୩ ବର୍ଷରେ ଖର୍ଚ୍ଚ ହେବ ୧୮୦୦ କୋଟି

ଭୁବନେଶ୍ୱର,୨୩।୮(ବ୍ୟୁରୋ): ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗ୍ରାମାଞ୍ଚଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ର ଗାଇଡ୍‌ଲାଇନରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବିଭାଗର ଅନୁମତି ମିଳିବା ପରେ ଏହି ଯୋଜନାର ସଂଶୋଧିତ ଗାଇଡ୍‌ଲାଇନ ସହ ୩ ବର୍ଷରେ ୧୮୦୦କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ଅନୁମତି ମିଳିବ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ସର୍ତ୍ତାବଳୀକୁ ସରକାର ଅନେକାଂଶରେ କୋହଳ କରି ଗାଁ ଗହଳିର ସମସ୍ତ ପ୍ରମୁଖ ରାସ୍ତାଗୁଡ଼ିକର ନବୀକରଣ, ମରାମତି, ପୁନରୁଦ୍ଧାର, ସମ୍ପ୍ରସାରଣ ଆଦି କାର୍ଯ୍ୟକୁ ସହଜ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅର୍ଥ ବିଭାଗର ଅନୁମୋଦନ ପରେ ୨୦୨୧-୨୨ ଅତିରିକ୍ତ ବଜେଟରେ ରାଜ୍ୟ ସରକାର ଏଥିପାଇଁ ବ୍ୟୟବରାଦ କରିବେ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ରାଜ୍ୟ ସରକାର ଏବେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଗାଇଡ୍‌ଲାଇନରେ ପରିବର୍ତ୍ତନ କରି ଏହାକୁ ଅଧିକ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଯେଉଁସବୁ ରାସ୍ତା ‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’ରେ ସାମିଲ(ଜନସଂଖ୍ୟା ଓ ଅନ୍ୟାନ୍ୟ ମାନଦଣ୍ଡ) ପାଇଁ ଯୋଗ୍ୟ ହେଉ ନ ଥିଲା, ସେଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁଦିନିଆ ନୂଆ ରାସ୍ତା ନିର୍ମାଣ କରାଯାଉଛି। ୨୦୧୪-୧୫ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ଏହି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁଦିନିଆ ରାସ୍ତା ନିର୍ମାଣ କରୁଛନ୍ତି ।
ମାତ୍ର ଏବେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ସଂଶୋଧିତ ଗାଇଡ୍‌ଲାଇନ ଅନୁସାରେ ନିକଟସ୍ଥ ପଞ୍ଚାୟତ ମୁଖ୍ୟାଳୟ, ହସ୍ପିଟାଲ, ବ୍ଲକ କାର୍ଯ୍ୟାଳୟ, ବଜାର, ସ୍କୁଲ, କଲେଜ ଆଦି ସମେତ ଆର୍ଥିକ ଗତିବିଧିର ବିକାଶ ପାଇଁ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇପାରିବ ।
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ସମସ୍ତ ନିୟମକୁ କୋହଳ କରାଯିବା ସହ ପୁରୁଣା ରାସ୍ତାକୁ ଅଧିକ ଚଉଡ଼ା ଓ ସୁଦୃଢ଼, ପୁରୁଣା ପିଚୁ ଓ କଂକ୍ରିଟ୍‌ ରାସ୍ତାର ମରାମତି, ରାସ୍ତାଗୁଡ଼ିକ ୫.୫ମିଟରରୁ ୯ମିଟର ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ । ଆବଶ୍ୟକ ପଡ଼ିଲେ ରାସ୍ତା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ହେବ । ଏହି ଜମି ଗ୍ରାମ୍ୟ ଉନ୍ନୟନ ବିଭାଗ ନାଁରେ କିଣାଯିବ । ପ୍ରସ୍ତାବିତ ସଂଶୋଧିତ ଗାଇଡ୍‌ଲାଇନରେ ଏଣିକି ଗ୍ରାମାଞ୍ଚଳରେ ନୂଆ ରାସ୍ତାର ନିର୍ମାଣ ସହ ପୁରୁଣା ରାସ୍ତାର ମରାମତି, ଉନ୍ନତୀକରଣ ଓ ଚଉଡ଼ା ଆଦି କାର୍ଯ୍ୟ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ରେ ହୋଇପାରିବ ।
ପୂର୍ବରୁ ଏହି ଯୋଜନାରେ କେବଳ ନୂଆ ରାସ୍ତା ନିର୍ମାଣ କରାଯିବାର ବ୍ୟବସ୍ଥା ଥିବାବେଳେ ସରକାର ଏହାର ସର୍ତ୍ତାବଳୀକୁ କୋହଳ କରି ଆଗାମୀ ୨୦୨୪ ମାର୍ଚ୍ଚ ମଧ୍ୟରେ ପ୍ରାୟ ୧୮୦୦କୋଟି ଟଙ୍କା ଏହି ସଡ଼କ ନିର୍ମାଣ ପାଇଁ ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri