Posted inଖେଳ

‘୩ ବର୍ଷ ବିତିଲାଣି, ଏବେ ବି ଅପେକ୍ଷା…’, ଅଭିମନ୍ୟୁ ଈଶ୍ୱରନଙ୍କୁ ଭାରତୀୟ ଦଳରେ ସ୍ଥାନ ନ ମିଳିବା ପରେ କ୍ଷୋବ ପ୍ରକାଶ କଲେ ତାଙ୍କ ବାପା

ନୂଆଦିଲ୍ଲୀ,୩୧ା୭: ଭାରତୀୟ କ୍ରିକେଟ ଦଳରେ ଅଭିମନ୍ୟୁ ଈଶ୍ୱରନଙ୍କୁ ଇଂଲଣ୍ଡ ବିପକ୍ଷେ ଚାଲିଥିବା ପଞ୍ଚମ ଟେଷ୍ଟର ପ୍ଲେଇଂ ଏକାଦଶରେ ସ୍ଥାନ ନମିଳିବାକୁ ନେଇ ତାଙ୍କ ପିତା ରଙ୍ଗନାଥନ ଈଶ୍ୱରନ ଦଳ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ୨୦୨୨ ଡିସେମ୍ବରରେ ବାଂଲାଦେଶ ଗସ୍ତ ପାଇଁ ଅଭିମନ୍ୟୁଙ୍କୁ ପ୍ରଥମ ଥର ଟେଷ୍ଟ ଦଳରେ ସାମିଲ କରାଯାଇଥିଲେ, କିନ୍ତୁ ସେ ଏପର୍ଯ୍ୟନ୍ତ ପ୍ଲେଇଂ ଏକାଦଶରେ ସ୍ଥାନ ପାଇନାହାନ୍ତି।

ପଞ୍ଚମ ଟେଷ୍ଟରେ କରୁଣ ନାୟାରଙ୍କୁ ପୁଣି ସୁଯୋଗ ଦିଆଯିବା ପରେ ରଙ୍ଗନାଥନ ଟାଇମ୍ସ ଅଫ ଇଣ୍ଡିଆକୁ କହିଛନ୍ତି, “ମୁଁ ଅଭିମନ୍ୟୁଙ୍କ ଟେଷ୍ଟ ଡେବ୍ୟୁ ପାଇଁ କେତେ ଦିନ ଅପେକ୍ଷା କରୁଛି ତାହା ହିସାବ କରୁନାହିଁ, ମୁଁ ବର୍ଷ ଗଣୁଛି। ଏବେ ତିନି ବର୍ଷ ହେଲାଣି। ଜଣେ ଖେଳାଳିର କାମ ହେଉଛି ରନ ସଂଗ୍ରହ କରିବା, ସେ ତାହା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଦୁଇଟି ଇଣ୍ଡିଆ ଏ ମ୍ୟାଚରେ ସେ ରନ କରିନଥିବା କଥା କୁହାଯାଇଥିଲା, କିନ୍ତୁ ଅଭିମନ୍ୟୁ ଯେତେବେଳେ ପ୍ରଦର୍ଶନ କରୁଥିଲେ, ସେତେବେଳେ କରୁଣ ନାୟାର ଦଳରେ ନଥିଲେ। କରୁଣଙ୍କୁ ଦୁଲୀପ ଟ୍ରଫି କିମ୍ବା ଇରାନୀ ଟ୍ରଫି ପାଇଁ ଚୟନ କରାଯାଇ ନଥିଲା। ଗତ ବର୍ଷଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ଅଭିମନ୍ୟୁ ପ୍ରାୟ ୮୬୪ ରନ ସଂଗ୍ରହ କରିଛନ୍ତି।”

ସେ ଆହୁରି କହିଛନ୍ତି, ଆଇପିଏଲ ପ୍ରଦର୍ଶନ ଆଧାରରେ କିଛି ଖେଳାଳି ଟେଷ୍ଟ ଦଳରେ ସ୍ଥାନ ପାଉଛନ୍ତି, ଯାହା ଠିକ ନୁହେଁ। ସେ କହିଛନ୍ତି, “ଟେଷ୍ଟ ଦଳ ଚୟନ ପାଇଁ ରଣଜୀ ଟ୍ରଫି, ଦୁଲୀପ ଟ୍ରଫି ଓ ଇରାନୀ ଟ୍ରଫି ଆଧାର ହେବା ଉଚିତ, ଆଇପିଏଲ ନୁହେଁ।”

ଅଭିମନ୍ୟୁଙ୍କ ପିତା ସିଧାସଳଖ ନାମ ନନେଇଥିଲେ ମଧ୍ୟ, ସେ ସାଇ ସୁଦର୍ଶନଙ୍କୁ ଇଙ୍ଗିତ କରୁଥିଲେ, ଯିଏ ଚଳିତ ସିରିଜରେ ପ୍ରଥମ ଟେଷ୍ଟ ଡେବ୍ୟୁ କରିଛନ୍ତି। ୨୩ ବର୍ଷୀୟ ସୁଦର୍ଶନଙ୍କର ପ୍ରଥମ ଶ୍ରେଣୀ କ୍ରିକେଟରେ ହାରାହାରି ୩୮ ଏବଂ ୨୦୨୫ ଆଇପିଏଲରେ ସେ ଅରେଞ୍ଜ କ୍ୟାପ ଜିତିଥିଲେ।

ଅନ୍ୟପକ୍ଷରେ, ଅଭିମନ୍ୟୁ ଗତ ଘରୋଇ ସିଜନରେ ଦୁଲୀପ, ଇରାନୀ ଓ ରଣଜୀ ଟ୍ରଫିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ତାଙ୍କ ସ୍କୋର ଥିଲା ୧୨୭*, ୧୯୧, ୧୧୬, ୧୯, ୧୫୭*, ୧୩, ୪, ୨୦୦*, ୭୨, ୬୫। ୧୦୩ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ସେ ୪୮.୭୦ ହାରାହାରିରେ ୭୮୪୧ ରନ ସହ ୨୭ଟି ଶତକ ଓ ୩୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଚଳିତ ସିରିଜ ପୂର୍ବରୁ ଦୁଇଟି ଟୁର ମ୍ୟାଚରେ ସେ ୬୮ ଓ ୮୦ ରନ ସଂଗ୍ରହ କରିଥିଲେ, କିନ୍ତୁ ଆଇପିଏଲ ବ୍ୟସ୍ତତା ଯୋଗୁଁ ଟୁର ମ୍ୟାଚ ନ ଖେଳିଥିବା ସୁଦର୍ଶନଙ୍କୁ ଆଗରେ ରଖି ତାଙ୍କୁ ସୁଯୋଗ ଦିଆଯାଇନଥିଲା। ୨୦୨୨ରେ ପ୍ରଥମ ଡାକରା ପରେ ୧୫ ଜଣ ଖେଳାଳି ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିବା ବେଳେ, ୨୯ ବର୍ଷୀୟ ଅଭିମନ୍ୟୁଙ୍କ ଅପେକ୍ଷା ଜାରି ରହିଛି। ସେ ଏବେ ଅକ୍ଟୋବର ଓ ନଭେମ୍ବରରେ ଓ୍ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ପ୍ଲେଇଂ ଏକାଦଶରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନୀମାନେ UPI ଶୁଳ୍କର ବୋଝ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ; ସରକାର ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ,୧୭।୯: UPI କାରବାର ଉପରେ ଶୁଳ୍କ ଲାଗୁ ହେବା ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ, ସରକାର ଏହା ସୁନିଶ୍ଚିତ କରିବାକୁ କାର୍ଯ୍ୟ କରୁଛନ୍ତି ଯେ ୨,୦୦୦…

ଇତିହାସ ରଚିଲେ ଅଭିଷେକ ଶର୍ମା; ଦ୍ରୁତତମ ଶତକର ରେକର୍ଡ ସ୍ଥାପନ କଲେ

ନୂଆଦିଲ୍ଲୀ,୧୭।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅଭିଷେକ ଶର୍ମା ମାତ୍ର ୩୦ଟି ବଲରେ ଶତକ ହାସଲ କରିଛନ୍ତି। ଏହି ସଫଳତା ସହିତ ସେ ଭାରତ…

ଜୟ ଶାହାଙ୍କ ଟିମ୍‌ରେ ମିଳିଲା ବଡ଼ ଦାୟିତ୍ୱ, ICCରେ ଇତିହାସ ରଚିଲେ…

ନୂଆଦିଲ୍ଲୀ,୧୭ା୯: ଜିମ୍ବାୱେ କ୍ରିକେଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ୍‌ (ICC) ତୱେଙ୍ଗୱା ମୁକୁହଲାନିଙ୍କୁ ଡେପୁଟି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କରିଛି…

ପଦକ ଜିତିବାର ଉତ୍ସାହଜନକ ଖବରଠାରୁ ପ୍ରଧାନମନ୍ତ୍ରୀଙ୍କ ଫୋନ କଲ ପର୍ଯ୍ୟନ୍ତ… ମୋଦି ସାଜିଥିଲେ ଖେଳାଳିମାନଙ୍କର ସବୁଠାରୁ ବଡ଼ ‘Cheerleader’

ନୂଆଦିଲ୍ଲୀ,୧୭।୯: ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଜନ୍ମିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ବ୍ୟକ୍ତିଗତ ସମ୍ପର୍କ…

ଆଉ ୫ ବର୍ଷ ପାଇଁ ଟାଟାର ନେତୃତ୍ୱ ନେବେ ଏନ. ଚନ୍ଦ୍ରଶେଖରନ; ଟାଟା ସନ୍ସ ବୋର୍ଡର ମଞ୍ଜୁରୀ

ନୂଆଦିଲ୍ଲୀ,୧୭।୯: ମୁମ୍ବାଇରେ ଗୁରୁବାର ଟାଟା ଗ୍ରୁପ୍ର ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗ୍ରୁପର ଅଧ୍ୟକ୍ଷ ପଦ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା: ଏନ. ଚନ୍ଦ୍ରଶେଖରନ…

ପାକିସ୍ତାନ କ୍ରିକେଟରେ ହଇଚଇ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ରିଜୱାନ

ଇସଲାମାବାଦ,୧୭।୯: ସମ୍ପ୍ରତି ଶେଷ ହୋଇଥିବା ପାକିସ୍ତାନ-ଇଂଲଣ୍ଡ ଟେଷ୍ଟ ସିରିଜ ବିବାଦ ଘେରରେ ରହିଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚ ପରେ, ମହମ୍ମଦ ରିଜୱାନ, ଇମାମ-ଉଲ-ହକ ଏବଂ ସଲମାନ ଆଘାଙ୍କ…

ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର, ପୂର୍ବରୁ…

ଭୁବନେଶ୍ୱର,୧୭ା୯: ଡେପୁଟି କମିଶନର ଅଫ ପୋଲିସ(ଡିସିପି) ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। କେନ୍ଦ୍ର ସରକାର ଏହି ଇସ୍ତଫାପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଚାକିରିରୁ ଅବସର…

ଅବସର ନେଇ ଚକିତ କରାଇଲେ ଏହି ୩୮ ବର୍ଷୀୟ ଖେଳାଳି, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୭।୯: ଅଷ୍ଟ୍ରେଲିଆର ଅଭିଜ୍ଞ ୱିକେଟ୍‌କିପର-ବ୍ୟାଟର ମାଥ୍ୟୁ ୱେଡ୍ ବିଗ୍‌ ବାଶ୍‌ ଲିଗ୍‌ (BBL)ରୁ ଅବସର ଘୋଷଣା କରିଛନ୍ତି । ଏହା ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?