ଜୀବନ ହାରିଲେ ଯବାନ

ବୁଗୁଡ଼ା,୩୦ା୭(କାଳି ଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ଦଶୀପୁର ଗ୍ରାମରେ ଜନୈକ ଜବାନଙ୍କ ଝୁଲନ୍ତା ମୃତଦେହକୁ ରବିବାର ବାଲିପଦର ପୋଲିସ ଜବତ କରିଛି। ସେ ହେଲେ ଉମା ଚରଣ ସ୍ବାଇଁ (୩୦)। ସେନା ବାହିନୀରେ ଚାକିରି କରୁଥିବା ଉମାଚରଣ ସପ୍ତାହ ତଳେ ଗାଁକୁ ଆସିଥିଲେ। ଘରେ ଏକାକୀ ଥିଲାବେଳେ ଉମାଚରଣ ବେକରେ ଲୁଗା ଭିଡି ଫ୍ୟାନରେ ଓହଲି ପଡିଥିଲେ। ଖବର ପାଇ ରବିବାର ବାଲିପଦର ଫାଣ୍ଡି ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇଛି। ଏ ନେଇ ବୁଗୁଡା ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୧୭/୨୩) ରୁଜୁ ହୋଇଛି।