Posted inଖେଳ

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରୁ ଜାଡେଜା ଆଉଟ୍‌, ଆବଶ୍ୟକ ପଡିଲେ ପେନ୍‌କିଲର ନେଇ ବ୍ୟାଟିଂ କରିବେ

ସିଡ୍‌ନୀ,୧୧।୧(ପି.ଟି.): ଚଳିତ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଆହତ ହୋଇଥିବା ଭାରତୀୟ ସିନିୟର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବେ ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍‌ ପଡିଛନ୍ତି। ମିଚେଲ ଷ୍ଟାର୍କଙ୍କ ଏକ ଶର୍ଟ ବଲ୍‌ରେ ବାମହାତ ବୁଢ଼ା ଆଙ୍ଗୁଠିରେ ଆଘାତ ପାଇଥିବା ଜାଡେଜା ଚଳିତ ଟେଷ୍ଟରେ ଦ୍ୱିତୀୟ ଇନିଂସରେ ବୋଲିଂ କରିପାରି ନ ଥିଲେ। ସେ ଏବେ ୪- ୬ ସପ୍ତାହ ବିଶ୍ରାମ ନେବାର ଆବଶ୍ୟକତା ରହିଛି। ଫଳରେ ତାଙ୍କୁ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ ଟେଷ୍ଟରୁ ବାଦ୍‌ ଦିଆଯାଇଛି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ଚେନ୍ନାଇରୁ ଫେବୃୟାରୀ ୫ରୁ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ।
ବାମହାତୀ ଏହି ଅଲରାଉଣ୍ଡର ଚଳିତ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୮ ରନ ସଂଗ୍ରହ କରିଥିଲେ ଓ ୪ ଉଇକେଟ ଅକ୍ତିଆର କରିଥିଲେ। ଦ୍ୱିତୀୟ ଇନିଂସରେ ବୋଲିଂ କରି ନ ଥିଲେ ମଧ୍ୟ ମ୍ୟାଚ ବଞ୍ଚାଇବା ପାଇଁ ଆବଶ୍ୟକ ପଡିଲେ ସେ ଅନ୍ତିମ ଦିବସରେ ପେନ୍‌କିଲର ଇଞ୍ଜେକଶନ ନେଇ ବ୍ୟାଟିଂ କରିବେ ବୋଲି କୁହାଯାଇଛି। ସେହିପରି ଏଲ୍‌ବୋ ଇଞ୍ଜୁରିର ଶିକାର ହୋଇଥିବା ରିଷଭ ପନ୍ତ ବ୍ୟାଟିଂ କରିବେ ବୋଲି ସିନିୟର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନ ସୂଚନା ଦେଇଛନ୍ତି। ଉଲ୍ଲେଖଥାଉ କି, ଏହି ସିରିଜରେ ଭାରତର ଏକାଧିକ ଖେଳାଳି ଆହତ ହୋଇଛନ୍ତି। ଦ୍ରୁତ ବୋଲର ଉମେଶ ଯାଦବ, ମହମ୍ମଦ ସାମି, ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଆହତ ହୋଇ ବାଦ୍‌ପଡିସାରିଛନ୍ତି। ଉଭୟ ଜାଡେଜା ଓ ପନ୍ତଙ୍କ ସ୍କାନ କରାଯାଇଛି। କିନ୍ତୁ ଜାଡେଜାଙ୍କ ଭଳି ପନ୍ତଙ୍କ ଇଞ୍ଜୁରି ସେତେଟା ଗୁରୁତର ନୁହେଁ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri