Posted inଜାତୀୟ

ଭାଜପା ପାଇଁ ଗଡ଼ ସମ୍ଭାଳିବା କଷ୍ଟ

ଲକ୍ଷ୍ନୌ,୧୭ା୧୧: ଉତ୍ତରପ୍ରଦେଶ(ୟୁପି)ରେ ୨୦୨୨ ପ୍ରଥମାର୍ଦ୍ଧରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଶାସକ ଭାଜପା ପାଇଁ ଏହି ନିର୍ବାଚନ ଅତ୍ୟନ୍ତ କଠିନ ହେବା ଜଳଜଳ ଦିଶୁଛି। ଗତ ନଭେମ୍ବର ୭ରେ ଭାଜପା ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟତଃ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଆଲୋଚନା କରାଯାଇଥିଲା। କିନ୍ତୁ ବୈଠକର ବିଶେଷତ୍ୱ ହେଲା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ରାଜନୈତିକ ସଂକଳ୍ପପତ୍ର ଉପସ୍ଥାପିତ ହେବା, ଯାହାକି ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ୱାରା ହେଉଥିଲା। ଏହା ଅନେକ ଭାଜପା ନେତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। ଯୋଗୀ ସଙ୍କଳ୍ପପତ୍ର ଉପସ୍ଥାପନ କରିବାର ଅନେକ ଅର୍ଥ ଅଛି। ଭାଜପା ଜାଣେ ଯେ, ୨୦୨୪ରେ କେନ୍ଦ୍ରରେ ତୃତୀୟ ଥର ଏନ୍‌ଡିଏ ସରକାର ଗଠନ ପାଇଁ ୨୦୨୨ରେ ୟୁପି ଜିତିବା ଆବଶ୍ୟକ। ନିକଟ ଅତୀତରେ ରାଜ୍ୟରେ ସରକାର ବିରୋଧୀ ବାତାବରଣ ସତ୍ତ୍ୱେ ଯୋଗୀ ହିଁ ସଫଳତା ଆଣିପାରିବେ ବୋଲି ଭାଜପା ଆଶାବାଦୀ। କାରଣ ଗତ ଲୋକ ସଭା ନିର୍ବାଚନ ସମୟରେ ଯୋଗୀ ମୁଖ୍ୟମନ୍ତ୍ରୀ ଥିବାବେଳେ ଭାଜପା ରାଜ୍ୟର ୮୦ ସିଟ୍‌ ମଧ୍ୟରୁ ୬୪ଟି ଦଖଲ କରିପାରିଥିଲା। ଏହି ସଫଳତା ନରେନ୍ଦ୍ର ମୋଦିଙ୍କୁ ପୁନଃ ପ୍ରଧାନମନ୍ତ୍ରୀ ହେବାରେ ଇନ୍ଧନ ଯୋଗାଇଥିଲା। କାର୍ଯ୍ୟକାରିଣୀ ବୈଠକର ଏକ ସପ୍ତାହ ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଲକ୍ଷ୍ନୌରେ ଭାଜପା ସଦସ୍ୟତା ଅଭିଯାନ ଆରମ୍ଭ ବେଳେ ଜନସାଧାରଣଙ୍କୁ କହିଥିଲେ, ମୋଦିଙ୍କୁ ୨୦୨୪ରେ ପୁନର୍ବାର ପ୍ରଧାନମନ୍ତ୍ରୀ କରିବାକୁ ହେଲେ ୨୦୨୨ରେ ଯୋଗୀଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ପଡ଼ିବ। ଭାଷଣ ଶେଷରେ ସେ ହାତଯୋଡ଼ି କହିଥିଲେ, ମୋଦିଙ୍କୁ ଆଉ ଏକ ସୁଯୋଗ ଦିଅ, ଯୋଗୀଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କର। ଶାହାଙ୍କ ଏହି କଥା ପ୍ରଶ୍ନ ଉଠାଇଛି ଯେ, ଭାଜପା କ’ଣ ନିଜ ସ୍ଥିତି ଦୁର୍ବଳ ହେଉଥିବା ଦେଖୁଛି କି, ତେଣୁ ଦଳର ଚାଣକ୍ୟଙ୍କୁ ଏପରି ନିବେଦନ କରିବାକୁ ପଡ଼ୁଛି?
୨୦୧୭ରେ ଭାଜପା ୪୦୩ ଆସନରୁ ୩୧୨ ଜିତିଥିଲା। ସମାଜବାଦୀ ପାର୍ଟି (ଏସ୍‌ପି) ୪୭, ବହୁଜନ ସମାଜ ପାର୍ଟି (ବିଏସ୍‌ପି) ୧୯ ଏବଂ କଂଗ୍ରେସକୁ ମାତ୍ର ୭ ଆସନ ପାଇଥିଲା। କିନ୍ତୁ ଏଥର ଭାଜପାକୁ ବିପରୀତ ସ୍ଥିତି ଦେଖିବାକୁ ପଡ଼ିପାରେ ବୋଲି ରାଜନୀତି ବିଶ୍ଳେଷକମାନେ କହୁଛନ୍ତି। ଏହାର ୨ଟି ପ୍ରମୁଖ କାରଣ ରହିଛି। ଗୋଟିଏ ହେଲା ସମସ୍ତ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ଏବଂ ଅନ୍ୟଟି ହେଲା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଶକ୍ତି ବୃଦ୍ଧି। ଅଖିଳେଶ ପାରମ୍ପରିକ ସହଯୋଗୀ ବିଏସ୍‌ପି ଏବଂ କଂଗ୍ରେସକୁ ଗୁରୁତ୍ୱ ନ ଦେଇ ଅନେକ ଛୋଟ ଦଳ ସହ ମେଣ୍ଟ କରିଛନ୍ତି। ଏଥିଯୋଗୁ ଏହା ଅଖିଳେଶଙ୍କ ପାଇଁ ଅଧିକ ଆସନ ଜିତିବାରେ ସହାୟକ ହେବ ବୋଲି ରାଜନୈତିକ ଅଙ୍କ କଷାଯାଉଛି।
ରାଜ୍ୟରେ ଏଭଳି ୮୬ଟି ଆସନ ଅଛି, ଯେଉଁଥିରୁ ସବର୍ଣ୍ଣମାନେ ଭାଜପାର ଦଳିତ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତି। ସେଥିରୁ ଭାଜପା ୨୦୧୭ରେ ୭୬ଟି ଜିତିଛି। ଏହାର ମୁକାବିଲା ଲାଗି ଅନ୍ୟମାନେ ଭୋଟ ପ୍ରତିଶତ ବୃଦ୍ଧି କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ସେହିପରି ଗତଥର ୫୪ଟି ସିଟ୍‌ରେ ହାରଜିତ ବ୍ୟବଧାନ ୫ ହଜାର ଭୋଟ ମଧ୍ୟରେ ଥିଲା। ଭାଜପା ଏଭଳି ୨୦ଟି ଆସନ ଜିତିଥିଲା। ଅନ୍ୟ ଦଳଗୁଡ଼ିକ ମଧ୍ୟ ଏହି ଆସନ ଉପରେ ଧ୍ୟାନ ଦେଉଛନ୍ତି।

ବଳ ଗୋଟାଉଛି ଏସ୍‌ପି

ୟୁପିରେ ଶାସକ ଭାଜପା ପାଇଁ ଚ୍ୟାଲେଞ୍ଜ ଭାବେ ସମାଜବାଦୀ ପାର୍ଟି ବଳ ଗୋଟାଇ ଚାଲିଛି। ପାର୍ଟି ସଭାପତି ଅଖିଳେଶ ଯାଦବ ପୂର୍ବାଞ୍ଚଳରେ ସ୍ଥିତି ସୁଦୃଢ଼ ପାଇଁ ଭାଜପାର ପୂର୍ବତନ ସହଯୋଗୀ ଓମ୍‌ପ୍ରକାଶ ରାଜଭରଙ୍କ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍‌ବିଏସ୍‌ପି) ସହ ମେଣ୍ଟ କରିଛନ୍ତି। ସେହିପରି ପଶ୍ଚିମ ୟୁପିରେ ପ୍ରଭାବ ରଖୁଥିବା ରାଷ୍ଟ୍ରୀୟ ଲୋକଦଳ (ଆର୍‌ଏଲ୍‌ଡି)ର ସଭାପତି ଜୟନ୍ତ ଚୌଧରୀଙ୍କ ସହ ସେ ହାତ ମିଳାଇଛନ୍ତି। ଚୌଧରୀ ଅଜିତ୍‌ ସିଂଙ୍କ ପୁଅ ଜୟନ୍ତ ନିକଟରେ ଆଶୀର୍ବାଦ ପଦଯାତ୍ରା କରି ସମର୍ଥକଙ୍କ ଉତ୍ସାହ ବଢ଼ାଇଛନ୍ତି। କେନ୍ଦ୍ରର ୩ ବିବାଦୀୟ କୃଷି ବିଲ୍‌ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ଗାଜିପୁର ସୀମାରେ ଲକ୍ଷାଧିକ ଚାଷୀ ଏବେ ମଧ୍ୟ ଆନ୍ଦୋଳନରତ, ଯାହାର ଫାଇଦା ଜୟନ୍ତଙ୍କୁ ମିଳିପାରେ ବୋଲି କୁହାଯାଉଛି। ଏହା ସତ ହେଲେ ଭାଜପାକୁ ବଡ଼ଧରଣର କ୍ଷତି ସହିବାକୁ ପଡ଼ିପାରେ।
ଅନ୍ୟପକ୍ଷରେ ଅଖିଳେଶ ସମ୍ପ୍ରତି ସମାଜବାଦୀ ବିଜୟ ଯାତ୍ରା ଚଳାଇଛନ୍ତି। ଅମିତ୍‌ ଶାହା ୨୦୧୭ରେ ପୂର୍ବ ୟୁପିର ମଉଠାରେ ଓମ୍‌ପ୍ରକାଶ ରାଜଭରଙ୍କ ସହ ରାଲି କରିଥିଲେ। ଏବେ ଓମ୍‌ପ୍ରକାଶଙ୍କ ସହ ଅଖିଳେଶ ରାଲି କରିଛନ୍ତି। ଓମ୍‌ପ୍ରକାଶ ପ୍ରତିନିଧିତ୍ୱ କରୁଥିବା ରାଜଭର ସମ୍ପ୍ରଦାୟ ହେଉଛି ରାଜ୍ୟ ଜନସଂଖ୍ୟାର ୩ରୁ ୪%। ଏହି ସଂଖ୍ୟା ରାଜ୍ୟ ସ୍ତରରେ କମ୍‌ ହୋଇପାରେ, କିନ୍ତୁ ଅଧିକାଂଶ ଲୋକ ପୂର୍ବାଞ୍ଚଳରେ ରହୁଛନ୍ତି। ଓମ୍‌ପ୍ରକାଶଙ୍କ ଦଳ ‘ଏସ୍‌ବିଏସ୍‌ପି’ର ଆଧାର କେବଳ ରାଜଭର ସମ୍ପ୍ରଦାୟରେ ନୁହେଁ, ଚୌହାନ, ପାଲ, ପ୍ରଜାପତି, ବିଶ୍ୱକର୍ମା, ମଲ୍ଲାହ ଭଳି ଅନ୍ୟାନ୍ୟ ପଛୁଆ ବର୍ଗରେ ମଧ୍ୟ ରହିଛି। ପୂର୍ବ ୟୁପିର ୧୮ ଜିଲାରେ ୯୦ ଆସନ ରହିଛି। ଏଥିମଧ୍ୟରୁ ୨୫ରୁ ୩୦ ଆସନରେ ବହୁ ସଂଖ୍ୟାରେ ରାଜଭର ଅଛନ୍ତି। ପୂର୍ବ ୟୁପିରେ ୨୦୧୭ରେ ଭାଜପାର ଆସନ ସଂଖ୍ୟା ୧୪ରୁ ୭୨କୁ ବୃଦ୍ଧି ପାଇଥିବାବେଳେ ଏସ୍‌ପିର ସଂଖ୍ୟା ୫୨ରୁ ୯କୁ ଖସି ଆସିଥିଲା। ରାଜଭର ଜାତିଭିତ୍ତିକ ଜନଗଣନା ଦାବି କରୁଛନ୍ତି। ସେନେଇ ଅଖିଳେଶ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ରାଜଭର ସମ୍ପ୍ରଦାୟର ଅନ୍ୟ ଦୁଇ ବଡ଼ ନେତା ପୂର୍ବତନ ବିଏସ୍‌ପି ନେତା ରାମ ଅଚଳ ରାଜଭର ଏବଂ ପୂର୍ବତନ ବାଚସ୍ପତି ସୁଖଦେବ ରାଜଭରଙ୍କ ପୁଅ କମଲ କାନ୍ତ ମଧ୍ୟ ଅଖିଳେଶଙ୍କ ସହ ଅଛନ୍ତି। ରାମ ଅଚଳ ଏବଂ ବରିଷ୍ଠ ବିଏସ୍‌ପି ନେତା ଲାଲଜୀ ବର୍ମା ଆମ୍ବେଦକରନଗର ରାଲିରେ ଏସ୍‌ପିରେ ଯୋଗଦେଇଥିଲେ। ଏସ୍‌ପି ୨୫ରୁ ୩୦ ଆସନ ଜିତିବାରେ ଏସ୍‌ବିଏସ୍‌ପି ସହାୟକ ହେବ ବୋଲି ଆକଳନ କରାଯାଉଛି। ଭାଜପା ପକ୍ଷରୁ ମନ୍ତ୍ରୀ ଅନିଲ ରାଜଭର ଏହି ସମ୍ପ୍ରଦାୟର ଚେହେରା, କିନ୍ତୁ ତାଙ୍କର ସ୍ଥିତି ଏତେ ବଡ଼ ନୁହେଁ। ଏଭଳିସ୍ଥଳେ କେଶବ ମୌର୍ଯ୍ୟଙ୍କ ନେତୃତ୍ୱରେ ଗଠିତ ପଛୁଆ ବର୍ଗର ‘ମହାନ୍‌ ଦଳ’ ସହିତ ମେଣ୍ଟ କରି ଅଖିଳେଶ ନିଜ ଦଳକୁ ଅଧିକ ମଜଭୁତ କରିଛନ୍ତି। ସେହିପରି ବିଏସ୍‌ପିରୁ ନିଲମ୍ବିତ ହୋଇଥିବା ୬ ବିଧାୟକ ଏବଂ ସୀତାପୁରର ବିଦ୍ରୋହୀ ଭାଜପା ବିଧାୟକ ରାକେଶ ରାଥୋଡ ମଧ୍ୟ ଏସ୍‌ପିରେ ଯୋଗଦେଇଛନ୍ତି। ୨୦୨୦ ଅକ୍ଟୋବରରେ ରାଜ୍ୟ ସଭା ନିର୍ବାଚନ ସମୟରେ ଦଳର ପ୍ରାର୍ଥୀ ରାମଜୀ ଗୌତମଙ୍କୁ ବିରୋଧ ଯୋଗୁ ମାୟାବତୀ ୬ ବିଧାୟକଙ୍କୁ ନିଲମ୍ବିତ କରିଥିଲେ। ସେହିପରି ମହାମାରୀ ସମୟରେ ଘଣ୍ଟି ବଜାଇବା ଏବଂ ତାଳି ମାରିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଥୋଡ ସମାଲୋଚନା କରି ଦଳୀୟ ଆକ୍ରୋଶର ଶିକାର ହୋଇଥିଲେ। ଅନ୍ୟପକ୍ଷରେ ଲାଲଜୀ ବର୍ମା, ରାମ ଅଚଳ ରାଜଭରଙ୍କ ଭଳି ନେତା ଏସ୍‌ପିରେ ଯୋଗଦେବାକୁ ଭାଜପା ଗୁରୁତ୍ୱ ଦେଇଛି। ତେଣୁ ପୂର୍ବତନ ରାଜ୍ୟ ସଭାପତି ଲକ୍ଷ୍ମୀକାନ୍ତ ବାଜପେୟୀଙ୍କ ଅଧ୍ୟକ୍ଷତାରେ ଭାଜପା ୪ ଜଣିଆ କମିଟି ଗଠନ କରିଛି। କମିଟି ମୁଖ୍ୟତଃ ଅନ୍ୟ ଦଳର ସେହି ନେତାମାନଙ୍କୁ ଚିହ୍ନଟ କରିବ ଯେଉଁମାନେ ଚାପି ହୋଇରହିଛନ୍ତି ଏବଂ ଭଲ ରାଜନୈତିକ ପ୍ଲାଟଫର୍ମ ଖୋଜୁଛନ୍ତି। ରାଜ୍ୟରେ ଓବିସି ବର୍ଗକୁ ଭାଜପାର ବଡ଼ ସମର୍ଥକ ଭାବେ ବିବେଚନା କରାଯାଉଛି। କିନ୍ତୁ ଅଣଯାଦବ ଓବିସି ବର୍ଗ ମଧ୍ୟ ଅଖିଳେଶ ଯାଦବଙ୍କ ପାର୍ଟି ଆଡ଼କୁ ଢଳୁଥିବା ରାଜନୀତି ବିଶାରଦମାନେ ଭାଜପାର ଏବେକାର ରଣନୀତିକୁ ନେଇ ଅନୁମାନ ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri