Posted inଜାତୀୟ

ଗାନ୍ଧୀ ଉପନାମ ଯୋଗୁ ରାହୁଲଙ୍କ ଚିନ୍ତାଧାରା ମହାତ୍ମାଙ୍କ ପରି ହେବ ବୋଲି ଭାବିବା ଭୁଲ:…

ଲକ୍ଷ୍ନୌ,୮।୬ : ପୁଣିଥରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ତ୍ରିବେନ୍ଦ୍ର ସିଂ ରାୱତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କୁ ଦେଶଭକ୍ତ ବୋଲି କହିଛନ୍ତି। ଯେ ପର୍ଯ୍ୟନ୍ତ ମୁଁ ଗଡସେଙ୍କୁ ଜାଣିଛି ଏବଂ ତାଙ୍କ ବିଷୟରେ ପଢ଼ିଛି. ସେ ମଧ୍ୟ ଜଣେ ଦେଶପ୍ରେମୀ। ଗାନ୍ଧିଜୀଙ୍କ ହତ୍ୟାରେ ଆମେ ସହମତ ନୁହଁ।

ଉତ୍ତରପ୍ରଦେଶର ବାଲିଆସ୍ଥିତ ଦଳର ଜିଲା ମୁଖ୍ୟାଳୟରେ ଖବରଦାତାମାନଙ୍କ ସହ ଆଲୋଚନା ସମୟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲଙ୍କୁ ପରିହାସ କରି ରାୱତ କହିଛନ୍ତି ସେ କେବଳ ଗାନ୍ଧୀ ଉପନାମ ରଖିଛନ୍ତି। ମହାତ୍ମାଙ୍କ ଆଦର୍ଶ କେବଳ ଗାନ୍ଧୀ ଉପନାମରେ ରଖିଲେ ହୋଇପାରିବ ନାହିଁ। ତାଙ୍କ ମଧ୍ୟରେ ଗାନ୍ଧୀଙ୍କ ଚିନ୍ତାଧାରା ଆସିବା ଭାବିବା ସମ୍ପୂର୍ଣ୍ଣ ଭୁଲ।

ସେ କହିଛନ୍ତି ପଇତାକୁ ବାହାରେ ଝୁଲାଇ ରଖିଲେ ତାଙ୍କର ପରିଚୟ ପରିବର୍ତ୍ତନ କରାଯାଇପାରିବ ନାହିଁ। ରାହୁଲ କେବଳ ବଡ଼ ବଡ଼ କଥା କୁହନ୍ତି। ଗାନ୍ଧୀଙ୍କ ନାମରେ ସେ ଫାଇଦା ପାଇବାର ପ୍ରୟାସ କରୁଛନ୍ତି।

ରାହୁଲ ଗାନ୍ଧୀ ନିକଟରେ ଆମେରିକାରେ ଦେଇଥିବା ବିବୃତ୍ତି ଉପରେ ପ୍ରତିକ୍ରିୟା ଦେଇ ରାୱତ କହିଛନ୍ତି କଂଗ୍ରେସ ନେତାଙ୍କ ଉଦ୍ୟମ ଦଳ ପାଇଁ ଲାଭଦାୟକ ହେବ ନାହିଁ ଏବଂ ଖୁବ ଶୀଘ୍ର ଏହା ଅତୀତ ଦିନ ଭଳି ଫଳ ପାଇବ। ରାହୁଲ ଗାନ୍ଧୀ ତାଙ୍କ ଦଳର ଖରାପ ଅବସ୍ଥା ଦେଖି ନିରାଶ ହୋଇ ଏଭଳି କହୁଛନ୍ତି। ସେ ମାନସିକ ଚାପରେ କହୁଛନ୍ତି। ମାନସିକ ଚାପ ଦେଇ ଗତି କରୁଥିବା ବ୍ୟକ୍ତିଙ୍କୁ ଜନସାଧାରଣ ଗ୍ରହଣ କରିବେ ନାହିଁ।

ସମାଜବାଦୀ ପାର୍ଟି (ଏସପି) ଜାତୀୟ ସଭାପତି ଅଖିଳେଶ ଯାଦବଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେନଜରିୱାଲଙ୍କ ସହ ବୈଠକରେ ନେଇ ରାୱତ କହିଛନ୍ତି ଦେଶରେ କେଜରିୱାଲଙ୍କ ଭଳି ଅଭିନୟ କରୁଥିବା ନେତା କେହି ନାହାନ୍ତି।

ଅଖିଳେଶ ଯାଦବ ତାଙ୍କଠାରୁ ନାଟକ ଶିକ୍ଷା କରିବାକୁ ଚାହୁଁଛନ୍ତି। ସମାଜବାଦୀ ପାର୍ଟିର ମିଥ୍ୟା ମୁଖା ସହିତ ଜନସାଧାରଣ ପରିଚିତ। ସମାଜବାଦୀ ପାର୍ଟି ତାଙ୍କ ଶାସନ କାଳରେ ୟୁପିକୁ ଗୁଣ୍ଡା ରାଜରେ ପରିଣତ କରିବା କାମ କରିଛି। ଏସପି ମାଫିଆଙ୍କୁ ଏହାର କ୍ୟାଡର କରିଥିଲା ଏବଂ ପରେ ମାଫିଆଙ୍କୁ ସମ୍ମାନଜନକ କରିଥିଲା। ଆଗାମୀ ସମୟରେ ରାଜ୍ୟର ଜନସାଧାରଣ ପୁଣିଥରେ ସମାଜବାଦୀ ପାର୍ଟିକୁ ପ୍ରତ୍ୟାଖ୍ୟାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri