Posted inUncategorized

ଗାଁକୁ ଫେରିବାର ବେଳ

ବିଚିତ୍ର ବିଶ୍ୱାଳ

କରୋନା ମହାମାରୀ ଆମଠାରୁ ଅନେକ କିଛି ଛଡ଼େଇ ନେଇଥିବା ବେଳେ ଆମକୁ ଏକ ବଡ଼ ଶିକ୍ଷା ଦେଇଯାଇଛି। ତାହା ହେଉଛି ବିକାଶର ଗାଡ଼ିର ଦିଗକୁ ଏବେ ବଦଳେଇବାର ସମୟ ଆସିଛି। ଗାଁକୁ ଭାଙ୍ଗି ସହରୀକରଣ କରିବାର ଯେଉଁ ବିକାଶର ଧାରା ଆମେ ଆପଣେଇଛୁ, ସେହି ଧାରାକୁ ପରଖିନେବାର ସମୟ ଆସିଯାଇଛି ବୋଲି ମହାମାରୀ ଚେତେଇ ଦେଇଛି।
ମହାମାରୀ ସମୟରେ ହୋଇଥିବା ଲକ୍‌ ଡାଉନ୍‌ରେ ଆମେ ଦେଖିଲେ ଯେ, ଯେଉଁ ଶ୍ରମିକମାନେ ସହରରେ ରହି ସହରକୁ ନିର୍ମାଣ କଲେ, ସହରର ରାସ୍ତାଘାଟ, କୋଠାବାଡ଼ି ତିଆରି କଲେ, କରୋନା ସମୟରେ ସେହି ସହର ସେମାନଙ୍କୁ ଆଶ୍ରୟ ଦେଇପାରିଲା ନାହଁି। ବିପଦ ସମୟରେ ସହର ଶ୍ରମିକମାନଙ୍କୁ ଖାଇବାକୁ ଦେଇପାରିଲା ନାହଁି। ସେମାନେ ଭୋକ ଉପାସରେ ରହିବାକୁ ବାଧ୍ୟ ହେଲେ। ବାଧ୍ୟ ହୋଇ କୌଣସି ପରିବହନ ବ୍ୟବସ୍ଥା ନ ଥାଇ ମଧ୍ୟ ଚାଲି ଚାଲି ଗାଁ ମୁହଁା ହେଲେ। ଯଦି ଗାଁ ନ ଥାନ୍ତା, ତେବେ ସେମାନେ ଯାଇଥାନ୍ତେ କୁଆଡ଼େ? ଖାଇଥାନ୍ତେ କ’ଣ? ବଞ୍ଚିଥାନ୍ତେ କିପରି? ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ, ସହର ଯେତେ ଚାକଚକ୍ୟ ଭରା ହୋଇଥାଉନା କାହଁିକି, ଗାଁ ହଁି ହେଉଛି ଜୀବନ ବଞ୍ଚିବାର ମୁଖ୍ୟ ଆଧାର। ଗାଁ ବିନା ଆମ ଦେଶର କୋଟି କୋଟି ସାଧାରଣ ଲୋକ ଜୀବନଧାରଣ କରିପାରିବେ ନାହଁି। କରୋନା ସମୟରେ ଏକଥା ପୁଣି ଥରେ ପ୍ରମାଣ ହୋଇଗଲା।
ଗାନ୍ଧୀଙ୍କ ଭାଷାରେ ଗାଁ ଭାରତର ପ୍ରାଣ। ଲକ୍ଷ ଲକ୍ଷ ଗାଁରେ ହଁି ଭାରତର ଆତ୍ମା ଅଛି। ଗାଁରେ ଯେପରି ପରସ୍ପରଙ୍କ ମଧ୍ୟରେ ଭାଇଚାରାର ସମ୍ପର୍କ ଥାଏ ସହରରେ ସେପରି ନ ଥାଏ। ଏପରି କି ଦୁଇଟି ପାଖାପାଖି ଘରର ଲୋକମାନେ ମଧ୍ୟ ପରସ୍ପରକୁ ଜାଣି ନ ଥାନ୍ତି। ଗାଁରେ ଲୋକମାନେ ଏକ ନିବିଡ଼ ସମ୍ପର୍କର ରଜ୍ଜୁରେ ବାନ୍ଧି ହୋଇଥାନ୍ତି।
ପରସ୍ପରଙ୍କ ସୁଖ ଦୁଃଖରେ ସମସ୍ତେ ଠିଆ ହୋଇଥାନ୍ତି। ସମସ୍ତେ ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରି ଜୀବନ ବଞ୍ଚନ୍ତି। ସେଇଥିପାଇଁ ତ ଲକ୍‌ଡାଉନ୍‌ ସମୟରେ ଗାଡ଼ି ଘୋଡ଼ା ନ ଥାଇ ଲୋକମାନେ ଜୀବନକୁ ବାଜି ଲଗେଇ ଗାଁକୁ ଫେରିଲେ। ହଜାର ହଜାର ଶ୍ରମିକ ଚାଲି ଚାଲି ଗାଁକୁ ଫେରିଲେ। ସାଇକେଲରେ ଫେରିଲେ। ହଠାତ୍‌ ଲକ୍‌ ଡାଉନ୍‌ ଘୋଷଣା ହୋଇଯିବାରୁ କମ୍ପାନୀ ସବୁ ବନ୍ଦ ହୋଇଗଲା। ଶ୍ରମିକମାନଙ୍କୁ କାମ ମିଳିଲା ନାହଁି। ପାଖରେ ପଇସା ନାହିଁି। ଖାଇବାକୁ ଖାଦ୍ୟ ବି ନାହଁି। କମ୍ପାନୀ ଦରମା ବି ଦେବା ବନ୍ଦ କରିଦେଲା। ଏପରି ପରିସ୍ଥିତିରେ ଶ୍ରମିକମାନଙ୍କ ପାଖରେ ଏକମାତ୍ର ବିକଳ୍ପ ଓ ବଞ୍ଚିବାର ରାହା ଥିଲା ଗାଁ। କାରଣ ସେମାନେ ଜାଣିଥିଲେ, ସେମାନେ ଗାଁଠାରୁ ଯେତେ ଦୂରରେ ରହିଲେ ବି, ସେମାନଙ୍କର ଗୋଟେ ଗାଁ ଅଛି। ଯେଉଁଠି ତାଙ୍କର ଆତ୍ମୀୟମାନେ ଅଛନ୍ତି। ତେଣୁ ସେମାନେ ଅନେକ ବିପଦ ମୁଣ୍ଡେଇ ଗଣ୍ଠିଲି ବାନ୍ଧି ଗାଁ ଦିଗରେ ମୁହଁାଇଲେ। ସମସ୍ତେ ମନେ ମନେ ନିଶ୍ଚୟ ଥିଲେ ଯେ, ଗାଁରେ ହଁି ସେମାନେ ଶାନ୍ତିରେ ରହିପାରିବେ। ମହାମାରୀ ଯେତେ ବି ମାରାତ୍ମକ ହେଉ ଗାଁ ଥିଲେ କିଛି ଅସୁବିଧା ହେବ ନାହଁି। ସେଇଥିପାଇଁ ତ ଲୋକମାନେ ହଜାର ହଜାର କିଲୋମିଟର ଚାଲି ଚାଲି ଗାଁକୁ ଫେରିଲେ।
ବେର୍‌ଜାମ୍‌ ପାହାଡ଼ିଆ ନାମକ ଜଣେ ୫୪ ବର୍ଷୀୟ ଶ୍ରମିକ ଦୀର୍ଘ ୧୨୦୦ କିଲୋମିଟର ଚାଲି ଚାଲି ଦିଲ୍ଲୀରୁ ନିଜ ଗାଁ ଝାଡ଼ଖଣ୍ଡରେ ପହଞ୍ଚିଲେ। ତାଙ୍କୁ ମାସାଧିକ କାଳ ଚାଲିବାକୁ ପଡ଼ିଲା । କାରଣ ସମସ୍ତଙ୍କ ମନରେ ଗୋଟିଏ ଆଶା ଥିଲା, ଆମ ଗାଁରେ ପହଞ୍ଚିଲେ ଆମେ ବଞ୍ଚିଯିବୁ।
ଗାଁରେ ଚାଷବାସ ଅଛି। ଯେତେ ବି ଦରଦାମ୍‌ ବୃଦ୍ଧି ହେଉ କି ଲକ୍‌ଡାଉନ୍‌ ଲମ୍ବା ହୋଇ ବଜାର ଘାଟ ବନ୍ଦ ହେଉ, ଗାଁ ଲୋକମାନେ ଉପାସରେ ରହିବେନି। କାରଣ ଗାଁରେ ହଁି ସବୁ ଖାଦ୍ୟ ଦ୍ରବ୍ୟ ଉପତ୍ାଦନ ହେଉଛି। ଗାଁରେ ନଦୀ ଅଛି। ନଦୀରେ ମାଛ ଅଛି। ଗାଁରେ ଜମି ଅଛି। ଜମିରେ ଫସଲ ଅଛି। ଏପରି କି ପଡ଼ିଆ ଜମିରେ ଭିନ୍ନ ଭିନ୍ନ ପ୍ରକାର ଶାଗ ଅଛି। ଗାଁରେ ଜଙ୍ଗଲ ଅଛି, ଜଙ୍ଗଲରେ ଭଳିକି ଭଳି ଫଳ ଅଛି, କନ୍ଦା ଅଛି, ଛତୁ ଅଛି, ଶାଗ ଅଛି। ଗାଁ କେବେ ବି ଉପାସରେ ରହିବ ନାହିଁି। ଏତଦ୍‌ବ୍ୟତୀତ ଗାଁର ଭାଇଚାରାର ସଂସ୍କୃତି ନିଆରା। ଗାଁ ଲୋକମାନେ ଦାଦି, ଖୁଡ଼ୀ, ମଉସା, ମାଉସୀ, ପିଉସା, ପିଉସୀ, ମାମୁ, ମାଈଁ ପ୍ରମୁଖ ବିଭିନ୍ନ ପ୍ରକାର ସମ୍ପର୍କ ଡୋରିରେ ବନ୍ଧା ହୋଇଥାନ୍ତି। ଏପରି କି ନିଜର ନିକଟ ସମ୍ପର୍କୀୟ ନ ହୋଇଥିଲେ ମଧ୍ୟ ଲୋକମାନଙ୍କର ପରସ୍ପର ମଧ୍ୟରେ ଏକ ସମ୍ପର୍କ ଥାଏ। ପ୍ରତ୍ୟେକ ପର୍ବପର୍ବାଣିକୁ ସମସ୍ତେ ମିଳିମିଶି ପାଳନ କରିଥାନ୍ତି। ଏପରି କି ଗାଁରେ ଜଣକ ଘରେ ଖାଦ୍ୟ ନ ଥିଲେ, ଅନ୍ୟମାନେ ସାହାଯ୍ୟ ସହଯୋଗ କରିବାକୁ ଆଗେଇ ଆସିଥାନ୍ତି। ଗାଁରେ ଭୋକରେ ମରିବାର ଘଟଣା ବିରଳ। ଯଦି ଗାଁର ଅନ୍ୟ ଲୋକମାନଙ୍କ ପାଖରେ ଖାଦ୍ୟ ନ ଥାଏ ତେବେ ପରିସ୍ଥିତି ଅଲଗା ହୋଇଥାଏ। କିନ୍ତୁ ଯଦି ଅନ୍ୟମାନଙ୍କ ପାଖରେ ଖାଦ୍ୟ ଉପଲବ୍‌ଧ ଥାଏ, ତେବେ ସେମାନେ ଭୋକିଲାକୁ ନିଶ୍ଚୟ ସାହାଯ୍ୟ କରିଥାନ୍ତି। ଏହା ଗାଁର ସଂସ୍କୃତି।
ଆମ ଦେଶର ଗାଁକୁ ଦୂରରୁ ଦେଖିଲେ ଏକ ପରିବାର ପରି ଦେଖାଯାଇଥାଏ। ଅବଶ୍ୟ ଏବେ ଦଳୀୟ ରାଜନୀତି ଯୋଗୁ ଗାଁର ସେ ପୁରୁଣା ସଭ୍ୟତା ଓ ସଂସ୍କୃତି ଧୀରେ ଧୀରେ ଭାଙ୍ଗିବାରେ ଲାଗୁଛି। ଏପରି କି କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ ନିଜ ରାଜନୀତିର ରୁଟି ସେକିବା ପାଇଁ ଜାଣି ଜାଣି ଗାଁକୁ ଭାଙ୍ଗିବାର କାମ କରୁଛନ୍ତି। ତଥାପି ଆଜି ଯେତିକି ବି ଗାଁ ବଞ୍ଚିଛି, ସେଥିରେ ଆମ ଛିନ୍ନମୂଳ ଜୀବନଶୈଳୀକୁ ଉପଯୁକ୍ତ ଦିଗ ଦେଇ ଏକ ସୁସ୍ଥ, ନିରାମୟ ଓ ସଂସ୍କୃତିସମ୍ପନ୍ନ ଜୀବନ ବଞ୍ଚିବା ପାଇଁ ଉପାଦାନ ଅଛି। ଗାଁରେ ସମ୍ପର୍କ ଲୋକମାନଙ୍କର ହୃଦୟରେ ଥାଏ। ଗାଁରେ ଗୋଟେ ପରିପୂର୍ଣ୍ଣ ସାମାଜିକ ଜୀବନ ଅଛି; ଯାହା ପ୍ରତ୍ୟେକ ମଣିଷ ପାଇଁ କାମ୍ୟ।
ସହର ଅପେକ୍ଷା ଗାଁଗୁଡ଼ିକ ଅପେକ୍ଷାକୃତ ଅଧିକ ସ୍ବାବଲମ୍ବନଶୀଳ। ଲକ୍‌ଡାଉନ୍‌ ସମୟରେ ଆମେ ଦେଖିଲେ ଯେ, ସହରର ଲୋକମାନେ ଯେପରି ଅସୁବିଧାର ସମ୍ମୁଖୀନ ହେଲେ, ଗାଁ ଲୋକମାନେ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଲେ। କାରଣ ସେମାନଙ୍କ ପାଖରେ ସେମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଓ ଖାଦ୍ୟ ସବୁ ଉପଲବ୍‌ଧ ଥିଲା। ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଗାଁ ସହର ପରି ଅନ୍ୟ ଉପରେ ନିର୍ଭରଶୀଳ ନୁହେଁ। ଆଦିବାସୀ ଗାଁଗୁଡ଼ିକ ଯାହା ଅନ୍ୟ ଗାଁଗୁଡ଼ିକ ଅପେକ୍ଷା ଅଧିକ ସ୍ବାବଲମ୍ବନଶୀଳ, ସେମାନଙ୍କ ଉପରେ ଲକ୍‌ଡାଉନ୍‌ର କିଛି ବି ପ୍ରଭାବ ପଡ଼ିଲା ନାହଁି। ଏଥିରୁ ଗୋଟିଏ କଥା ବୁଝିହେଲା ଯେ, ବିପତ୍ତି ସମୟରେ ଆମ ବିକାଶ ଯେତିକି ଗୁରୁତ୍ୱପୂର୍ଣ୍ଣ ମନେହେଲା ନାହିଁ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେହେଲା ଆମ ସ୍ବାବଲମ୍ବନଶୀଳ। ସେଇଥିପାଇଁ ତ ଆଦିବାସୀ ଗାଁଗୁଡ଼ିକ ଉପରେ ଲକ୍‌ ଡାଉନ୍‌ କି ଶଟ୍‌ଡାଉନ୍‌ର କିଛି ପ୍ରଭାବ ପଡ଼ିଲା ନାହଁି। ତେଣୁ କରୋନା ଭଳି ବିପତ୍ତି ହେଉ କିମ୍ବା ଅନ୍ୟ କୌଣସି ବିପତ୍ତି ହେଉ ସହର ଅପେକ୍ଷା ଗାଁ ହଁି ଅଧିକ ସଫଳତାର ସହିତ ତାକୁ ସାମ୍‌ନା କରିପାରିବ ବୋଲି ଆଜିର ପରିସ୍ଥିତିରୁ ବୁଝାପଡ଼ୁଛି।
କରୋନା ଆଜି ପୁଣି ଥରେ ଶିଖେଇ ଦେଲା ଆମକୁ ଗାଁକୁ ଫେରିବାକୁ ହେବ। ଆଜି ସମୟ ଆସିଛି, ଜଗତୀକରଣ ସହିତ ପ୍ରତ୍ୟେକ ଜିନିଷର ସ୍ଥାନୀୟକରଣ କରିବାକୁ ହେବ। ଜଗତୀକରଣ ଆଜି ପୁରୁଣା ହୋଇଗଲାଣି। ସ୍ଥାନୀୟକରଣ ହଁି ଆଜି ଏକମାତ୍ର ସମାଧାନ। କରୋନା ଏହି କଥାକୁ ଆଜି ଆମ ସାମ୍‌ନାରେ ଉଜାଗର କରିଛି। ସ୍ଥାନୀୟ ବା ଆଞ୍ଚଳିକ ସ୍ତରରେ ଉପତ୍ାଦନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ। ସେହିପରି ସ୍ଥାନୀୟ ସ୍ତରରେ କ୍ରୟ ବିକ୍ରୟ ହଁି ଲୋକମାନଙ୍କ ଆର୍ଥିକ ସ୍ଥିତିକୁ ଚିରସ୍ଥାୟୀ ଭାବେ ସବଳ କରିପାରିବ; ଯାହା ଫଳରେ ସ୍ଥାନୀୟ ଅର୍ଥନୀତି ମଜଭୁତ ହେବ। ସ୍ଥାନୀୟ ଅର୍ଥନୀତି ମଜଭୁତ ହେଲେ ଯେକୌଣସି ପ୍ରାକୃତିକ ବା ମନୁଷ୍ୟକୃତ ବିପର୍ଯ୍ୟୟକୁ ସାମ୍‌ନା କରିବାର ଶକ୍ତି ଆସିବ। ଆଞ୍ଚଳିକ ସ୍ତରରେ ରୋଜଗାରର ସୁଯୋଗ ସୃଷ୍ଟି ଉପରେ ବି ଗୁରୁତ୍ୱ ଦେବାକୁ ହେବ। ସ୍ଥାନୀୟ ରୋଜଗାର ବଢ଼ିଲେ ସମାଜ ସମୃଦ୍ଧ ହୋଇପାରିବ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆମେ ହଠାତ୍‌ ଅସହାୟ ହୋଇପଡ଼ିବା ନାହଁି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ-୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

CSK ବିପକ୍ଷ ମ୍ୟାଚ୍‌ବେଳେ କାନ୍ଦି ପକାଇଲେ ରବିନ୍ଦ୍ର ଜାଡେଜା: ପଛରେ ରହିଛି ଏମିତି କାରଣ…

ନୂଆଦିଲ୍ଲୀ,୩୧।୩: ଭାରତୀୟ ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ IPL ୨୦୨୬ ନାଟକୀୟ ଭାବରେ ବଦଳି ଯାଇଛି। ଯେଉଁ ଦଳ ପାଇଁ ସେ ପୂର୍ବ ସିଜନ ପର୍ଯ୍ୟନ୍ତ ନିଜ…

IPL 2026: ଆରମ୍ଭ ହେଲା ଟିକେଟ୍ ବୁକିଂ, ଘରେ ବସି ଏଭଳି ବୁକ୍‌ କରନ୍ତୁ , ମିଳିବ ସିଟ୍‌

ନୂଆଦିଲ୍ଲୀ,୨୯।୩: ୨୮ ମାର୍ଚ୍ଚରୁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCB ବନାମ SRH ମଧ୍ୟରେ ପ୍ରଥମ ମୁକାବିଲା ସହ ଆଇପିଏଲ୍‌ର ନୂଆ ସିଜିନ୍ ଆରମ୍ଭ ହୋଇଛି।। ଟିକେଟ୍…

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ: ଏବେ ବି ଟୋକନ ଅପେକ୍ଷାରେ…

ଭୁବନେଶ୍ୱର,୨୫।୩: ରାଜ୍ୟରେ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି ୧ ଲକ୍ଷ ୬୩ ହଜାର ଚାଷୀ ୭ ଦିନ ପରେ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଜାରି ହେଲା ନୂଆ ସିଡ୍ୟୁଲ, ଜାଣନ୍ତୁ ରୋହିତ ବିରାଟ ଖେଳିବେ କେତୋଟ ମ୍ୟାଚ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି, ଟୁର୍ଣ୍ଣାମେଣ୍ଟ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri