ଆଖି ବୁଜିଲା ‘ଜ୍ୟାକି’

ଭୁବନେଶ୍ୱର,୩।୧(ବ୍ୟୁରୋ):ଆଣ୍ଟିଭେନମ୍‌ ଅଭାବରୁ ରବିବାର ସାପ କାମୁଡ଼ାରେ ଆହତ ଡୋବରମ୍ୟାନ ‘ପେପ୍‌ସୀ’ର ମୃତ୍ୟୁ ଘଟିଥିବାବେଳେ ଗୁରୁତର ଥିବା ଲାବ୍ରାଡର ‘ଜ୍ୟାକି’ର ସୋମବାର ମୃତ୍ୟୁ ଘଟିଛି। ଏହି ଦୁଇଟି କୁକୁରଙ୍କୁ ଚିକିତ୍ସା ପାଇଁ ଓୟୁଏଟି ଭେଟେରିନାରି କଲେଜରେ ଥିବା ସେଣ୍ଟ୍ରାଲ କ୍ଲିନିକକୁ ନିଆଯାଇଥିଲା। ଆଣ୍ଟିଭେନମ୍‌ ଇଞ୍ଜେକ୍ସନ ନ ଥିବାରୁ ‘ପେପ୍‌ସୀ’ ସେଠାରେ ଛଟପଟ ହୋଇ ମରିଯାଇଥିବାବେଳେ ‘ଜ୍ୟାକି’କୁ ତା’ର ମାଲିକ ଅକ୍ଷୟ ପରିଡ଼ା ବାହାରୁ କିଣି ନେଇଥିବା ୨ ଭାଏଲ୍‌ ଆଣ୍ଟିଭେନମ୍‌ ଦିଆଯାଇଥିଲା। ପ୍ରୋଟୋକଲ୍‌ ଅନୁଯାୟୀ, ସାପ କାମଡ଼ିଲେ ପ୍ରଥମ ଡୋଜ୍‌ରେ ୧୦ ଭାଏଲ ଆଣ୍ଟିଭେନମ୍‌ ଦିଆଯିବା ଉଚିତ। କିନ୍ତୁ ଓୟୁଏଟିରେ ଥିବା ଡାକ୍ତର ‘ଜ୍ୟାକି’କୁ ପ୍ରଥମ ଡୋଜ୍‌ରେ ଦୁଇଟି ଭାଏଲ ଆଣ୍ଟିଭେନମ୍‌ ଦେଇଥିଲେ। ପୁଣି ରବିବାର ୧୨ଟାରୁ କ୍ଲିନିକ୍‌ ବନ୍ଦ ହେବ କହି ଡ୍ୟୁଟିରେ ଥିବା ପ୍ରାଣୀ ଚିକିତ୍ସକ ‘ଜ୍ୟାକି’ ଦେହରୁ ସାଲାଇନ ଖୋଲି ଶହୀଦନଗର ଭେଟେରିନାରି ଡାକ୍ତରଖାନା ନେବାକୁ କହି ଚାଲିଯାଇଥିଲେ। ସେତେବେଳେ ଜ୍ୟାକିର ଗୋଡ଼ରେ ଯେଉଁଠି ସାଲାଇନ ଛୁଞ୍ଚତ୍ ଫୋଡ଼ା ହୋଇଥିଲା ସେ ସ୍ଥାନରୁ ଲଗାତର ଭାବରେ ରକ୍ତ ବାହାରୁଥିଲା। ତେବେ ସରକାରୀ ଡାକ୍ତରଖାନା ଓ ସରକାରୀ ଚିକିତ୍ସା ଉପରେ ଭରସା ତୁଟାଇ ଶେଷରେ ଅକ୍ଷୟ କୁକୁରଟିକୁ ନିଜ ଘରେ ରଖି ଚିକିତ୍ସା କରିଥିଲେ। ତାକୁ ଦିନ ତମାମ ବାହାରୁ ଆଣ୍ଟିଭେନମ କିଣି ୧୦ଟି ଭାଏଲ ଦେଇଥିଲେ। କିନ୍ତୁ ଚିକିତ୍ସାରେ ବହୁ ବିଳମ୍ବ ହୋଇଯାଇଥିବାରୁ ତାକୁ ବଞ୍ଚାଇ ହେଲାନି। ସୋମବାର ସକାଳେ ତା’ର ମୃତ୍ୟୁ ଘଟିଥିବା ମାଲିକ ଅକ୍ଷୟ କହିଛନ୍ତି।
ଏ ସମ୍ପର୍କରେ ସେ କୁହନ୍ତି, ‘ଜ୍ୟାକି’ ଆମ ଘରର ଏକ ସଦସ୍ୟ ପରି ଥିଲା। ଭୁବନେଶ୍ବରରେ ପ୍ରାଣୀ ଚିକିତ୍ସକମାନେ ସାପ କାମୁଡ଼ା ଚିକିତ୍ସା ଜାଣି ନାହାନ୍ତି। ଆଣ୍ଟିଭେନମ୍‌ କେତେ ଦିଆଯିବ ତାହା ସେମାନେ ଜାଣି ନାହାନ୍ତି। ଆଣ୍ଟିଭେନମ କିଣିବା ପାଇଁ ରବିବାର ଆମେ ସାରା ଭୁବନେଶ୍ବର ବୁଲିଥିଲୁ। ଏ ନେଇ ସ୍ନେକ୍‌ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ‘ଜ୍ୟାକି’ ଦେହରୁ ଲଗାତର ରକ୍ତ ବାହାରିବା କାରଣ ହେଉଛି ଗୋଟିଏ ପଟେ ଚନ୍ଦନ ବୋଡ଼ା ସାପର ବିଷ ହେମୋଟକ୍ସିକ ହୋଇଥିବାରୁ ରକ୍ତ ସହଜରେ ଜମାଟ ବାନ୍ଧେ ନାହିଁ। ଅନ୍ୟପଟେ ସାଲାଇନ ପାଇଁ ସିଧାସଳଖ ରକ୍ତ ଶିରାରେ କଣା କରାଯାଇଥାଏ। ସକାଳ ପର୍ଯ୍ୟନ୍ତ ଜ୍ୟାକି ଦେହରୁ ରକ୍ତ ବାହାରୁ ଥିଲା। ଜ୍ୟାକିର ନିଶ୍ଚିତ ଭାବରେ କିଡ୍‌ନୀ ଫେଲ ହୋଇଥିଲା। ତେବେ ଭେଟେରିନାରି କଲେଜରେ ଥିବା ସେଣ୍ଟ୍ରାଲ କ୍ଲିନିକରେ ଡାକ୍ତରଙ୍କ ରହିବା ପାଇଁ ରୁମ ବ୍ୟବସ୍ଥା ଥିବାବେଳେ ପିଜି ଛାତ୍ରଙ୍କୁ ରାଜ୍ୟ ସରକାର ଷ୍ଟାଇପେଣ୍ଡ୍‌ ମଧ୍ୟ ଦେଉଛନ୍ତି। ତେଣୁ ରବିବାର ଦିନ ରୋଟେଶନ ବ୍ୟବସ୍ଥା କରି ଭେଟେରିନାରି ପିଜି ଏବଂ ପିଏଚ୍‌ଡି ଛାତ୍ରଙ୍କ ୮ ଘଣ୍ଟିଆ ଡ୍ୟୁଟି ବ୍ୟବସ୍ଥା କରିବା ନିହାତି ଦରକାର ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri