କରୀନାଙ୍କ ଏହି ମହଙ୍ଗା ହିଲ୍‌ର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ: ଦେଖିଲେ କହିବେ ଖାଲି ଚପଲ ଏହାଠୁ କେତେ ଭଲ

ଫ୍ୟାଶନ ଦୃଷ୍ଟିରୁ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ସମ୍ପୂର୍ଣ୍ଣ ଭିନ୍ନ। ସେ ଗର୍ଭାବସ୍ଥାରେ ଏପରି ଏକ ଷ୍ଟାଇଲିସ ଲୁକ୍‌ରେ ଦେଖାଯାଇଥିଲେ ଯେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଗଲେ। କରୀନା ତାଙ୍କ ହିଲ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଡ୍ରେସ୍‌ ସହିତ ସେ ମହଙ୍ଗା ହିଲ୍‌ କିଣିଥିଲେ ମଧ୍ୟ ତାହା ଏତେ ଆକର୍ଷଣୀୟ ହୋଇପାରି ନାହିଁ।

ପୁଅ ତୈମୁର ଅଲ୍ଲୀ ଖାନଙ୍କ ପାଇଁ ବେବୋ ଘରେ ପାର୍ଟି ରଖିଥିଲେ। ଏଥିରେ ଅନେକ ଚଳଚ୍ଚିତ୍ର ଜଗତ ବାହାରୁ ମା’ ମଧ୍ୟ ଯୋଗ ଦେଇଥିଲେ। ଏହି ପାର୍ଟି ପାଇଁ ବେବୋ, ସିମ୍ପଲ ଡ୍ରେସ ସହିତ ଭିନ୍ନ ଡିଜାଇନ ହିଲ୍‌ ବାଛିଥିଲେ। ଏହି ହଳଦିଆ ରଙ୍ଗର ହିଲ୍‌ ଇଟାଲୀର ବିଳାସପୂର୍ଣ୍ଣ ବ୍ରାଣ୍ଡ ବୋଟେଗା ଭେନେଟାର ଥିଲା। ଏହି ହିଲଗୁଡ଼ିକର ମୂଲ୍ୟ ଭାରତୀୟ ଟଙ୍କାର ପାଖାପାଖି ଏକ ଲକ୍ଷ। ଏହି ଚମଡା ହିଲ ଆରାମଦାୟକ ଥିଲେ କରୀନାଙ୍କ ପାଦକୁ ଏହା ଅଦ୍ଭୁତ ଦିଶୁଛି, ଯାହାକୁ ନେଇ ଚର୍ଚ୍ଚା ହେଉଛି।

 

Share