Posted inଖେଳ

ଇଟାଲୀ, ଉରୁଗୁଏ ଫାଇନାଲରେ

ଲା ପ୍ଲାଟା(ଆର୍ଜେଣ୍ଟିନା),୧୦ା୬(ପି.ଟି.): ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଫୁଟବଲ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛନ୍ତି ଇଟାଲୀ ଓ ଉରୁଗୁଏ। ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଇଟାଲୀ ୨-୧ ଗୋଲରେ ଦକ୍ଷିଣ କୋରିଆକୁ ଏବଂ ଉରୁଗୁଏ ୧-୦ ଗୋଲରେ ଇସ୍ରାଏଲକୁ ପରାସ୍ତ କରିଛି। ଉଭୟ ମ୍ୟାଚ୍‌ ଲା ପ୍ଲାଟାର ୟୁନିକୋ ଡିଏଗୋ ଆର୍ମାଣ୍ଡୋ ମାରାଡୋନା ଷ୍ଟାଡିୟମରେ ଖେଳାଯାଇଥିଲା। ଉଭୟ ଫାଇନାଲ ଓ ତୃତୀୟ ସ୍ଥାନ ମ୍ୟାଚ୍‌ ରବିବାର ଅନୁଷ୍ଠିତ ହେବ। କ୍ରମାଗତ ତୃତୀୟ ଥର ସେମିଫାଇନାଲରେ ପହଞ୍ଚିଥିବା ଇଟାଲୀ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିବା ବେଳେ ୧୯୯୭ ଓ ୨୦୧୩ ପରେ ତୃତୀୟ ଥର ଫାଇନାଲରେ ପ୍ରବେଶ କରିଛି ଉରୁଗୁଏ।
ଇଟାଲୀ ଓ ଦକ୍ଷିଣ କୋରିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ରହିଥିଲା। ପ୍ରାୟ ୨୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ଉଭୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲେ। ଇଟାଲୀ ଗୋଲ୍‌କିପର ସେବାଷ୍ଟିଆନୋ ଡେସପ୍ଲାଞ୍ଚେସ୍‌ ଓ ଦକ୍ଷିଣ କୋରିଆର ଗୋଲ କିପର କିମ୍‌ ଜୁନ୍‌ ହଙ୍ଗ ଆରମ୍ଭରୁ ଶେଷ ଯାଏ ଚମତ୍କାର ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ର ୧୪ତମ ମିନିଟରେ ଟୁର୍ନାମେଣ୍ଟର ଟପ୍‌ ସ୍କୋର ସିଜର୍‌ କାସେଡାଇ ଏକ ଗୋଲ ସ୍କୋର କରିଥିଲେ। ୩ ଜଣ କୋରିଆ ଡିଫେଣ୍ଡରଙ୍କୁ ମାତ ଦେଇ ସେ ବକ୍ସ ବାହାରୁ ଗୋଲ ସ୍କୋର କରିଥିଲେ। ଚଳିତ ଟୁର୍ନାମେଣ୍ଟରେ ଏହା ତାଙ୍କର ସପ୍ତମ ଗୋଲ ଥିଲା। ଏହାର ୯ ମିନିଟ ପରେ ଦକ୍ଷିଣ କୋରିଆକୁ ମିଳିଥିବା ସ୍ପଟ୍‌ କିକ୍‌ରୁ ଗୋଲ୍‌ ସ୍କୋର କରିଥିଲେ ଲି ସେଉଙ୍ଗ ଓନ୍‌। ଭିଡିଓ ରେଫରାଲରୁ କୋରିଆକୁ ଏକ ସ୍ପଟ୍‌ କିକ୍‌ ପ୍ରଦାନ କରାଯାଇଥିଲା। ଉଭୟ ଦଳ ପକ୍ଷରୁ ଗୋଲ ସ୍କୋରର ପ୍ରୟାସ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ତେବେ ୮୬ ତମ ମିନିଟରେ ଇଟାଲୀକୁ ମିଳିଥିବା ଫ୍ରି କିକ୍‌କୁ ଗୋଲରେ ପରିଣତ କରିଥିଲେ ସବଷ୍ଟିଚ୍ୟୁଟ୍‌ ଖେଳାଳି ସିମୋନ୍‌ ପାଫୁଣ୍ଡି। ଗ୍ରୁପ୍‌ ପର୍ଯ୍ୟାୟରେ ତୃତୀୟ ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କରିଥିବା ଇଟାଲୀ ନକ୍‌ଆଉଟରେ ଇଂଲଣ୍ଡ ଓ କଲମ୍ବିଆ ପରି ଦଳକୁ ପରାସ୍ତ କରିଥିଲା।
ଦ୍ୱିତୀୟ ସେମି ଫାଇନାଲରେ ଉରୁଗୁଏ ୧-୦ ଗୋଲରେ ଇସ୍ରାଏଲକୁ ପରାସ୍ତ କରିଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ପ୍ରଥମ ଥର ସେମିରେ ପହଞ୍ଚିଥିବା ଇସ୍ରାଏଲ ଦମଦାର ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ୬୧ ତମ ମିନିଟରେ ଆଣ୍ଡରସନ୍‌ ଡୁଆର୍ଟେଙ୍କ ଗୋଲ ବଳରେ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା ଉରୁଗୁଏ। ଆଲାନ ମାଟ୍ଟୁରୋଙ୍କ ଶଟ୍‌କୁ ଇସ୍ରାଏଲୀ ଗୋଲକିପର ଟୋମେର ଜାର୍ଫାଟି ଅଟକାଇ ଥିବାବେଳେ ଆଣ୍ଡରସନଙ୍କ ରିଟର୍ନ ଶଟ୍‌ ବଳରେ ଗୋଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…

ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ

ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

ଆମେରିକା-ଇରାନ ମଧ୍ୟରେ କେବେ ଶେଷ ହେବ ଯୁଦ୍ଧ? ସମୟସୀମା ସ୍ଥିର କଲେ ଟ୍ରମ୍ପ! ଏହି ଦିନ…

ଓ୍ବାଶିଂଟନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ପ୍ରଥମ ଥର ପାଇଁ ସ୍ପଷ୍ଟ ଭାବରେ ସୂଚିତ କରିଛି ଯେ ଇରାନ ବିରୁଦ୍ଧରେ ଏହାର ସାମରିକ ଅଭିଯାନ ଦୀର୍ଘ…

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri