ଖୁସିରେ ବିଭୋର ଜ୍ୟାକଲିନ

ମୁ୍‌ମ୍ବାଇ: ବଲିଉଡ୍ ନାୟିକା ଜ୍ୟାକଲିନ ଫର୍ନାଡିଜଙ୍କ ଖୁସି କହିଲେ ନ ସରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକାଙ୍କର ଫଲୋର‌୍ୟସ ସଂଖ୍ୟା ଏବେ ୫୫ ମିଲିୟନରେ ପହଞ୍ଚିଛି । ଏପ୍ରିଲରେ ଏହା ୫୦ ମିଲିୟନ ପାର କରିଥିବା ବେଳେ ମାତ୍ର ୫ ମାସ ମଧ୍ୟରେ ୫୫ ମିଲିୟନ ଜ୍ୟାକଲିନଙ୍କ ପାଇଁ ଖୁସି ଆଣି ଦେଇଛି । ଏକ ଫଟୋ ଶେୟାର କରି ନିଜେ ଜ୍ୟାକଲିନ ତାଙ୍କର ଖୁସି ଜାହିର କରିଛନ୍ତି । ସୋସିଆଲ ମିଡିଆରେ କେବଳ ଦେଶ ନୁହେଁ ବିଦେଶରେ ଜ୍ୟାକଲିନଙ୍କର ରହିଛନ୍ତି ଅନେକ ବିଦେଶୀ ପ୍ରଶଂସକ । ସେ ପ୍ରାୟ ସବୁ ସମୟରେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି । କେତେବେଳେ ନିଜର ଫିଟନେସ୍ ତ ପୁଣି କେତେବେଳେ ୱାର୍କ ଆଉଟ ପୁଣି ଶୁଟିଂ ସେଟ୍‌ର ମଜା ଶେୟାର କରି ସେ ପ୍ରଶଂସକଙ୍କୁ ଆନନ୍ଦ ଦେଇଥାଆନ୍ତି । ତେଣୁ ଏହି ଚୁଲବୁଲି ନାୟିକାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିବା ସ୍ୱାଭାବିକ କଥା । ନିଜ କ୍ୟାରିୟରକୁ ନେଇ ବ୍ୟସ୍ତ ରହୁଥିବା ଏହି ନାୟିକା ନିକଟରେ ଶୈଫ ଅଲି ଖାଁ, ୟାମି ଗୌତମ ଓ ଅର୍ଜୁନ କପୁରଙ୍କ ସହ ହରର କମେଡି ଫିଲ୍ମ ‘ଭୁତ ପୁଲିସ’ରେ ନଜର ଆସିଥିଲେ ।

Share