ରେକର୍ଡ ସ୍ତରରେ ରୁପା ଦର

ଭୁବନେଶ୍ୱର,୧୦।୬: ସାରା ଦେଶରେ ବିବାହ ଓ ଶୁଭ କାର୍ଯ୍ୟ ଜାରି ରହିଥିଲା ବେଳେ ରୁପା ଦର ରେକର୍ଡ ସ୍ତରରେ ପହଞ୍ଚିଛି। ରୁପା ଓ ସୁନା ଦର ବୃଦ୍ଧି ମଧ୍ୟରେ ଉଭୟ ଗ୍ରାହକ ଓ ବ୍ୟବସାୟୀ ଆଶାଆଶଙ୍କାରେ ରହିଛନ୍ତି। ନୂଆଦିଲ୍ଲୀ ବଜାରରେ ରୁପା ଦର ପ୍ରାୟ ୧୫୦୦ ଟଙ୍କା ବୃଦ୍ଧି ଘଟି କିଲୋପିଛା ୧,୧୦, ୦୦୦ ଟଙ୍କା ହୋଇଥିଲା ବେଳେ ଭୁବନେଶ୍ୱରରେ କିଲୋପିଛା ୧୮୦୦ ଟଙ୍କା ବଢ଼ି ପ୍ରତି ଗ୍ରାମ ପିଛା ୧,୧୮୦ ଟଙ୍କାରେ ପହଞ୍ଚିଛି।

ସେହିଭଳି ଚେନ୍ନାଇ ବଜାରରେ ରୁପା ଦର ସର୍ବୋଚ୍ଚ ୨୩୦୦ ଟଙ୍କା ବୃଦ୍ଧି ପାଇ କିଲୋପିଛା ୧,୨୦,୦୦୦ ଟଙ୍କାରେ କାରବାର ହେଉଛି। ଏପରି କି ମୁମ୍ବାଇ ବଜାରରେ ରୁପା ଦର ୧୫୦୦ ଟଙ୍କା ବୃଦ୍ଧି ଘଟି ୧,୦୯,୩୦୦ ଟଙ୍କା ଏବଂ କୋଲକାତା ବଜାରରେ ୨୦୦୦ ଟଙ୍କା ବଢ଼ି ୧,୧୦,୮୦୦ ଟଙ୍କାରେ ପହଞ୍ଚିଛି।

ସେହିପରି ସୁନା ଦର ନୂଆଦିଲ୍ଲୀରେ ୭୨,୦୦୦ ରୁ ୯୮,୦୦୦ ଟଙ୍କା ଥିଲାବେଳେ ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ମଧ୍ୟ ସୁନା ଦର ୭୨,୫୦୦ ଟଙ୍କାରୁ ୯୯,୦୦୦ ଟଙ୍କାରେ କାରବାର ହେଉଛି। ଏପରି କି ଭୁବନେଶ୍ୱରରେ ସୁନା ଦର ୭୩୦୦୦ରୁ ୯୮୦୦୦ ମଧ୍ୟରେ ରହିଛି।

ଅପରପକ୍ଷରେ ବିବାହ ଓ ଶୁଭ କାର୍ଯ୍ୟ ପାଇଁ ଖୁଚୁରା ଓ ପ୍ରମୁଖ ଗହଣା ବ୍ୟବସାୟ ପ୍ରତିଷ୍ଠାନ (ଅଳଙ୍କାର ଶୋ’ରୁମ)ଗୁଡ଼ିକ ଆକର୍ଷଣୀୟ ରିହାତି ଓ ଅଫର ପ୍ରଦାନ କରୁଥିଲା ବେଳେ କାରବାର ଆଶାଜନକ ହେଉ ନ ଥିବା ଦେଖାଦେଇଛି; ଫଳରେ ଗ୍ରାହକମାନେ ଆଶାଆଶଙ୍କା ମଧ୍ୟରେ କାରବାର ସାଙ୍ଗକୁ ଦରବୃଦ୍ଧି ଯୋଗୁ ଅଗ୍ରୀମ ବୁକିଂ କରୁଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ପରିସ୍ଥିତି ଯୋଗୁ ଚାହିଦା ଅନୁଯାୟୀ ଉତ୍ପାଦନ ହେଉ ନ ଥିଲାବେଳେ ଦରବୃଦ୍ଧି ବଜାରରେ ଅସ୍ଥିରତା ସୃଷ୍ଟି କରୁଛି ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?