ଇଣ୍ଟିମେଟ ସିନ୍ ଆସିଲେ ଲାଜେଇ ଯାଆନ୍ତି ଜ୍ୟାକି

ମୁମ୍ବାଇ: ବଲିଉଡ୍ ଷ୍ଟାର ଜ୍ୟାକି ଶ୍ରଫ ତାଙ୍କ ଅଗାମୀ ଫିଲ୍ମ ‘ଦ ଇଣ୍ଟରଭ୍ୟୁ: ନାଇଟ୍ ଅଫ୍ ୨୬/୧୧’ କୁ ନେଇ କଥା ହୋଇଛନ୍ତି । ସେ କହିଛନ୍ତି ଫିଲ୍ମରେ ଇଣ୍ଟିମେଟ ସିନ୍ ଆସିଲେ ମୋତେ ଲାଜ ଲାଗିଥାଏ । ମୁଁ ଆଦୌ ସହଜ ଅନୁଭବ କରି ନ ଥାଏ । ସେ କହିଛନ୍ତି ବାସ୍ତବରେ ମୁଁ ଲାଜକୁଳା । ହେଲେ ଜଣେ ଅଭିନେତା ହିସାବରେ ଯଦି ଏହା କାମର ଗୋଟିଏ ଭାଗ ଆଉ ସିନ୍ ଏହା ଡିମାଣ୍ଡ କରୁଛି ତେବେ ଏହାକୁ ତ ନିଶ୍ଚିତ ଭାବେ କରିବାକୁ ପଡିବ । ‘ଦ ଇର୍ଟରଭ୍ୟୁ: ନାଇଟ୍ ଅଫ୍ ୨୬/୧୧’ରେ ଜ୍ୟାକି ଜଣେ ୱାର ରିପୋର୍ଟର ଭୂମିକାରେ ନଜର ଆସିବେ ତାଙ୍କୁ ସେଥିରେ ଜଣେ ବଲିଉଡ୍ ଷ୍ଟାରଙ୍କ ଇଣ୍ଟରଭ୍ୟୁ କରିବାକୁ କୁହାଯାଇଛି । ଏଥିରେ ଆଖି ମିଶାଇବା ଯେତିକି ଜରୁରୀ ଆହୁରି ମଧ୍ୟ ଅନେକ କିଛି ଅଛି ବୋଲି ଜ୍ୟାକି କହିଛନ୍ତି । ଏହା ଡଚ ଫିଲ୍ମ ‘ଦ ଇଣ୍ଟରଭ୍ୟୁ’ର ରିମେକ ।

Share