ଝାଡ଼ୁ କିଣିବାକୁ ଶୁଭ ମନେ କରାଯାଏ

ଧନତେରସ ଦିନରେ ଝାଡ଼ୁ କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ଝାଡ଼ୁ କିଣିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ବାସସ୍ଥାନ ଘରେ ରହିଥାଏ। ହେଲେ ଝାଡ଼ୁ କିଣିବା ପୂର୍ବରୁ ଏହାର କିଛି ନିୟମ ଥିବା ନେଇ ଲୋକବିଶ୍ୱାସ ରହିଛି।
ଉଦୟା ତିଥି ଆଧାରରେ ୨୩ ଅକ୍ଟୋବରରେ ଧନତେରସ ପର୍ବ ପାଳନ କରାଯାଉଛି। ଏହି ଦିନ ସୁନା, ପିତ୍ତଳ ଏବଂ ରୁପା ବାସନ କିଣିବାର ଏକ ପରମ୍ପରା ରହିିଛି। ଏହି ଦିନ ବାସନ କିଣିବା ଦ୍ୱାରା ଧନ ଏବଂ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି। ଏହାଛଡ଼ା ଏହି ଦିନ ଅନ୍ୟ କିଛି ପଦକ୍ଷେପକୁ ଅତ୍ୟନ୍ତ ଲାଭଦାୟକ ମନେକରାଯାଏ, ଯେମିତିକି ଝାଡ଼ୁ କିଣିବା। ତାହାକୁ ଅତ୍ୟନ୍ତ ଶୁଭ ବୋଲି ଧରିନିଆଯାଏ। ଏପରି କି ତାହାକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତିନିଧିତ୍ୱ ଭାବେ ବିବେଚନା କରାଯାଏ। ତେବେ ଝାଡ଼ୁ କିଣିବାବେଳେ କିଛି ନିୟମ ପାଳନ କରିବା ଆବଶ୍ୟକ, ନଚେତ ଦେବୀ ଲକ୍ଷ୍ମୀ ଖୁସି ହେବା ପରିବର୍ତ୍ତେ କ୍ରୋଧିତ ହୋଇପାରନ୍ତି ବୋଲି ଜନଶ୍ରୁତି ରହିଛି। ସେହି ନିୟମ ମଧ୍ୟରେ- ଧନତେରସ ଦିନ କିଣାଯାଇଥିବା ଝାଡ଼ୁକୁ ତିରସ୍କାର କରିବା ଉଚିତ ନୁହେଁ। ଭୁଲ୍‌ରେ ମଧ୍ୟ ସେଥିରେ ଯେଭଳି ଗୋଡ଼ ନ ବାଜିବ ସେଥିପ୍ରତି ଧ୍ୟାନ ଦେବାକୁ ହୋଇଥାଏ। କାରଣ ଏପରି କାର୍ଯ୍ୟ ମା’ ଲକ୍ଷ୍ମୀଙ୍କୁ କ୍ରୋଧିତ କରିଥାଏ। ସେହିପରି ଉକ୍ତ ଝାଡ଼ୁକୁ କିଣି ଘର ଭିତରକୁ ଆଣିବା ପୂର୍ବରୁ ତାହାର ହ୍ୟାଣ୍ଡେଲ୍‌ରେ ଏକ ଧଳା ରଙ୍ଗର ସୂତା ବନ୍ଧାଯାଏ। ବିଶ୍ୱାସ କରାଯାଏ ଯେ, ଏହି କାରଣରୁ ମା’ ଲକ୍ଷ୍ମୀ ଘରେ ସ୍ଥିର ହୋଇରହିଥାନ୍ତି। ସେହିପରି ଗୋଟିଏ, ଦୁଇଟି କିମ୍ବା ୪ଟି ଝାଡ଼ୁ କିଣି ଘରକୁ ଅଣାଯାଇ ନ ଥାଏ। ଏକାଥରକେ ୩ଟି ଝାଡ଼ୁ କିଣିବାକୁ ଶୁଭ ବୋଲି ବିବେଚନା କରାଯାଏ। ଧନତେରସ୍‌ରେ କିଣାଯାଉଥିବା ଝାଡ଼କୁ ଖୋଲାରେ ରଖିଲେ ଘରେ କଳହ ସୃଷ୍ଟି ହୋଇଥାଏ। ତେଣୁ ତାହାକୁ ଘୋଡ଼େଇ ରଖିବାର ବିଧି ରହିଛି। ଏହି ଦିନ ନୂଆ ଝାଡ଼ୁ ଆଣିଲେ, ପୁରୁଣା ଝାଡ଼ୁକୁ ଫିଙ୍ଗାଯାଇ ନ ଥାଏ। ପର୍ବ ଦିନ ସନ୍ଧ୍ୟାରେ ପ୍ରଥମେ ପୁରୁଣା ଝାଡ଼ୁକୁ ପୂଜା କରାଯାଏ, ତା’ପରେ ନୂଆ ଝାଡ଼ୁକୁ ପୂଜା କରାଯାଇ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଏ। ସେହିପରି ପୁରୁଣା ଝାଡ଼ୁକୁ ଭୁଲ୍‌ରେ ମଧ୍ୟ ଖଟ କିମ୍ବା ରୋଷେଇ ଘରେ ରଖାଯାଇ ନ ଥାଏ। ସେଥିରେ ଏକ କଳା ସୂତା ବାନ୍ଧି ନଜର ପଡ଼ୁ ନ ଥିବା ସ୍ଥାନରେ ଲୁଚାଇ ରଖାଯାଏ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରେ ନାହିଁ ବୋଲି ଏହି ପର୍ବ ପାଳୁଥିବା ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri