ଆଜି ସରିବ ଟ୍ରାଡିଶନାଲ ହ୍ୟାଣ୍ଡଲୁମ୍‌ ଏକ୍ସପୋ

ଭୁବନେଶ୍ୱର,୧୫।୫: ଚଳିତବର୍ଷର ଗ୍ରୀଷ୍ମ (ଖରାଦିନ) ଏବଂ ବିବାହ ଋତୁ ଉପଲକ୍ଷେ ୨୦୨୩ ଏପ୍ରିଲ ୨ୟ ସପ୍ତାହରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଶୁଭାରମ୍ଭ ହୋଇଥିବା ଟ୍ରାଡିଶନାଲ ହ୍ୟାଣ୍ଡଲୁମ୍‌ ଏକ୍ସପୋ ସୋମବାର ଶେଷ ହେଉଛି। ବିଶେଷକରି ଗ୍ରୀଷ୍ମପ୍ରବାହ ଓ ବିବାହ ଋତୁ ଉଭୟ ଗ୍ରାହକ ଓ ବ୍ୟବସାୟଙ୍କ ପାଇଁ ଭଲ ସୁଯୋଗ ଆଣି ଦେଇଛି। କାରଣ ଗୋଟିଏ ସ୍ଥାନରେ ୧୮ଟି ରାଜ୍ୟର ବିଭିନ୍ନ ପାରମ୍ପରିକ କଳା ନୈପୁଣ୍ୟରେ ଭରା ପୋଷାକ, କପଡ଼ା ତଥା ରେଡିମେଡ୍‌ ଜାମା ଓ ପାଇଜାମାର ବ୍ୟାପକ ସମ୍ଭାର ଉପଉବ୍ଧ। ଏପରିକି ପାଗ ଭଲ ରହିବା ସହ ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ଆବଶ୍ୟକ ସାମଗ୍ରୀ ମିଳୁଛି, ଆଉ ତାହାକୁ କିଣିବା ଲାଗି ପ୍ରତିଦିନ ମେଳା ପରିସରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ସେହିଭଳି ଦେଶର ପ୍ରମୁଖ ସହରଗୁଡ଼ିକର ହସ୍ତତନ୍ତ ସାମଗ୍ରୀ ସହ ଉଚ୍ଚମାନର ସୂତା ଶାଢ଼ି, କାମିଜ ସହ ଶିଲ୍‌କ ବସ୍ତ୍ରକୁ କାରିଗରମାନେ ସୁନ୍ଦର ଭାବେ ପ୍ରଦର୍ଶନ କରୁଛନ୍ତି। ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ର, ଜମ୍ମୁ-କଶ୍ମୀର, ହରିୟାଣା, ପଶ୍ଚିମବଙ୍ଗ, ଗୁଜରାଟ, କର୍ନାଟକ, ଆସାମ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଭଳି ରାଜ୍ୟର ବୁଣାକାର ତଥା ବ୍ୟବସାୟୀମାନେ ଉକ୍ତ ମେଳାରେ ସାମିଲ ହୋଇଛନ୍ତି। ଏପରିକି ଚଳିତ ବର୍ଷର ବାହାଘର ଓ ଅନ୍ୟାନ୍ୟ ବିଶେଷ ପର୍ବପର୍ବାଣିକୁ ଆଖିରେ ରଖି ଉପରୋକ୍ତ ରାଜ୍ୟର କାରିଗରମାନେ ସୁନ୍ଦର ସୁନ୍ଦର ପୋଷାକ ମଧ୍ୟ ପ୍ରସ୍ତୁତ କରିଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଏକ ସମ୍ପୂର୍ଣ୍ଣ ପାରମ୍ପରିକ ହସ୍ତତନ୍ତକୁ ନେଇ ଭୁବନେଶ୍ୱରର ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଏକ ସ୍ବତନ୍ତ୍ର ପାରମ୍ପରିକ ହସ୍ତତନ୍ତ ମେଳା ଆୟୋଜିତ ହେଉଛି। ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି, ପସନ୍ଦିତ ବସ୍ତ୍ର ବା ଉତ୍ପାଦକୁ କିଣିଲେ ଆୟୋଜକଙ୍କ ପକ୍ଷରୁ ୨୦%ର ବିଶେଷ ରିହାତି ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ସୂଚନାଯୋଗ୍ୟ, ପ୍ରତିଦିନ ସକାଳ ୧୧ ଘଟିକାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ମେଳା ଖୋଲା ରହୁଛି।
ଅପରପକ୍ଷରେ ଗ୍ରୀଷ୍ମ ଉତ୍ତାପରୁ ରକ୍ଷା କରିବା ଲାଗି ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ତଥା ଜାମା ଓ ପାଇଜାମା ବିଶେଷ ଭାବେ ପରିଧାନ କରାଯାଇଥାଏ, ଯାହା ଆମକୁ ବେଶ ସହାୟକ ହୋଇଥାଏ। ଏପରିକି ବ୍ରାଣ୍ଡେଡ୍‌ କପଡ଼ାକୁ ପଛରେ ପକାଇ ଲୋକେ ସେ ସବୁ ସାମଗ୍ରୀକୁ ଅଧିକ ପସନ୍ଦ କରିଥାଆନ୍ତି। ଓଡ଼ିଶାର ଲୋକଙ୍କ ଏହି ଉଚ୍ଚକୋଟୀର ପରିଧାନ ଆଗ୍ରହକୁ ଆଖି ଆଗରେ ରଖି ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଏକ ସ୍ବତନ୍ତ୍ର ପାରମ୍ପରିକ ହସ୍ତତନ୍ତ ମେଳା ଆୟୋଜିତ ହେଉଛି। ଯେଉଁଥିରେ ୧୮ଟି ରାଜ୍ୟର ବିଭିନ୍ନ ପାରମ୍ପରିକ କଳା ନୈପୁଣ୍ୟରେ ଭରା ବସ୍ତ୍ର, କପଡ଼ା ତଥା ରେଡିମେଡ୍‌ ଜାମା ଓ ପାଇଜାମାର ବ୍ୟାପକ ସମ୍ଭାର ଉପଲବ୍ଧ। ଆଉ ତାହାକୁ କିଣିବା ଲାଗି ବି ପ୍ରତିଦିନ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?