ପରକୀୟା ପ୍ରୀତି ହେଲା କାଳ: ସ୍ତ୍ରୀଙ୍କ ଗଳା କାଟି ହତ୍ୟା ପରେ ଗଛରେ ଝୁଲିପଡ଼ିଲେ ସ୍ବାମୀ

ପାରଳାଖେମୁଣ୍ଡି, ୧୦ା୬(ଗିରଧାରୀ ପରିଛା):ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଭୋର ସମୟରେ ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିବା ପରେ ଅପରାହ୍ନରେ ସ୍ବାମୀ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତା ମହିଳା ହେଲେ ମୋନିକା ପାଇକ ଏବଂ ତାଙ୍କ ସ୍ବାମୀ ନରେନ୍ଦ୍ର ପାଇକ। ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ବାମୀ ନରେନ୍ଦ୍ର ଏଭଳି ଘଟାଇଥିବା କୁହାଯାଉଛି। ଘଟଣାସ୍ଥଳରେ ସେରଙ୍ଗ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଅପରପକ୍ଷରେ ଝିଅକୁ ହତ୍ୟା କରାଯିବା ନେଇ ମା’ ଜି.ସରୋଜିନୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ହତ୍ୟା ମାମଲା(ନଂ. ୩୮/୨୫) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ସେଠାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ସନ୍ଧ୍ୟା ହେବାରୁ ନରେନ୍ଦ୍ରଙ୍କ ମୃତଦେହ ଜବତ କରାଯାଇ ପାରି ନ ଥିବା ଥାନା ଅଧିକାରୀ ପ୍ରମୋଦ ଖଣ୍ଡୁଆଳ କହିଛନ୍ତି।
ଖବରରୁ ଜଣାପଡ଼ିଛି, ଗାଇବା ଗ୍ରାମର ମୋନିକାଙ୍କୁ ନୂଆଗଡ଼ ବ୍ଲକ କେରେଡାଙ୍ଗ ଗ୍ରାମର ନରେନ୍ଦ୍ର ପାଇକ ୨୦୧୯ରେ ପ୍ରେମବିବାହ କରିଥିଲେ। ବିବାହ ପରଠାରୁ ନରେନ୍ଦ୍ର ସେଠାରେ ରହି ଏକ ତେଜରାତି ଦୋକାନ କରି ପରିବାର ଚଳାଇ ଆସୁଥିଲେ। ତେବେ ଗତ ଦୁଇବର୍ଷ ହେଲା ନରେନ୍ଦ୍ର ହାଇଦ୍ରାବାଦ ଯାଇ ସେଠାରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ। କେରେଡାଙ୍ଗରେ ଠାକୁରାଣୀ ଯାତ୍ରା ଥିବାରୁ ନରେନ୍ଦ୍ର ହାଇଦ୍ରାବାଦରୁ ଆସି କେରେଡାଙ୍ଗକୁ ସ୍ତ୍ରୀ ଓ ଝିଅକୁ ଧରି ଯାଇଥିଲେ। ଯାତ୍ରା ସରିବା ପରେ ସେ ଗାଇବା ଗ୍ରାମକୁ ଆସି ଶ୍ୱଶୁର ଘରେ ରହୁଥିଲେ। ତେବେ ନରେନ୍ଦ୍ରଙ୍କ ମୋନିକାଙ୍କ ଚରିତ୍ର ଉପରେ ସନ୍ଦେହ ଆସିବାରୁ ସେ ଝିଅକୁ ଧରି ସମସ୍ତେ କେରେଡାଙ୍ଗ ଯାଇ ସେଠାରେ ରହିବାକୁ କହିଥିଲେ। ମାତ୍ର ମୋନିକା ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ। ପରକୀୟା ପ୍ରୀତିକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଲାଗି ରହୁଥିଲା। ସୋମବାର ଭୋର୍‌ ସମୟରେ ଶାଶୁ ଜି.ସରୋଜିନୀ ନାଳକୁ ଗାଧୋଇବା ପାଇଁ ଯାଇଥିଲେ। ଶ୍ୱଶୁର ନାତୁଣୀକୁ ଧରି ୨ ଦିନ ପୂର୍ବରୁ ଅନ୍ୟ ଏକ ଗାଁକୁ ବୁଲି ଯାଇଥିଲେ। ଏହି ସୁଯୋଗରେ ନରେନ୍ଦ୍ର ମୋନିକାଙ୍କ ଗଳାକାଟି ହତ୍ୟା କରିଥିଲେ। ମୋନିକା ପିନ୍ଧିଥିବା ୨ ଭରିର ସୁନା ମଙ୍ଗଳସୂତ୍ର ଧରି ସେ ଦୌଡ଼ି ପଳାଇବା ସମୟରେ ମା’ ଜି.ସରୋଜିନୀ ଦେଖି ସନ୍ଦେହ କରିଥିଲେ। ସେ ଘରେ ପହଞ୍ଚତ୍ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସାହି ପଡ଼ିଶା ପହଞ୍ଚତ୍ ସବୁ ଶୁଣି ନରେନ୍ଦ୍ରଙ୍କୁ ଆଖପାଖରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri