୩ ବର୍ଷରେ ଖର୍ଚ୍ଚ ହେବ ୧୮୦୦ କୋଟି

ଭୁବନେଶ୍ୱର,୨୩।୮(ବ୍ୟୁରୋ): ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗ୍ରାମାଞ୍ଚଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ର ଗାଇଡ୍‌ଲାଇନରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବିଭାଗର ଅନୁମତି ମିଳିବା ପରେ ଏହି ଯୋଜନାର ସଂଶୋଧିତ ଗାଇଡ୍‌ଲାଇନ ସହ ୩ ବର୍ଷରେ ୧୮୦୦କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ଅନୁମତି ମିଳିବ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ସର୍ତ୍ତାବଳୀକୁ ସରକାର ଅନେକାଂଶରେ କୋହଳ କରି ଗାଁ ଗହଳିର ସମସ୍ତ ପ୍ରମୁଖ ରାସ୍ତାଗୁଡ଼ିକର ନବୀକରଣ, ମରାମତି, ପୁନରୁଦ୍ଧାର, ସମ୍ପ୍ରସାରଣ ଆଦି କାର୍ଯ୍ୟକୁ ସହଜ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅର୍ଥ ବିଭାଗର ଅନୁମୋଦନ ପରେ ୨୦୨୧-୨୨ ଅତିରିକ୍ତ ବଜେଟରେ ରାଜ୍ୟ ସରକାର ଏଥିପାଇଁ ବ୍ୟୟବରାଦ କରିବେ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ରାଜ୍ୟ ସରକାର ଏବେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଗାଇଡ୍‌ଲାଇନରେ ପରିବର୍ତ୍ତନ କରି ଏହାକୁ ଅଧିକ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଯେଉଁସବୁ ରାସ୍ତା ‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’ରେ ସାମିଲ(ଜନସଂଖ୍ୟା ଓ ଅନ୍ୟାନ୍ୟ ମାନଦଣ୍ଡ) ପାଇଁ ଯୋଗ୍ୟ ହେଉ ନ ଥିଲା, ସେଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁଦିନିଆ ନୂଆ ରାସ୍ତା ନିର୍ମାଣ କରାଯାଉଛି। ୨୦୧୪-୧୫ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ଏହି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁଦିନିଆ ରାସ୍ତା ନିର୍ମାଣ କରୁଛନ୍ତି ।
ମାତ୍ର ଏବେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ସଂଶୋଧିତ ଗାଇଡ୍‌ଲାଇନ ଅନୁସାରେ ନିକଟସ୍ଥ ପଞ୍ଚାୟତ ମୁଖ୍ୟାଳୟ, ହସ୍ପିଟାଲ, ବ୍ଲକ କାର୍ଯ୍ୟାଳୟ, ବଜାର, ସ୍କୁଲ, କଲେଜ ଆଦି ସମେତ ଆର୍ଥିକ ଗତିବିଧିର ବିକାଶ ପାଇଁ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇପାରିବ ।
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ସମସ୍ତ ନିୟମକୁ କୋହଳ କରାଯିବା ସହ ପୁରୁଣା ରାସ୍ତାକୁ ଅଧିକ ଚଉଡ଼ା ଓ ସୁଦୃଢ଼, ପୁରୁଣା ପିଚୁ ଓ କଂକ୍ରିଟ୍‌ ରାସ୍ତାର ମରାମତି, ରାସ୍ତାଗୁଡ଼ିକ ୫.୫ମିଟରରୁ ୯ମିଟର ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ । ଆବଶ୍ୟକ ପଡ଼ିଲେ ରାସ୍ତା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ହେବ । ଏହି ଜମି ଗ୍ରାମ୍ୟ ଉନ୍ନୟନ ବିଭାଗ ନାଁରେ କିଣାଯିବ । ପ୍ରସ୍ତାବିତ ସଂଶୋଧିତ ଗାଇଡ୍‌ଲାଇନରେ ଏଣିକି ଗ୍ରାମାଞ୍ଚଳରେ ନୂଆ ରାସ୍ତାର ନିର୍ମାଣ ସହ ପୁରୁଣା ରାସ୍ତାର ମରାମତି, ଉନ୍ନତୀକରଣ ଓ ଚଉଡ଼ା ଆଦି କାର୍ଯ୍ୟ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ରେ ହୋଇପାରିବ ।
ପୂର୍ବରୁ ଏହି ଯୋଜନାରେ କେବଳ ନୂଆ ରାସ୍ତା ନିର୍ମାଣ କରାଯିବାର ବ୍ୟବସ୍ଥା ଥିବାବେଳେ ସରକାର ଏହାର ସର୍ତ୍ତାବଳୀକୁ କୋହଳ କରି ଆଗାମୀ ୨୦୨୪ ମାର୍ଚ୍ଚ ମଧ୍ୟରେ ପ୍ରାୟ ୧୮୦୦କୋଟି ଟଙ୍କା ଏହି ସଡ଼କ ନିର୍ମାଣ ପାଇଁ ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri