଏବଂ SAI (Sports Authority of India) ନିକଟକୁ ଯାଇଥିଲା। ଖେଳାଳିମାନଙ୍କୁ ଏପରି ବିଜ୍ଞାପନରୁ ଦୂରେଇ ରହିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେବାକୁ ବୋର୍ଡକୁ ପରାମର୍ଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

WPL: ଫାଇନାଲରେ ପହଞ୍ଚିଲା ଆର୍‌ସିବି

ଭଦୋଦରା,୨୯ା୧- ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ ଗୁରୁବାର ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଅତି ସହଜରେ ୮ ଉଇକେଟରେ ୟୁପି ଓ୍ବାରିଅର୍ସକୁ…

ଶାନ୍ତି ଆଲୋଚନା ପାଇଁ ଜେଲେନସ୍କିଙ୍କୁ ମସ୍କୋ ନିମନ୍ତ୍ରଣ କଲା ରୁଷିଆ

ନୂଆଦିଲ୍ଲୀ,୨୯।୧: ଚାରି ବର୍ଷ ଧରି ଲାଗି ରହିଥିବା ରୁଷ-ୟୁକ୍ରେନ ଯୁଦ୍ଧର ଘଟିବ ଅନ୍ତ। ଏହି କ୍ରେମଲିନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର…

ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି: ଏତିକି ଟଙ୍କାକୁ ବଢିଗଲା ଲୋକଙ୍କ ମୁଣ୍ଡପିଛା ଆୟ

ଭୁବନେଶ୍ୱର,୨୯।୧: ଓଡ଼ିଶାର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ନିଟ୍ ଘରୋଇ ଉତ୍ପାଦ ୧,୬୮,୯୬୬ ଟଙ୍କାରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ: ଏହି କାମ ପାଇଁ ରାଜ୍ୟ ସରକାରଙ୍କୁ କଲେ ପ୍ରଶଂସା

ଭୁବନେଶ୍ୱର,୨୯।୧: ଗୁରୁବାର ଲୋକସେବା ଭାବନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ଅଜ୍ଞ ବାଙ୍ଗା। ଓଡ଼ିଶାର ବିକାଶ ଧାରାକୁ ଆହୁରି ଗତିଶୀଳ କରିବା ଉପରେ…

ଭାରତୀୟ ସେନା ପାଇଁ ‘ସୁରକ୍ଷା କବଚ’: ହୃଦଘାତ ପୂର୍ବରୁ ସତର୍କ କରାଇବ ସ୍ବଦେଶୀ ଚିପ୍

ନୂଆଦିଲ୍ଲୀ,୨୯।୧: ଭାରତୀୟ ସେନା ପାଇଁ ଏକ ଚମତ୍କାରୀ ଚିପ୍ ବିକଶିତ କରିଛି DRDO। ଦିଲ୍ଲୀର ମିରାଣ୍ଡା ହାଉସ କଲେଜ ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ…

ଭୁବନେଶ୍ୱରରେ ଡେଲିଭରି ବୟଙ୍କୁ ମାରି ଫିଙ୍ଗିଦେଲେ ! ବିଲ ଭିତରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୯।୧(ତ୍ରିନାଥ ମହାନ୍ତି): ମଞ୍ଚେଶର ଥାନା ଅନ୍ତର୍ଗତ ପାଣ୍ଡରା ନିକଟରେ ଥିବା ବିଲ ମଝିର ଏକ ପାଚେରୀ କଡ଼ରୁ ଜଣେ ଡେଲିଭରୀ ବଏଙ୍କ ସନ୍ଦେହ ଜନକ ମୃତଦେହ ଜବତ…

ବୟକଟ ଖେଳ ଶେଷ: ୨ରେ କଲମ୍ବୋରେ ପହଞ୍ଚିବ ପାକିସ୍ତାନ ଦଳ

ଲାହୋର,୨୯ା୧: ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ପାକିସ୍ତାନ ଦଳ ଆସନ୍ତା ୨ ତାରିଖରେ ଶ୍ରୀଲଙ୍କାର କଲମ୍ବୋ ଅଭିମୁଖେ ଯାତ୍ରା କରିବ…

ଯୌତୁକ ପାଇଁ ଗର୍ଭବତୀ ମହିଳା କମାଣ୍ଡୋଙ୍କୁ ଡମ୍ବେଲ୍‌ରେ ପିଟି ପିଟି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୨୯।୧: ରାଜଧାନୀ ଦିଲ୍ଲୀରୁ ଏକ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ରେ କାର୍ଯ୍ୟରତ ୨୭ ବର୍ଷୀୟା ମହିଳା କମାଣ୍ଡୋ କାଜଲଙ୍କୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri