ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ଭାଜପା ସୁରକ୍ଷା ଦେବା ଲଜ୍ଜାଜନକ

ଭୁବନେଶ୍ୱର,୨୮ା୫(ଅନିଲ ଦାସ):ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ଭାଜପା ଗଣମାଧ୍ୟମ ସାମ୍ନାକୁ ଆସି କରୁଥିବା ଉଦ୍ୟମ ଲାଗି ଲଜ୍ଜିତ ହେବା ଉଚିତ ବୋଲି ବିଜେଡି ମୁଖପାତ୍ର ଈପ୍ସିତା ସାହୁ କହିଛନ୍ତି ।
ଈପ୍ସିତା କହିଛନ୍ତି, ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଭଳି ବରିଷ୍ଠ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୁରକ୍ଷା ଦେବା ଲାଗି ଆଗେଇ ଆସିବା ଦେଖି ଆଶ୍ଚର୍ଯ୍ୟ ଲାଗୁଛିି। ଆଉ ଏଥିନେଇ ସେ ଲଜ୍ଜିତ ହେବା କଥା। କାରଣ ପ୍ରଶାନ୍ତ ଜଗଦ୍ଦେବ ସେହି ବ୍ୟକ୍ତି ଯିଏ ମଦ୍ୟପାନ କରି ନିଜ କାର୍‌ରେ ଭାଜପା କର୍ମୀ ଓ ସମର୍ଥକଙ୍କ ଉପରେ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥିଲେ । ଏଥିପାଇଁ ତାଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା ା
ଏହା ପୂର୍ବରୁ ଜଗଦ୍ଦେବ ଖୋର୍ଦ୍ଧାର ଜଣେ ଭାଜପା ନଗର ସଭାପତିଙ୍କୁ ମାଡ଼ ମାରିଥିଲେ। ପ୍ରଶାନ୍ତ ଜଗଦ୍ଦେବ ଓ ତାଙ୍କ ସହ ଥିବା କେତେଜଣ ଅସାମାଜିକ ବ୍ୟକ୍ତି କେବଳ ଇଭିଏମ୍‌ ଭାଙ୍ଗି ନ ଥିଲେ, ଦୁଇଦିନ ତଳେ ବେଗୁନିଆ ନିର୍ବାଚନମଣ୍ଡଳୀର ବୋଲଗଡ଼ରେ ଥିବା ପୋଲିଂ ବୁଥ୍‌ରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ତାଙ୍କ ସହ ଥିବା ଅପରାଜିତା ଷଡ଼ଙ୍ଗୀଙ୍କ କାର୍‌ରେ ସେ ସେଠାରୁ ଫେରାର୍‌ ହେଉଥିଲେ। ଯେଉଁମାନେ ସେହି ସମୟରେ ଧାଡ଼ିରେ ଥିଲେ ଏବଂ ଜଗଦ୍ଦେବ ତାଙ୍କୁ ପଛକୁ ଠେଲି ଦେଇଥିବା ଦେଖିଛନ୍ତି। କାହାକୁ ବୋକା ବନାଇବାକୁ ଚେଷ୍ଟା କରୁଛି ଓଡ଼ିଶା ଭାଜପା। ଆମେ ଆଶା କରୁଛୁ ଯେ ଓଡ଼ିଶା ଭାଜପାର କିଛି ଲଜ୍ଜା ଭାବ ରହିବ ଏବଂ ଜଗଦ୍ଦେବଙ୍କ ଭଳି ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ରକ୍ଷା କରିବାକୁ ଆସିବ ନାହିଁ। ଭାଜପା ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଥିବା ନିର୍ବାଚନ ପର୍ଯ୍ୟଟକମାନେ ପ୍ରଥମେ ଭାଜପାରେ ଗୁଣ୍ଡା, ଠକ ଓ ଜମି ଜବରଦଖଲକାରୀଙ୍କ କଥା କୁହନ୍ତୁ। ତେବେ ଓଡ଼ିଶା ଭାଜପାର ଏଭଳି ନିମ୍ନସ୍ତରର ରାଜନୀତି ଯୋଗୁ ଲୋକମାନେ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ଈପ୍ସିତା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri