ଲୋକସମ୍ବଳ ବିନିଯୋଗରେ ଦାଦନ ସମସ୍ୟା ହଟିବ

କେନ୍ଦ୍ରାପଡ଼ା ଅଫିସ, ୧୫ା୫: ରାଜ୍ୟ ସରକାର ଓଡ଼ିଶାକୁ ୧୩ରୁ ୩୦ ଜିଲା କଲେ। ଅବିଭକ୍ତ କଟକ ଜିଲାରୁ କେନ୍ଦ୍ରାପଡ଼ା ୧୯୯୩ ମସିହା ଏପ୍ରିଲରେ ସ୍ବତନ୍ତ୍ର ମାନ୍ୟତା ମିଳିଲା। ତେବେ ଏହି ଜିଲା ମାନ୍ୟତା ପରେ ସବୁ କିଛି ଠିକ୍‌ଠାକ୍‌ ଚାଲିନାହିଁ। ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଜିଲାବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ଜିଲାର ଲୋକସମ୍ଭଳ ବିନିଯୋଗ ପାଇଁ କୌଣସି ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉନାହିଁ। ଫଳରେ ଜିଲାରୁ ଦାଦନ ସମସ୍ୟା ହଟୁନାହିଁ। ଶିଳ୍ପ ଓ କ୍ଷୁଦ୍ରଶିଳ୍ପ ପାଇଁ ପ୍ରଶାସନିକ ବ୍ୟବସ୍ଥା ଯଥେଷ୍ଟ ନୁହେଁ। ସିଙ୍ଗଲ ୱିଣ୍ଡୋ ଏହାର ସମାଧାନ ହୋଇପାରିବ। ସେହିପରି ଜିଲାର ଭିତ୍ତିଭୂମି କୃଷି ଓ ପର୍ଯ୍ୟଟନ ହୋଇଥିଲେ ମଧ୍ୟ ଏହାକୁ ସର୍ବଦା ଅଣଦେଖା କରାଯାଇଛି। ଜିଲା ବିକାଶରେ ଚାପ ସୃଷ୍ଟିକାରୀ ଗୋଷ୍ଠୀର ଅଭାବ ବୋଲି ସ୍ଥାନୀୟ ଜିଲାବାସୀ ମତ ଦେଇଛନ୍ତି।
କୃଷି, କୃଷକଙ୍କୁ ଅବହେଳା
ପ୍ରାକୃତିକ ବିପର୍ଯ୍ୟୟପ୍ରବଣ କେନ୍ଦ୍ରାପଡ଼ା ଜିଲାର କୃଷି ଓ କୃଷକଙ୍କ ପ୍ରତି ସର୍ବଦା ଅବହେଳା ପ୍ରଦର୍ଶନ କରାଯାଉଛି। ଜିଲାର ଅର୍ଥନୀତି କୃଷିଭିତ୍ତିକ। ମାତ୍ର ଜଳ ପରିଚାଳନା ଏକ ମୁଖ୍ୟ ସମସ୍ୟା ହୋଇରହିଛି। ଆଳି, ରାଜନଗର, ରାଜକନିକାରେ ଆଦୌ କେନାଲ ନାହିଁ। ମହାକାଳପଡ଼ାରେ ମାତ୍ର ୨୦ ପ୍ରତିଶତକୁ ଜଳସେଚନ ବ୍ୟବସ୍ଥା ହୋଇଛି। ଜଳ ନିଷ୍କାସନ ଚାଷ ପାଇଁ ବଡ଼ ବିପଦ ହୋଇଥିବା ବେଳେ ଜିଲା ଗଠନର ୨୯ବର୍ଷ ପରେ ମଧ୍ୟ ଏଥିପ୍ରତି ପ୍ରଶାସନିକ ଅଧିକାରୀ ଅଥବା ରାଜନେତା ସମ୍ବେଦନଶୀଳ ନୁହନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର କୃଷକଙ୍କ ପାଇଁ କାଳିଆ, ବଳାରାମ, କିଷାନ ଯୋଜନାରେ କୃଷକଙ୍କ ଅଭିବୃଦ୍ଧି ପାଇଁ ସହାୟତା ରାଶି ଯୋଗାଉଥିଲେ ମଧ୍ୟ ତୃଣମୂଳ ସମସ୍ୟାକୁ ଏଡ଼ାଇ ଯାଉଛନ୍ତି। ଫଳରେ ଯୁବବର୍ଗ ଚାଷ ପରିବର୍ତ୍ତେ ଦାଦନ ଖଟିବାକୁ ଜିଲା ବାହାରକୁ ଯାଉଛନ୍ତ।
– ରାଧାକାନ୍ତ ମହାନ୍ତି, ଡେରାବିଶ, କେନ୍ଦ୍ରାପଡ଼ା
ମୌଳିକ ସେବା ମିଳୁନି
ଶିକ୍ଷା, ସ୍ବାସ୍ଥ୍ୟ, ତାଲିମ, ପାନୀୟ ଜଳ ପରି ମୌଳିକ ସମସ୍ୟାରେ ଜିଲାବାସୀ ପଡ଼ିଛନ୍ତି। ଜିଲାର ୧୭ ପଞ୍ଚାୟତକୁ ସିଧାସଳଖ ଯାତାୟାତ ପଥ ନାହିଁ। ଶିକ୍ଷାନୁଷ୍ଠାନର ଭିତ୍ତିଭୂମିରେ ଶିକ୍ଷକ ଅଭାବ ପ୍ରାଥମିକ ଅନ୍ତରାୟ ସୃଷ୍ଟି କରିଛି। ସେହିପରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ରୋଗୀଙ୍କୁ ଚିକିତ୍ସା ବଦଳରେ ଅନ୍ୟତ୍ର ଚିକିତ୍ସା ପାଇଁ ରେଫର କାଗଜ ମିଳୁଛି। ଜିଲାର ବହୁଦିନର ଦାବି ମେଡିକାଲ କଲେଜ, କେନ୍ଦ୍ରାପଡ଼ା କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, କୃଷି ବିଦ୍ୟାଳୟ, ସାମୁଦ୍ରିକ ଗବେଷଣାଗାର ଆଦିକୁ ଅଣଦେଖା କରାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଏକ ମାତ୍ର ପାନୀୟ ଜଳ ସଙ୍କଟ ଜିଲା ଭାବେ କେନ୍ଦ୍ରାପଡ଼ାକୁ ଚିହ୍ନଟ କରିଛନ୍ତି। ଏହାସତ୍ତ୍ୱେ ଏହାର ନିରାକରଣ କରାଯାଉନାହିଁ। ଜିଲା ବିକାଶ ପାଇଁ ଚାପ ସୃଷ୍ଟିକାରୀ ଗୋଷ୍ଠୀର ଅଭାବ ରହିଛି।
– ସାଗର ଜେନା, କଂସାର, କେନ୍ଦ୍ରାପଡ଼ା
କୃଷି ଓ ପର୍ଯ୍ୟଟନକୁ ଅବହେଳା
କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲାରେ ସ୍ଥାନୀୟ କୃଷି ଅବହେଳାରେ ଅଛି। ସେହିପରି ପର୍ଯ୍ୟଟନ କ୍ଷେତ୍ର ଆମକୁ ଅର୍ଥନୀତି ବୃଦ୍ଧିରେ ସହାୟକ ହୋଇପାରିବ। ମାଛ, କୁକୁଡ଼ାଠାରୁ ଆରମ୍ଭ କରି ଅର୍ଥକରୀ ଫସଲ ପାଇଁ ଉପଯୁକ୍ତ ଜଳବାୟୁ ଓ ଭିତ୍ତିଭୂମି ଅଛି। ତେବେ ଯୋଜନା ଅଭାବରୁ ସ୍ଥାନୀୟ କୃଷି ଅବହେଳା ହେଉଛି। ଏପରି କି ଜିଲା ଝୋଟ ଚାଷ ପାଇଁ ପ୍ରସିଦ୍ଧିଲାଭ କରିଥିବା ବେଳେ ଝୋଟ ଗବେଷଣା କେନ୍ଦ୍ର ବନ୍ଦ ହୋଇଯାଇଛି। ସେହିପରି ଜିଲାରେ ଜାତୀୟ ଉଦ୍ୟାନ ଭିତରକନିକା ବିଶ୍ୱବିଦିତ ହୋଇଥିଲେ ମଧ୍ୟ ପ୍ରଚାର ପ୍ରସାର ନ ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ନଗଣ୍ୟ ହୋଇଛି। ଏହାବ୍ୟତୀତ ଧାର୍ମିକ ସ୍ଥଳକୁ ସୌନ୍ଦର୍ଯ୍ୟକରଣ କରି ଅର୍ଥନୀତିକୁ ସୁଦୃଢ଼ କରାଯାଇପାରିବ।
– ନୀହାର ରଞ୍ଜନ ପ୍ରଧାନ,
ଛୋଟି, କେନ୍ଦ୍ରାପଡ଼ା
ଜିଲାର ଉପତ୍ାଦ ବାହାରକୁ ପଠାଇବାକୁ ପଡ଼ିବ
କେନ୍ଦ୍ରାପଡ଼ା ଜିଲାରେ ଖଣି ନାହିଁ। ତେବେ ବୃହତ ଓ କ୍ଷୁଦ୍ର ଶିଳ୍ପ ଜିଲା ବିକାଶକୁ ଆଗେଇ ନେଇପାରିବ। ପ୍ରତି ନିର୍ବାଚନ ସମୟରେ ବନ୍ଦର, ଶିଳ୍ପ ଆଦି ନେଇ ପ୍ରତିଶ୍ରୁତି ମିଳୁଛି। ଏହି ପ୍ରତିଶ୍ରୁତି ପାଳନ ପାଇଁ ଜିଲାବାସୀଙ୍କ ନିକଟରୁ ଚାପ ସୃଷ୍ଟି ହୋଇପାରୁନାହିଁ। କ୍ଷୁଦ୍ର ଶିଳ୍ପ ପାଇଁ ସିଙ୍ଗଲ ୱିଣ୍ଡୋ ଆବଶ୍ୟକ। ବହୁ ଯୁବ ଉଦ୍ୟୋଗୀ କ୍ଷୁଦ୍ର ଶିଳ୍ପ ପାଇଁ ଆଗ୍ରହୀ ଥିଲେ ମଧ୍ୟ ଆଇନର ବିଭିନ୍ନ କଟକଣା ବାଟବଣା କରୁଛି। ସ୍ଥାନୀୟ ଉପତ୍ାଦ ପ୍ରତି ବାହାର ଜିଲାବାସୀଙ୍କ ଅପେକ୍ଷା ନାହିଁ। ବରଂ ଜିଲା ବାହାର ଉପତ୍ାଦ ଉପରେ ଆମେ ନିର୍ଭରଶୀଳ ହେଉଛୁ। କର୍ମ ନିଯୁକ୍ତି ସହିତ ଜିଲାର ଉପତ୍ାଦ ବାହାରକୁ ଗଲେ ଜିଲାର ଅର୍ଥନୀତିରେ ଅଗ୍ରଗତି ହେବ।
– ଶୁଭାଶିଷ ଷଡ଼ଙ୍ଗୀ, ରାଜକନିକା, କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri