ଜାକ୍‌ଲିନ୍‌ଙ୍କୁ ବିଦେଶ ଗସ୍ତ ଅନୁମତି

ନୂଆଦିଲ୍ଲୀ, ୨୪ା୫: ମହାଠକ ସୁରେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତି ଏବଂ ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିସ୍‌ଙ୍କୁ ବିଦେଶ ଯିବା ଲାଗି ମଙ୍ଗଳବାର ଦିଲ୍ଲୀର ଏକ ଅଦାଲତ ଅନୁମତି ଦେଇଛନ୍ତି। ସେ ମେ’୨୫ରୁ ଜୁନ୍‌ ୧୨ ମଧ୍ୟରେ ବିଦେଶ ଯାଇପାରିବେ। ଆଇଆଇଏଫ୍‌ଏ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବା ଲାଗି ମେ’ ୨୫ରୁ ୨୭ ଆବୁଧାବୀ ଯିବା ନିମନ୍ତେ ଜାକ୍‌ଲିନ୍‌ ଆବେଦନ କରିଥିଲେ। ସ୍ବତନ୍ତ୍ର ବିଚାରପତି ଶୈଳେନ୍ଦ୍ର ମଲିକ ଏଥିପାଇଁ ତାଙ୍କୁ ଅନୁମତି ଦେଇଛନ୍ତି। ଏଥିସହିତ ଏକ ଚଳଚ୍ଚିତ୍ର ଶୁଟିଂ ନିମନ୍ତେ ମେ’ ୨୮ରୁ ଜୁନ୍‌ ୧୨ ପର୍ଯ୍ୟନ୍ତ ଇଟାଲୀର ମିଲନ ଗସ୍ତ ଲାଗି ତାଙ୍କୁ ଅନୁମତି ମିଳିଛି। ଗତବର୍ଷ ନଭେମ୍ବର ୧୫ରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ରେଲିଗେୟାର ଏଣ୍ଟରପ୍ରାଇସେସ୍‌ର ପୂର୍ବତନ ପ୍ରମୋଟର ଶିବିନ୍ଦର ମୋହନ ସିଂଙ୍କ ସ୍ତ୍ରୀ ଅଦିତି ସିଂଙ୍କଠାରୁ ଚନ୍ଦ୍ରଶେଖର ବହୁକୋଟି ଟଙ୍କା ଠକିନେବା ଘଟଣାରେ ଦିଲ୍ଲୀ ପୋଲିସର ଇଓଡବ୍ଲ୍ୟୁ ପକ୍ଷରୁ ଦାଏର ଏତଲା ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା। ଜାକ୍‌ଲିନ୍‌ ଉକ୍ତ ମନିଲଣ୍ଡରିଂରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ଅବତରଣ, ଏମରଜେନ୍ସି ଷ୍ଟ୍ରିପରେ ପ୍ରଥମଥର ଓହ୍ଲାଇଲା ମୋଦିଙ୍କ ବିମାନ

ଗୁଆହାଟି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସାମ ଦିବ୍ରୁଗଡ଼ର ମୋରାନ ବାଇପାସରେ ଥିବା ଜରୁରୀକାଳୀନ ଅବତରଣ ସୁବିଧା (ELF) ରେ ଅବତରଣ କରିଥିଲେ। ସେଠାରେ ସେ ଲଢ଼ୁଆ…

‘ଦେଶ ପ୍ରତି ସେମାନଙ୍କର ସମର୍ପଣ ସର୍ବଦା ମନେ ରହିବ’, ପୁଲୱାମା ଆକ୍ରମଣରେ ଶହୀଦକୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ ପ୍ରାଣବଳି ଦେଇଥିବା ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୈନିକଙ୍କ ବଳିଦାନକୁ ମନେ ପକାଇ…

କାର୍‌ରେ ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ: ତା’ପରେ ଘଟିଲା…

ଭୋପାଳ,୧୪ା୨:ଭୋପାଳରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ସହ ବ୍ଲାକ୍‌ମେଲ୍‌ କରାଯାଇଛି। ବଳାତ୍କାର ସମୟର ଭିଡିଓ ଶୁଟିଂ କରି ତାଙ୍କ ଠାରୁ ଟଙ୍କା ଦାବି କରାଯିବା ସହ…

ଯଦି ସେ ଶଙ୍କରାଚାର୍ଯ୍ୟ ଥିଲେ ତେବେ ଆପଣ କାହିଁକି ଲାଠିଚାର୍ଜ କରିଥିଲେ? ସମାଜବାଦୀ ପାର୍ଟି ଉପରେ ବର୍ଷିଲେ ଯୋଗୀ…

ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶ ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି (SP) କୁ କଡ଼ା ସମାଲୋଚନା କରିଛନ୍ତି। ମାଘ ମେଳାରେ ଘଟିଥିବା ଘଟଣାକୁ ନେଇ ସେ…

ଭ୍ୟାଲେଣ୍ଟାଇନ୍‌ ଡେ’ର ଦିନକ ପୂର୍ବରୁ ଏକା ହୋଇଗଲେ ହ୍ରିତିକ୍‌! ସବାଙ୍କ ସହ ବ୍ରେକ୍‌ଅପ୍‌ ନେଇ…

ମୁମ୍ବାଇ: ବଲିଉଡର ‘ଗ୍ରୀକ ଗଡ୍‌’ ହ୍ରିତିକ ରୋଶନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଏହା ପଛରେ ରହିଛି ତାଙ୍କର ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ।…

ଅଭିନେତା ବିଜୟଙ୍କ ରାଲିରେ ଅଘଟଣ, ଭାଷଣ ସମୟରେ ଟଳି ପଡ଼ିଲେ ଯୁବକ

ଚେନ୍ନାଇ,୧୩।୨: ଶୁକ୍ରବାର ତାମିଲନାଡୁର ସାଲେମରେ ଟିଭିକେ ମୁଖ୍ୟ ଏବଂ ଅଭିନେତା ବିଜୟ ଥାଲାପତିଙ୍କ ଏକ ରାଲିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସାଲେମର ଜଣେ ପୋଲିସ ଅଧିକାରୀ…

ସେବା ତୀର୍ଥକୁ ଶିଫ୍ଟ ହେଲା PMO କାର୍ଯ୍ୟାଳୟ: ପ୍ରଥମ ଦିନ ୪ ବଡ଼ ନିଷ୍ପତ୍ତି ନେଲେ ମୋଦି

ନୂଆଦିଲ୍ଲୀ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ନୂତନ କାର୍ଯ୍ୟାଳୟ ‘ସେବା ତୀର୍ଥ’ ଉଦଘାଟନ କରିଛନ୍ତି। ଆଜିଠାରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଇସିନା ହିଲର ସାଉଥ ବ୍ଲକରୁ ସେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri