ଆଜି ହୋଇଯିବ କ୍ଲିଅର, ମେଣ୍ଟକୁ ନେଇ ଆସିଲା ବଡ ଖବର

ଭୁବନେଶ୍ୱର,୧୩।୩: ଓଡିଶା ରାଜନୀତିର ଭାଗ୍ୟ ଝୁଲୁଛି ଏବେ ଦିଲ୍ଲୀରେ। ମେଣ୍ଟ ହେଉଛି ନା ହେଉନି? ଏହା ଉପରେ ଏବେ ସମସ୍ତଙ୍କର ନଜର। କୁହାଯାଉଛି, ଆସନ ବୁଝାମଣା ସରିଛି ହେଲେ ସ୍ପଷ୍ଟତା ଆସିବାକୁ ଏତେ ବିଳମ୍ବ କାହିଁକି? ନା ଆସନ ଭାଗବଣ୍ଟାକୁ ନେଇ କେଁ ରହିଛି? ଯାହା ଚର୍ଚ୍ଚା ହେଉଛି ଦିଲ୍ଲୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ତୁହାକୁ ତୁହା ବୈଠକ ବସିଛି। ହେଲେ ନିଷ୍କର୍ସ କଣ ବାହାରୁଛି କାହାକୁ ଜଣାନାହିଁ। ଯାହା ଖବର ଆସୁଛି ଯେ ଲୋକସଭା ଆସନକୁ ନେଇ ବୁଝାମଣା ସରିଛି। କିନ୍ତୁ ବିଧାନସଭା ଆସନ କ୍ଷେତ୍ରରେ ଅଙ୍କ ଛିଡୁନି।

ଗତକାଲି ଠୁ ଦୁଇଟି ଦିଗର ଫିଗର ଉପରେ ଚର୍ଚ୍ଚା ହେଉଛି। ଗୋଟିଏ ହେଲା ୧୦୫-୪୨ ଆଉ ଏକ ହେଲା ୯୮-୪୯। ଏହି ଫିଗର ଉପରେ ରାଜଧାନୀ ଦିଲ୍ଲୀରେ ଭାଜପା ଶିବିରରେ ଓଡିଶା ମେଣ୍ଟକୁ ନେଇ କସରତ ଚାଲିଛି। ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା ଓ ଖୋଦ୍‌ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ଚାଲିଥିବା ଖବର ଉପରେ ନଜର ରଖିଛନ୍ତି। ଅନ୍ୟପଟେ ରାଜ୍ୟର ଶାସକ ଦଳ ବିଜେଡିର ଅସମ୍ଭବ ନିରବତାକୁ ନେଇ ଏହି ନୂଆ ମେଣ୍ଟ ଚର୍ଚ୍ଚାରେ ଟ୍ବିଷ୍ଟ ଆଣୁଛି। କୁହାଯାଉଛି ମେଣ୍ଟକୁ ନେଇ ବିଜେଡି ପକ୍ଷରୁ ଗ୍ରୀନ ସିଗନାଲ ଦିଆ ସରିଛି। ଏବେ ସବୁ ଭାଜପା ଉପରେ ନିର୍ଭର କରୁଛି। ଅର୍ଥାତ ମେଣ୍ଟର ଭାଗ୍ୟ ଏବେ ଅମିତ ଶାହା ଓ ନରେନ୍ଦ୍ର ମୋଦିଙ୍କ ନିକଟରେ ଝୁଲୁଛି।

ତେବେ ସବୁଠାରୁ ବଡ କଥା ହେଉଛି ମେଣ୍ଟ ପାଇଁ କଣ୍ଟା ସାଜିଛନ୍ତି ରାଜ୍ୟ ଭାଜପା ନେତୃତ୍ୱ। କୁହାଯାଉଛି କୁଆଡେ ରାଜ୍ୟ ଭାଜପା ନେତାମାନେ ବିଜେଡି ସହ ଭାଜପା ମେଣ୍ଟକୁ ନାପସନ୍ଦ କରୁଛନ୍ତି। ହେଲେ କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ଭାଜପା ନେତାଙ୍କୁ ଏପ୍ରସଙ୍ଗରେ ବୁଝାଉଛନ୍ତି। ସେପଟେ ତୃଣମୂଳ ସ୍ତରରେ ଥିବା ନେତାମାନେ ମେଣ୍ଟକୁ ନେଇ ଦ୍ୱନ୍ଦରେ ପଡିଛନ୍ତି। ସେମାନେ ମେଣ୍ଟ ହେବା ନେଇ ଉପରସ୍ତ ନେତାଙ୍କ ଠୁ କୌଣସି ସୁରାକ ପାଇପାରୁ ନାହାନ୍ତି। କେବଳ ଗଣମାଧ୍ୟମରେ ଚର୍ଚ୍ଚା ଉପରେ ସେମାନେ ନଜର ରଖିଛନ୍ତି। ଏଭଳି ସ୍ଥିତିରେ ତୃଣମୂଳ ସ୍ତରରେ ଆଗାମୀ ନିର୍ବାଚନକୁ ନେଇ କ’ଣ ରଣନୀତି ପ୍ରସ୍ତୁତ କରିବେ ପୁରା ଦ୍ୱନ୍ଦରେ କର୍ମୀ ଓ ନେତା।

ଏସବୁ ଭିତରେ କଂଗ୍ରେସର ରଣନୀତି ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି। ଯେତେବେଳେ ରାଜ୍ୟରେ ବିଜେଡି-ଭାଜପା ଭିତରେ ମେଣ୍ଟ ନେଇ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। କଂଗ୍ରେସର କଣ ରଣନୀତି ରହିବ ସେନେଇ ସମସ୍ତଙ୍କ ମନରେ ଉତ୍ସୁକତା ବଢିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri