ଘର ଭଡ଼ା

ଜବ୍‌, ବ୍ୟବସାୟ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ପରିବାରକୁ ବାହାରେ ଘର ଭଡ଼ା ନେଇ ରହିବାକୁ ହୋଇଥାଏ। ଆବଶ୍ୟକ ସ୍ଥଳେ ବାରମ୍ବାର ଘର ବି ବଦଳାଇବାକୁ ହୋଇଥାଏ। ଏମିତିରେ ଘର ଭଡ଼ା ନେବା ବେଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଦିଗ ପ୍ରତି ଯତ୍ନଶୀଳ ହେବା ବୁଦ୍ଧିମତ୍ତାର କାର୍ଯ୍ୟ…

ଏଗ୍ରିମେଣ୍ଟ ଗୁରୁତ୍ୱପୂର୍ଣ୍ଣ: ବର୍ତ୍ତମାନ ଅନେକ ସ୍ଥାନରେ ଘରଭଡ଼ା ନେବା ବେଳେ ଏଗ୍ରିମେଣ୍ଟ ପେପରରେ ଦସ୍ତଖତ କରିବାକୁ ହେଉଛି। ତେଣୁ ଘର ନେବା ପୂର୍ବରୁ ଉକ୍ତ ପେପରରେ ଘରମାଲିକଙ୍କର କ’ଣ ସବୁ ନିୟମ ଲେଖା ରହିଛି ଭଲ ଭାବେ ପଢ଼ି ନିଅନ୍ତୁ। ଏପରିକି ଘରଭଡ଼ା ସହିତ ଇଲେକ୍ଟ୍ରି ବିଲ୍‌ କିମ୍ବା ଓ୍ବାଟର ବିଲ୍‌, ଆପାର୍ଟମେଣ୍ଟ ହୋଇଥିଲେ ସୋସାଇଟି ଚାର୍ଜ ଇତ୍ୟାଦି ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପରେ ହିଁ ଏଗ୍ରିମେଣ୍ଟ ପେପରରେ ସାଇନ୍‌ କରନ୍ତୁ। ନଚେତ୍‌ ପରବର୍ତ୍ତୀ ସମୟରେ ଅଧିକ ଟଙ୍କା ଦେବାକୁ ପଡ଼ିପାରେ ଏବଂ ଅଯଥା ସମସ୍ୟା ମଧ୍ୟ ଉପୁଜିପାରେ।
ହୁଅନ୍ତୁନି ଠକାମିର ଶିକାର: ନୂଆ ଜାଗାରେ ଘରଭଡ଼ା ଖୋଜିବା ଲାଗି ଅନେକଙ୍କୁ ମଧ୍ୟସ୍ଥଙ୍କ ସାହାଯ୍ୟ ନେବାକୁ ହୋଇଥାଏ। ହେଲେ ବେଳେବେଳେ ଦଲାଲଙ୍କ ହାବୁଡ଼ରେ ପଡ଼ି କେତେଜଣଙ୍କୁ ଠକାମିର ଶିକାର ହୋଇଥିବାର ବି ନଜିର ରହିଛି। କାରଣ କେବେ କେବେ ଦଲାଲମାନେ ନିଜ ପ୍ରାପ୍ୟ ନେବା ପରେ ବି ପ୍ରତିମାସରେ ଭଡ଼ାଟିଆଙ୍କଠୁ ଘରମାଲିକ କହିଥିବା ଟଙ୍କାଠାରୁ ଅଧିକ ନେଇଥାନ୍ତି। ଏକ୍ଷେତ୍ରରେ ଘରମାଲିକଙ୍କ ସହ ଭଡ଼ା ଟଙ୍କା ସମ୍ପର୍କରେ ସିଧାସଳଖ କଥା ହୋଇଯିବା ବୁଦ୍ଧିମତ୍ତାର କାର୍ଯ୍ୟ।
ସୁରକ୍ଷା ପ୍ରତି ରୁହନ୍ତୁ ସଜାଗ: ବର୍ତ୍ତମାନ ଚାରିଆଡ଼େ ଚୋରି ଡକାୟତିର ଆଶଙ୍କା ବହୁତ। ତେଣୁ ଘରଭଡ଼ା ନେବା ବେଳେ ନିରୋଳା କିମ୍ବା ଏକୁଟିଆ ସ୍ଥାନରେ ଥିବା ଘର ନେବା ଠିକ୍‌ ନୁହେଁ। ଘରର କବାଟ, ଝରକା ଆଦି ଠିକ୍‌ ଭାବେ ବନ୍ଦ ହେଉଛି ନା ନାହିଁ ଭଲ ଭାବେ ଦେଖି ନେବା ଦରକାର। ଆଖପାଖରେ ରହୁଥିବା ଲୋକେ କିପରି ଜାଣିବାକୁ ଚେଷ୍ଟା କରିବା ସହ ସମସ୍ତଙ୍କ ସହିତ ସୁସମ୍ପର୍କ ରଖନ୍ତୁ ଯେପରି ଆବଶ୍ୟକ ସ୍ଥଳେ ସେମାନେ ସାହାଯ୍ୟ ପାଇଁ ଆଗେଇ ଆସିବେ।
ଯଥା ସମ୍ଭବ କମ୍‌ ସାମଗ୍ରୀ ରଖନ୍ତୁ: ନିଜ ଘର ହେଉ ଅବା ଭଡ଼ା ବିଭିନ୍ନ ପ୍ରକାର ଫର୍ନିଚର, ଇଲେକ୍ଟ୍ରୋନିକ ସାମଗ୍ରୀ ଏବଂ ଅନ୍ୟାନ୍ୟ ଗୃହସଜ୍ଜା ଉପକରଣ ରଖିବାର ସଉକ ଅନେକଙ୍କର ରହିଛି। ହେଲେ ଭଡ଼ାଘରେ ରହୁଥିଲେ, ପରେ ଶିଫ୍ଟିଂ ବେଳେ ଯେପରି ନଷ୍ଟ ନ ହୁଏ ସେଥିପାଇଁ ଟିଭି, ଫ୍ରିଜ୍‌, ଫ୍ୟାନ୍‌, କମ୍ପ୍ୟୁଟର ଭଳି ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀକୁ ଛାଡ଼ି ଏସି, ମାଇକ୍ରୋଓ୍ବେଭ୍‌, ଗିଜର ଆଦି ସାମଗ୍ରୀ କମ୍‌ ରଖିବାକୁ ଚେଷ୍ଟା କରନ୍ତୁ। ସେହିପରି ଭଡ଼ାଘର ମଝିରେ ମଝିରେ ବଦଳାଇବାକୁ ହେଉଥିବାରୁ ଶିଫ୍ଟିଂ ବେଳେ ଭାଙ୍ଗି ନ ଯିବା ଲାଗି ଅଧିକ ଦାମୀ ଫର୍ନିଚର, କାଚ ଶୋ ପିସ୍‌, ଝୁମର, ଅନ୍ୟାନ୍ୟ ଡେକୋରେଟିଭ ଲାଇଟ୍‌ ଆଦି ସାମଗ୍ରୀ ନ ରଖିବା ଭଲ।
ରଖନ୍ତୁନି ବଡ଼ ଗାଡ଼ି : ଭଡ଼ାଘରେ ରହୁଥିଲେ ସଉକ ପାଇଁ ଏକାଧିକ ଗାଡ଼ି ବିଶେଷକରି ଚାରିଚକିଆ ଯାନ ନ କିଣିବା ଭଲ। କାରଣ ଅନେକ ଭଡ଼ାଘରେ ପାର୍କିଂ ପାଇଁ ପର୍ଯ୍ୟାପ୍ତ ଜାଗା ନ ଥାଏ। ତେଣୁ ଗାଡ଼ି ରଖିବା ନିହାତି ଆବଶ୍ୟକ ଥିଲେ ପ୍ରଥମେ ପାର୍କିଂ ବ୍ୟବସ୍ଥା ଦେଖିବା ପରେ ଭଡ଼ା ନିଅନ୍ତୁ ନଚେତ୍‌ ଆପଣଙ୍କୁ ରାସ୍ତାକଡ଼ରେ ଗାଡ଼ି ରଖିବାକୁ ପଡ଼ିପାରେ, ଯାହାକି ଉଭୟ ଅବୈଧ ଏବଂ ବିପଦପୂର୍ଣ୍ଣ।
ପୋଷା ଜୀବଜନ୍ତୁ: ଘରେ ପୋଷା ଜୀବଜନ୍ତୁ ରଖିବାର ସଉକ ଅନେକଙ୍କର ରହିଛି। ହେଲେ ଯଦି ଆପଣ ଭଡ଼ା ଘରେ ରହୁଛନ୍ତି ତେବେ ପୋଷା ଜୀବଜନ୍ତୁ ନ ରଖିବା ଭଲ। କାରଣ ଅନେକ ଘର ମାଲିକ କୁକୁର, ବିଲେଇ ଆଦି ନିଜ ଘରେ ରଖିବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ପ୍ରଥମେ ଏ ବାବଦରେ ବୁଝିନେବା ଭଲ।

କ’ଣ କୁହନ୍ତି ଏମାନେ…

ହରପ୍ରିୟା ମହାରଣା(ଗୃହିଣୀ, ଭୁବନେଶ୍ୱର)- ଏବେ ଆମେ ଭୁବନେଶ୍ୱରରେ ଘର ଭଡ଼ା ନେଇ ରହୁଛୁ। କଲୋନିରେ ସମସ୍ତେ ଆମେ ମିଶିକି ରହୁଛୁ ସତ, ହେଲେ ମନରେ ଚୋରି ହେବାର ଭୟ ବହୁତ ରହୁଛି। ଆମେ ଯେବେ ବି ଗାଁକୁ ଯାଉ କିମ୍ବା କୌଣସି ବାହାର ଜାଗାକୁ ବୁଲିବାକୁ ଯାଉ ଘରକୁ ଚାବି ଦେଇ ଯାଇଥାଉ। ବେଶି ଦିନ ନ ରହି ୨-୩ ଦିନରେ ଫେରିଆସୁ। ବେଶି ରାତି ଯାଏଁ ଘରର ଗେଟ୍‌ କେବେ ବି ଖୋଲା ରଖେନି। ସବୁବେଳେ ନିଜ ପାଖେ ଏମରଜେନ୍ସି ନମ୍ବର କିଛି ରଖିଥାଏ। ବାହାରେ ରହୁଥିବାରୁ ଆମେ ଆମ ସୁରକ୍ଷା ପାଇଁ ଏବେ ଗୋଟେ କୁକୁର ରଖିଛୁ ।

ଅନିତା ଦାସ (ଗୃହିଣୀ, ପୁରୀ)- ୫ବର୍ଷ ହେଲାଣି ଭଡ଼ାଘରେ ରହୁଛି। ଏଇ ଭିତରେ ୨ଟି ଘର ବଦଳାଇ ସାରିଲିଣି। ତେବେ ପରିବାର ସହିତ ରହୁଥିବାରୁ ଘର ଭଡା ନେବା ପୂର୍ବରୁ ଘରର କବାଟ, ଝରକା, ପାଣି ବ୍ୟବସ୍ଥା ଆଦି ଠିକ୍‌ ଅଛି କି ନାହିଁ ଦେଖେ। ସୁରକ୍ଷା ଦୃଷ୍ଟିରୁ ଆଖପାଖରେ ରହୁଥିବା ଲୋକେ ଭଲ ହେବା ପ୍ରତି ଗୁରୁତ୍ୱ ଦିଏ ଏବଂ ସଭିଙ୍କ ସହ ସୁସମ୍ପର୍କ ରଖେ। ଏହା ଛଡା ଯିବାଆସିବା କରିବାକୁ ସୁବିଧା ହେବା ଲାଗି ଘରର ଲୋକେଶନକୁ ମଧ୍ୟ ଗୁରୁତ୍ୱ ଦିଏ। ଏସବୁ ବ୍ୟତୀତ ପ୍ରତି ମାସରେ ଭଡା ଦେବାରେ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ଘର ଖର୍ଚ୍ଚ ଦେଖିଚାହିଁ କରେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଇରାନକୁ ଫାଇନାଲ୍‌ ଅଲ୍ଟିମେଟମ: ହର୍ମୁଜ ନ ଖୋଲିଲେ…

ଓ୍ବାଶିଂଟନ୍‌,୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଅଲ୍ଟିମେଟମ ଦେଇଛନ୍ତି। ସେ କହିଛନ୍ତି, ଇରାନ ଯଦି ହର୍ମୁଜ ଷ୍ଟ୍ରେଟ୍‌ ନ ଖୋଲେ, ତେବେ ଆମେରିକା ପାଓ୍ବାର…

ଇରାନକୁ ନୁହେଁ, ବରଂ ନିଜ ପାଇଁ ସମୟସୀମା ଧାର୍ଯ୍ୟ କଲେ ଟ୍ରମ୍ପ, ଏହି ତାରିଖକୁ ରଖିଥିଲେ ଡେଡ ଲାଇନ

ଓ୍ବାଶିଂଟନ,୪।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆତ୍ମସମର୍ପଣ ପାଇଁ ଏପ୍ରିଲ ୬ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ତଥାପି, ଏହା ଏବେ ସ୍ପଷ୍ଟ ହୋଇଯାଇଛି ଯେ ଏହି…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri