ଗ୍ରାହକଙ୍କୁ ଆକୃଷ୍ଟ ପାଇଁ ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୩।୧୦: ଧନ୍‌ତେରସ କେବଳ ସହରରେ ନୁହେଁ, ଗାଁରେ ମଧ୍ୟ ପାଳନ କରାଯାଉଛି। କାରଣ ପୂର୍ବକାଳରୁ ବିଶ୍ୱାସ ରହିଛି ଯେ ଧନ୍‌ତେରସରେ ନିଜ ସକ୍ଷମ ଅନୁସାରେ ସୁନା ହେଉ କିମ୍ବା ରୁପା ଅଥବା ଅନ୍ୟାନ୍ୟ ଧାତୁ ସମ୍ବନ୍ଧିତ ବସ୍ତୁ କିଣିଲେ ଧନପ୍ରାପ୍ତି ସାଙ୍ଗକୁ ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି ସବୁ ବର୍ଗର ଲୋକଙ୍କ ମନରେ ଏକ ବିଶ୍ୱାସ ଜନ୍ମିଯାଇଛି। ସେହି ବିଶ୍ୱାସକୁ ବ୍ୟବସାୟୀମାନେ ମଧ୍ୟ ଭରସା ଦେବାକୁ ଧନ୍‌ତେରସ ଉପଲକ୍ଷେ ଆକର୍ଷଣୀୟ ଅଫର ସାଙ୍ଗକୁ ନୂଆ ନୂଆ ଡିଜାଇନ ଓ ଆକର୍ଷଣୀୟ ରିହାତି ଗ୍ରାହକଙ୍କୁ ଯୋଗାଇଦେବାକୁ ଅଳଙ୍କାର ପ୍ରତିଷ୍ଠାନ ପକ୍ଷରୁ ଯଥା ସମ୍ଭବ ପ୍ରୟାସ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସର ଏମ୍‌ଡି ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଧନ୍‌ତେରସ ଉପଲକ୍ଷେ ପ୍ରତିଷ୍ଠାନ ପକ୍ଷରୁ ଆକର୍ଷଣୀୟ ଅଫର ଓ ନୂତନ ଡିଜାଇନର ସମ୍ଭାର ପ୍ରଦର୍ଶିତ ହେଉଛି। ଏପରିକି ସୁନା କ୍ରୟରେ ୫୦% ପର୍ଯ୍ୟନ୍ତ ରିହାତି (ଅନ୍‌ ମେକିଂ ଚାର୍ଜ) ସାଙ୍ଗକୁ ଆହୁରି ଅନେକ ସୁବିଧା ମଧ୍ୟ ରହିଛି। ସେହିପରି ହୀରା ଗହଣାର କ୍ରୟ ଉପରେ ୩୦% ପର୍ଯ୍ୟନ୍ତ ରିହାତି (ଅନ୍‌ ଡାଇମଣ୍ଡ ଭାଲ୍ୟୁ) ଏବଂ ରୁପା ଅଳଙ୍କାର ଉପରେ ୫୦% ପର୍ଯ୍ୟନ୍ତ ରିହାତି (ଅନ୍‌ ମେକିଂ ଚାର୍ଜ) ରହିଛି। ଅପରପକ୍ଷରେ ସହରର ଅନ୍ୟ ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲୋକନାଥ ଜୁଏଲେରି, ସାହୁଜୀ ଜୁଏଲର୍ସ, ସ୍ବର୍ଣ୍ଣମନ୍ଦିର, ସ୍ମାଇଲ ଗୋଲ୍‌ଡ, କନକ ଜୁଏଲେରିରେ ମଧ୍ୟ ଧନ୍‌ତେରସ ଅଫର ସାଙ୍ଗକୁ ଆକର୍ଷଣୀୟ ଡିଜାଇନ ଓ ଉପହାର ପ୍ରତି କ୍ରୟ ଉପରେ ପ୍ରଦାନ କରାଯାଉଛି ବୋଲି ପ୍ରତିଷ୍ଠାନଗୁଡ଼ିକ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri