ନିଜ ପ୍ରଥମ କ୍ରସ ବିଷୟରେ କଥା ହେଲେ ଜ୍ୟାକଲିନ

ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଗଧାଡିର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଏବେ ତାଙ୍କର ପ୍ରଥମ କ୍ରସକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି । ସେ ତାଙ୍କ ଅଭିନୀତ ‘ଭୁତ ପୋଲିସ’ ଫିଲ୍ମର ସହ କଳାକାର ଅର୍ଜୁନ କପୁରଙ୍କ ସହ ଏକ ଚାଟ୍ ଶୋ’ରେ ଖୋଲାଖୋଲି କଥା ହୋଇଛନ୍ତି । ଅର୍ଜୁନ କପୁର ‘ବକ ବକ ୱିଥ ବାବା’ ନାମକ ଏକ ସୋସିଆଲ ମିଡିଆ ଚାଟ୍ ଶୋ’ ଆରମ୍ଭ କରିଛନ୍ତି । ଯେଉଁଥିରେ ଅଭିନେତା ଇଣ୍ଡଷ୍ଟ୍ରିର କେତେଜଣ ବନ୍ଧୁ ଓ ସେମାନଙ୍କ ପରିବାର ସମ୍ପର୍କରେ ଏମିତି କିଛି କଥା ହେବାକୁ ଚାହୁଁଛନ୍ତି ଯାହାକୁ ସାଧାରଣ ଲୋକ ଜାଣି ନାହାନ୍ତି । ଏହି ଶୋ’ରେ ସେ ନିକଟରେ ଅଭିନେତ୍ରୀ ଜ୍ୟାକଲିନଙ୍କ ସହ କଥା ହୋଇଛନ୍ତି । ଏଥିରେ ଜ୍ୟାକଲିନ ତାଙ୍କ ପ୍ରଥମ କ୍ରସ୍‌, ଫିଟନେସ୍‌, ଟ୍ରୋଲର୍ସଙ୍କଠାରୁ କେମିତି ଦୂରେଇ ହେବ ସବୁକଥା ମନ ଖୋଲି କହିଛନ୍ତି । ଅର୍ଜୁନଙ୍କ ପ୍ରଶ୍ନଥିଲା ଯେ ଜ୍ୟାକଲିନ ସବୁଠାରୁ କ’ଣ ଖରାପ ନିଜ ବିଷୟରେ ସୋସିଆଲ ମିଡିଆରେ ପଢିଛନ୍ତି । ଜ୍ୟାକଲିନ କହିଛନ୍ତି ଏମିତିତ ବହୁତ କିଛି ଅଛି । ହେଲେ ଏହା କେବଳ ମୋ ପାଇଁ ନୁହେଁ ପ୍ରାୟ ସମସ୍ତଙ୍କ ପାଇଁ । ଜ୍ୟାକଲିନ କହିଛନ୍ତି ମୋତେ କେହି କେହି ଲେଖିଛନ୍ତି କେତେ ଭୟଙ୍କର ଲାଗୁଛ, ମୋର ଉଚ୍ଚାରଣ ବି କେତେକଙ୍କୁ ଭାରି କଷ୍ଟ ଲାଗିଛି । ଏସବୁ ଟ୍ରୋଲ ପରେ କିନ୍ତୁ ମୁଁ ସବୁକଥାକୁ ସକରାତ୍ମକ ଢଙ୍ଗରେ ନେଇଛି ବୋଲି ଜ୍ୟାକଲିନ କହିଛନ୍ତି । ତେବେ ନିଜର ପ୍ରଥମ କ୍ରସକୁ ନେଇ ଜ୍ୟାକଲିନ କହିଛନ୍ତି ମୋର ସ୍କୁଲରେ ଜଣଙ୍କ ସହ କ୍ରସ ଥିଲା । ହେଲେ ମୁଁ ତାଙ୍କ ନାଁ କହିପାରିବି ନାହିଁ । ଏହାସହ ଜ୍ୟାକଲିନଙ୍କର ଲିୟୋନାର୍ଡୋ ଡିକେପ୍ରିୟୋଙ୍କ ଉପରେ ବି କ୍ରସ ଥିଲା ବୋଲି ସେ କହିଛନ୍ତି ।

Share