ଦଳୀୟ କନ୍ଦଳ ସଭିଙ୍କୁ ଅଡ଼ୁଆ

ବରଗଡ଼,୧୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରମୁଖ ୩ ଦଳ ବିଜେଡି, ଭାଜପା ଓ କଂଗ୍ରେସରୁ ଆଶାୟୀମାନେ ଟିକେଟ ପାଇବା ପାଇଁ ନିଜସ୍ବ ଢଙ୍ଗରେ ପ୍ରୟାସ କରୁଛନ୍ତି। ଏଠାରେ ବିଧାୟକ ଅଛନ୍ତି ବିଜେଡିର ଦେବେଶ ଆଚାର୍ଯ୍ୟ। ଅଦ୍ୟାବଧି ଭାଜପା ଏହି ନିର୍ବାଚନମଣ୍ଡଳୀରୁ ଖାତା ଖୋଲିପାରି ନ ଥିବାବେଳେ ଗତ ୩ଟି ସାଧାରଣ ନିର୍ବାଚନ ମଧ୍ୟରୁ କଂଗ୍ରେସ ଥରୁଟିଏ ଜିତିପାରିଛି।
ଏହି ନିର୍ବାଚନମଣ୍ଡଳୀ ଅଧୀନରେ ରହିଥିବା ବରଗଡ଼ ପୌର ପରିଷଦକୁ ବିଜେଡିି ନିଜ ଦଖଲରେ ରଖିଆସୁଛି। କେବଳ ସେତିକି ନୁହେଁ, ଗତ ୨ଟି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦେଖିଲେ, ପଞ୍ଚାୟତ ସମିତି ମଧ୍ୟ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ହାତରେ ଅଛି। ସେହିପରି ଗତ ପଞ୍ଚାୟତ ଭୋଟ୍‌ରେ ଏହି ନିର୍ବାଚନମଣ୍ଡଳୀର ସବୁ ଜିଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ହିଁ ବିଜୟୀ ହୋଇଥିଲେ। ସେହି ଦୃଷ୍ଟିରୁ ଦେଖିଲେ ବିଜେଡି ଅନ୍ୟ ଦୁଇ ଦଳଠାରୁ ଅପେକ୍ଷାକୃତ ଭଲ ସ୍ଥିତିରେ ଅଛି। ଅପରପକ୍ଷେ ନିର୍ବାଚନମଣ୍ଡଳୀକୁ ଦଖଲ କରିବା ପାଇଁ ବିରୋଧୀ ଭାଜପା ଏବଂ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛନ୍ତି। ଦେଖିବାକୁ ଗଲେ ସବୁ ଦଳରେ ଆଶାୟୀଙ୍କ ତାଲିକା ଲମ୍ବି ଚାଲିଛି। ଅନେକେ ଏବେ ଗାଁ ମୁହାଁ ହେଲେଣି। ଏପରିକି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆର୍ଥିକ ସହାୟତା ଯୋଗାଉଥିବା ଚର୍ଚ୍ଚା ହେଉଛି। ଏତେସବୁ ଭିତରେ ଦଳ ମଧ୍ୟରେ ରହିଥିବା କନ୍ଦଳ ସଭିଙ୍କୁ ଅଡ଼ୁଆ ହେଉଥିବା କଥା ଉଠୁଛି।
ବିଜେଡିରେ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁ ନେପାକଙ୍କ ନାମକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଦେବେଶ କ୍ରମାଗତ ୨ଥର ଏହି ଆସନରୁ ନିର୍ବାଚିତ ହୋଇ ସାରିଥିବାବେଳେ ପୌର ଏବଂ ପଞ୍ଚାୟତ ସମିତି ଗଠନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସେହିପରି ଚର୍ଚ୍ଚାରେ ଥିବା ଅନ୍ୟତମ ଆଶାୟୀ ସାଧୁ ନେପାକ ୨୦୦୯ ନିର୍ବାଚନରେ କଂଗ୍ରେସରୁ ବିଜୟୀ ହୋଇଥିବା ବେଳେ ୨୦୧୪ରେ ବିଜେଡିର ଦେବେଶଙ୍କଠାରୁ ହାରିଯାଇଥିଲେ। ଏହି ଦୃଷ୍ଟିରୁ ବିଜେଡି ଏଠାରୁ ଦେବେଶଙ୍କୁ ତୃତୀୟଥର ପାଇଁ ନିଶ୍ଚିତ ଟିକେଟ୍‌ ଦେବ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଅନ୍ୟପଟେ ୨୦୧୯ରେ କଂଗ୍ରେସ ସାଧୁଙ୍କୁ ଟିକେଟ ନ ଦେବାରୁ ସେ ବିଜେଡିରେ ଯୋଗଦେଇଥିଲେ। ତେଣୁ ସାଧୁଙ୍କୁ ବିଜେଡି ଯେଭଳି ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କଲା, ଆଗାମୀ ସାଧାରଣ ନିର୍ବାଚନରେ ତାଙ୍କୁ ବିଧାନସଭା କିମ୍ବା ଲୋକ ସଭା ଟିକେଟ ମିଳିପାରେ ବୋଲି ସମର୍ଥକମାନେ ଆଶା ରଖିଛନ୍ତି। ଏଭଳିସ୍ଥଳେ ପ୍ରତ୍ୟକ୍ଷରେ ନ ହେଲେ ମଧ୍ୟ ପରୋକ୍ଷରେ ସାଧୁ-ଦେବେଶଙ୍କ ଅନ୍ତର୍ଦ୍ୱନ୍ଦ୍ୱ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବ୍ୟାନରରୁ ଏହା ବେଶ୍‌ ପ୍ରତୀୟମାନ ହେଉଛି। ସାଧୁଙ୍କ ବ୍ୟାନରରେ ସ୍ଥାନୀୟ ବିଧାୟକ ଦେବେଶଙ୍କ ଫଟୋ ନ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ଭଟଲି ବିଧାୟକ ସୁଶାନ୍ତ ସିଂ, ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଫଟୋ ରହିଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଦେବେଶଙ୍କ ବ୍ୟାନରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ଦଳର ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ପୂର୍ବତନ ବିଧାୟକ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ଫଟୋ ଥିବା ପରିଲକ୍ଷିତ ହୋଇଛି।
ଭାଜପାରେ ଆଶାୟୀଙ୍କ ତାଲିକା ଆହୁରି ଲମ୍ବା। ଏହି ଦଳରେ ଅଶ୍ୱିନୀ ଷଡ଼ଙ୍ଗୀ, ଲିପ୍‌ସିତ ମିଶ୍ର, ସଞ୍ଜିତ କୁମାର ମିଶ୍ରଙ୍କ ନାମ ଚର୍ଚ୍ଚାରେ ରହିଛି। ଅଶ୍ୱିନୀ କ୍ରମାଗତ ୨ ସାଧାରଣ ନିର୍ବାଚନରେ ଏହି ଆସନରୁ ଦଳୀୟ ପ୍ରାର୍ଥୀ ହୋଇ ହାରିଥିଲେ। ଆଶ୍ୱସ୍ତିର କଥା ଦଳ ସପକ୍ଷରେ ଭୋଟ ପ୍ରତିଶତ ବଢ଼ିଥିଲା। ୨୦୧୪ ନିର୍ବାଚନରେ ସେ ୧୫.୫୬ ପ୍ରତିଶତ ଭୋଟ ପାଇଥିବାବେଳେ ୨୦୧୯ ନିର୍ବାଚନରେ ତାଙ୍କ ସପକ୍ଷରେ ଏହା ୪୧.୨୫ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଅଶ୍ୱିନୀ ପୂର୍ବରୁ ଦଳର ରାଜ୍ୟ ଉପସଭାପତି ଥିବାବେଳେ ଏବେ ଜିଲା ସଭାପତି ଅଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଥିବା ଦୃଷ୍ଟିରୁ ପୁଣିଥରେ ତାଙ୍କୁ ଦଳ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ଚାଲିଛି। ଅନ୍ୟପଟେ ଦଳର ଜଣେ ଯୁବ ସଙ୍ଗଠକ ଭାବେ ଦୀର୍ଘଦିନରୁ ରହି ଆସିଥିବା ଲିପ୍‌ସିତ ମିଶ୍ରଙ୍କ ନାମ ଉଠୁଛି। ସେ ଜଣେ ଆଇନଜୀବୀ ତଥା ସାମାଜିକ କର୍ମୀ ହୋଇଥିବାବେଳେ ବିଭିନ୍ନ ଜନ ଆନ୍ଦୋଳନରେ ନେତୃତ୍ୱ ନେଇଆସିଛନ୍ତି। ଏହା ସହିତ ପଶ୍ଚିମ ଓଡ଼ିଶାରେ ରହିଥିବା ଦଳର ୩ ଟାଣୁଆ ନେତା ଜୟନାରାୟଣ ମିଶ୍ର, ସୁରେଶ ପୂଜାରୀ ଏବଂ ଜୁଏଲ ଓରାମଙ୍କ ସହିତ ତାଙ୍କର ଦୀର୍ଘଦିନର ସମ୍ପର୍କ ରହି ଆସିଥିବାରୁ ସେ ଏହି ଆସନ ପାଇଁ ଆଶାୟୀ ଅଛନ୍ତି। ଏସବୁକୁ ଦେଖିଲେ ଭାଜପାରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବାରୁ ଏଥିରେ ରୋକ୍‌ ଲଗାଇବା ପାଇଁ ଶେଷ ମୁହୂର୍ତ୍ତରେ ଦଳ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସ୍‌ଏସ୍‌)ର ପୁରୁଖା ସ୍ବୟଂ ସେବକ ଡା. ସଞ୍ଜିତ କୁମାର ମିଶ୍ରଙ୍କୁ ଟିକେଟ ଦେଇପାରେ ବୋଲି ଆଲୋଚନା ହେଉଛି। ଆର୍‌ଏସ୍‌ଏସ୍‌ ଉପର ମହଲରୁ ସମ୍ଭବତଃ ସେଭଳି କିଛି ସଙ୍କେତ ପାଇଥିବାରୁ ସଞ୍ଜିତ ଗାଁ ଗାଁ ବୁଲି ଜନସମ୍ପର୍କ ଅଭିଯାନ ଆରମ୍ଭ କରି ଦେଇଥିବା ପରିଲକ୍ଷିତ ହେଉଛି।
କଂଗ୍ରେସରେ ଆଶାୟୀଙ୍କ ତାଲିକା ଅନ୍ୟ ୨ଦଳଠାରୁ ଆହୁରି ଲମ୍ବା। ଏହି ତାଲିକାରେ ନିପନ କୁମାର ଦାଶ, ହରଦୀପ ସିଂ, ମନୋହର ପ୍ରଧାନ, ଆନନ୍ଦ ପ୍ରଧାନ ଓ ପାଣ୍ଡବ କର୍ଣ୍ଣଙ୍କ ନାମ ରହିଛି। ଏପରିକି ଦଳ ଛାଡ଼ି ବିଜେଡିରେ ଯୋଗଦେଇଥିବା ପୂର୍ବତନ ବିଧାୟକ ସାଧୁ ନେପାକ ଦଳକୁ ଫେରି ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି ଏବଂ ଉପରମହଲରୁ ଏଥିପାଇଁ ତାଙ୍କ ସହିତ ଯୋଗାଯୋଗ ଚାଲିଥିବା ସାଧାରଣରେ ଆଲୋଚନା ହେଉଛି। ନିପନ ୨୦୧୯ ନିର୍ବାଚନରେ ପ୍ରଥମଥର ପାଇଁ ଏଠାରୁ ଦଳର ପ୍ରାର୍ଥୀ ହୋଇଥିଲେ। ପରାଜୟ ସତ୍ତ୍ବେ ଦଳର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ ସେ କାର୍ଯ୍ୟ ତୁଲାଇ ଆସୁଥିବାରୁ ଦଳ ଆଉଥରେ ତାଙ୍କୁ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ସେହିପରି ହରଦୀପ ଦଳର ଜଣେ ପୁରୁଖା ନେତା ଏବଂ ଦୀର୍ଘଦିନରୁ ଆଶାୟୀ ଥିବାବେଳେ ଦଳ ଏଥର ତାଙ୍କୁ ଏଠାରେ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଚାଲିଛି। ଅନୁରୂପ ଭାବେ ଦଳୀୟ ଟିକେଟରେ କଂଗ୍ରେସ ଏଥର ପଛୁଆବର୍ଗ(ଓବିସି)ଙ୍କୁ ଯଦି ଅଧିକ ଗୁରୁତ୍ୱ ଦେବ, ତେବେ ଏହି ଆସନରୁ ପୂର୍ବତନ ବିଧାୟକ ଯଦୁମଣି ପ୍ରଧାନଙ୍କ ୨ପୁଅ ମନୋହର କିମ୍ବା ଆନନ୍ଦଙ୍କ ମଧ୍ୟରୁ ଜଣଙ୍କୁ ଟିକେଟ ମିଳିପାରେ ବୋଲି ଅଞ୍ଚଳବାସିନ୍ଦା ଟୁପୁରଟାପର ହେଉଛନ୍ତି। ସେହିପରି ଛାତ୍ର ଜୀବନରୁ କଂଗ୍ରେସର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ ରହିଆସିଥିବା ପାଣ୍ଡବଙ୍କୁ ଏଥର ଦଳ ଏଠାରୁ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଛାଡ଼ିପାରେ ବୋଲି ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଦୋମୁହାଁ ନୀତି: କ୍ରିକେଟରେ ରାଜନୀତି, ‘ଡଲାର’ ପାଇଁ ଭାରତୀୟ ବଂଶୋଦ୍ଭବଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ,୬।୨: ପାକିସ୍ତାନର ଦୋମୁହାଁ ଚରିତ୍ର ଏବେ ସାରା ବିଶ୍ୱ ଆଗରେ ପୁଣିଥରେ ପ୍ରକଟ ହୋଇଛି। ଗୋଟିଏ ପଟେ ପାକିସ୍ତାନ ଭାରତ ବିରୋଧରେ କ୍ରିକେଟକୁ ଅସ୍ତ୍ର କରି ଟି-୨୦…

ଯାତ୍ରା ମଝିରେ ଷ୍ଟେଜ୍‌ରେ ଗଳିପଡିଲେ ସାଇ, ରାତି ଅଧରେ ଗଲେ ମେଡିକାଲ

ଭୁବନେଶ୍ୱର,୬।୨: ଅସୁସ୍ଥ ହେଲେ ତୁଳସୀ ଗଣନାଟ୍ୟର ମୁଖ୍ୟ ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡା। ଅଧାରୁ ବନ୍ଦ ହେଲା ଯାତ୍ରା। ଯାତ୍ରା ଅଧାରୁ ସାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

ଅବକାରୀ ଥାନାଠାରୁ ଅନତି ଦୂରରେ ଚାଲିଛି ଚୋରାମଦ କାରବାର, ପ୍ରତିବାଦରେ ମହିଳା…

ଧର୍ମଶାଳା,୬ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବିକ୍ରି ପ୍ରତିବାଦରେ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜାରକା…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ପ୍ରାକ ବଜେଟ ବୈଠକରେ ହେଲା ଜରୁରୀ ଆଲୋଚନା: ମଧ୍ୟବିତ୍ତଙ୍କ ପାଇଁ ଏଥର ଫୋକସ୍‌ରେ ରହିବ…

ଭୁବନେଶ୍ୱର,୬।୨: ଆସନ୍ତା ୨୦ ଫେବୃୟାରୀରେ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହେବ। ଏହା ପୂର୍ବରୁ ଓଡ଼ିଶାବାସୀଙ୍କ ଠାରୁ ମଧ୍ୟ ରାୟ ଲୋଡିଛନ୍ତି ରାଜ୍ୟ ସରକାର। ମୁଖ୍ରମନ୍ତ୍ରୀ କହିଛନ୍ତି,…

RCB ମହିଳା ଟିମକୁ ଶୁଭେଚ୍ଛା ଜଣାଉ ଜଣାଉ ପୁରୁଷ ଟିମକୁ ଏମିତି କହିଲେ ବିଜୟ ମାଲ୍ୟା, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB…

ଭାଲେଣ୍ଟାଇନ୍‌ ଡେ’ରୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଖୋଲିବ ବନ୍ଦ ଭାଗ୍ୟର ତାଲା

ଫେବୃଆରୀ ମାସ ମିଥୁନ ରାଶି ପାଇଁ ବିଶେଷ ହୋଇପାରେ। ୧୩ ଫେବୃଆରୀ ପରେ, ମିଥୁନ ରାଶିର ଭାଗ୍ୟ ସେମାନଙ୍କ ପାଇଁ ଅନୁକୂଳ ହୋଇପାରେ। ରାଶିର ଅଧିଷ୍ଠାତ୍ରୀ ଦେବତା…

ଆମେରିକା ସହିତ ‘ସିକ୍ରେଟ୍‌ ଟାରିଫ୍‌ ଡିଲ୍‌’ କରିବାକୁ ଯାଉଛି ବାଂଲାଦେଶ, ଭାରତ ପାଇଁ ବଢିଲା ଟେନସନ୍‌

ନୂଆଦିଲ୍ଲୀ,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆମେରିକା ସହିତ ଏକ ଗୁପ୍ତ ଟାରିଫ୍‌ ଚୁକ୍ତି କରିବାକୁ ଯୋଜନା କରୁଛି। ଦେଶର ସଂସଦୀୟ ନିର୍ବାଚନର ମାତ୍ର ତିନି ଦିନ ପୂର୍ବରୁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri