Posted inଜାତୀୟ

ହିନ୍ଦୁ ଧର୍ମକୁ ନେଇ ଆପତ୍ତିଜନକ ଟିପ୍ପଣି କରିବା ପଡିଲା ମହଙ୍ଗା, ସିଧା ପହଞ୍ଚିଲେ…

ହାଇଦ୍ରାବାଦ,୨୮।୬: ହିନ୍ଦୁ ଧମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ହାଇଦ୍ରାବାଦର ରାମକୋଟ ଅଞ୍ଚଳର ଜଣେ ମୁସଲିମ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ରାମକୋଟ ଅଞ୍ଚଳର ନାରାୟଣଗୁଡ଼ା ପୋଲିସ ଇନ୍ସପେକ୍ଟର ଚନ୍ଦ୍ର ଶେଖରଙ୍କ ଅନୁଯାୟୀ, ମୁସଲିମ ସମ୍ପ୍ରଦାୟର ଜଣେ ବ୍ୟକ୍ତି ଅନ୍ୟ ଧର୍ମ ବିରୁଦ୍ଧରେ ଅନୁପଯୁକ୍ତ ଭାଷା ବ୍ୟବହାର କରିଥିଲେ, ଯାହାଙ୍କ ବିରୁଦ୍ଧରେ 295A, 298, 153A ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଇନ୍ସପେକ୍ଟର ଚନ୍ଦ୍ର ଶେଖର ଏହି ମାମଲା ବିଷୟରେ କହିଛନ୍ତି, ‘ଏହି ଝଗଡା ରାମକୋଟର ଏକ ସ୍ପେୟାର ପାର୍ଟସ ଦୋକାନରୁ ଆରମ୍ଭ ହୋଇଥିଲା, ଯେଉଁଠାରୁ ସେ ବୁଧବାର (୨୫ ଜୁନ, ୨୦୨୫) ତାଙ୍କ ଗାଡ଼ି ପାଇଁ କିଛି ପାର୍ଟସ କିଣିଥିଲେ। ଏହି ସମୟରେ, ଯେତେବେଳେ ବ୍ୟକ୍ତି ଜଣକ ମେକାନିକଙ୍କୁ ତାଙ୍କ ଗାଡ଼ିରେ ପାର୍ଟସ ରଖିବାକୁ କହିଲେ, ମେକାନିକ ତାଙ୍କୁ କହିଲେ ଯେ ଦୋକାନୀ ତାଙ୍କଠାରୁ ଏହି ପାର୍ଟସ ପାଇଁ ୧୪୦ ଟଙ୍କା ଅଧିକ ନେଇଛନ୍ତି।’ ଇନ୍ସପେକ୍ଟର ଆହୁରି କହିଛନ୍ତି, ‘ମେକାନିକଙ୍କ କଥା ଶୁଣିବା ପରେ, ବ୍ୟକ୍ତି ଜଣକ ସେହି ଦୋକାନକୁ ଫେରିଗଲେ ଯେଉଁଠାରୁ ସେ ଜିନିଷ କିଣିଥିଲେ ଏବଂ ତାଙ୍କର ୧୪୦ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ହେଲେ ଦୋକାନି ଟଙ୍କା ଦେବାକୁ ମନା କରିଦେଲେ। ଦୋକାନୀ ଯୁକ୍ତି କଲେ ଯେ ତୁମେ ହୁଏତ ଏହି ଜିନିଷ ଅନ୍ୟ କୌଣସି ଦୋକାନରୁ କିଣିଛ, ଯାହା ଉପରେ ବ୍ୟକ୍ତି ଜଣକ ରାଗିଗଲେ ଏବଂ କହିଲେ ଯେ ମୋର ବିଶ୍ୱାସ ମୋ ସହିତ ଅଛି ଏବଂ ହିନ୍ଦୁ ଧର୍ମ ବିଷୟରେ ଆପତ୍ତିଜନକ କଥା କହିବା ଆରମ୍ଭ କଲେ। ଏହା ପରେ ଲୋକମାନେ ସେହି ବ୍ୟକ୍ତିଙ୍କୁ ଚୁପ କରିବାକୁ ଚେଷ୍ଟା କଲେ, କିନ୍ତୁ ସେ ଚୁପ ରହିଲେ ନାହିଁ। ତା’ପରେ ଲୋକମାନେ ତାଙ୍କୁ ବୁଝାଇ ଫେରାଇ ଦେଲେ।’ ଦୋକାନୀଙ୍କ ଅନୁସାରେ, ଦୋକାନରେ ଏକ ଚେତାବନୀ ବୋର୍ଡ ଲଗାଯାଇଛି, ଯେଉଁଥିରେ ମୁଁ ଲେଖିଛି ଯେ ପ୍ରଥମେ ଭଲ ଭାବରେ ଦେଖ, ଜିନିଷ କିମ୍ବା ଟଙ୍କା ଫେରସ୍ତ କରାଯିବ ନାହିଁ। ଏହା ସତ୍ତ୍ୱେ, ଦୁଃଖନ୍ଦର ଶର୍ମା ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ଝଗଡା ପାଇଁ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri