କିଏ ହେବେ ମୁଖ୍ୟମନ୍ତ୍ରୀ, ହେଲା ସ୍ପଷ୍ଟ

ଭୁବନେଶ୍ୱର, ୮।୬(ସୁନିତ୍‌ ମିଶ୍ର): ଓଡ଼ିଶାରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ବିଜେଡିକୁ ହରାଇ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭାହୋଇ ସରକାର ଗଠନ ଦିଗରେ ଅଗ୍ରସର ହୋଇଛି। ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସିଥିବାବେଳେ ରାଜ୍ୟରେ ଭାଜପା ନିଶ୍ଚିତ ସରକାର କରିବ ଏବଂ ଜଣେ ଓଡ଼ିଆ ଝିଅ କିମ୍ବା ପୁଅ ମୁଖ୍ୟମନ୍ତ୍ରୀ ହେବେ ବୋଲି ବାରମ୍ବାର ଦୋହରାଇଥିଲେ। ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ଜୁନ୍‌ ୧୦ ତାରିଖରେ ଶପଥ ନେବେ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ତେଣୁ ଏବେ ଭାଜପା କାହାକୁ ମୁଖ୍ୟମନ୍ତ୍ରୀ କରିବ ତାହାକୁ ନେଇ ଚର୍ଚ୍ଚା ସରଗରମ ହୋଇଛି। ଅନ୍ୟପଟେ କେବଳ ମୁଖ୍ୟମନ୍ତ୍ରୀ ରହିବେ ନା ଅନ୍ୟ ଭାଜପା ଶାସିତ ରାଜ୍ୟଗୁଡ଼ିକ ଭଳି କେହି ଜଣେ କିମ୍ବା ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହେବେ, ତାକୁ ନେଇ ମଧ୍ୟ ଆଲୋଚନା ହେଉଛି। ଦଳରେ ଏହା ଉପରେ ବିଚାରବିମର୍ଶ ଚାଲିଥିବା ଭାଜପା ନେତାମାନେ କହିଛନ୍ତି।
ଭାଜପାର ଶପଥ ଗ୍ରହଣ ସମାରୋହ ଆସନ୍ତା ୧୦ ତାରିଖରେ ଜନତା ମଇଦାନଠାରେ ଆୟୋଜନ ହେବ। ନୂଆ ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ୟାବିନେଟ୍‌ର ଅନ୍ୟ ସଦସ୍ୟମାନେ ଏହି ଅବସରରେ ଶପଥ ନେବେ। ଏନେଇ ଗତ ଗୁରୁବାର ଆନୁଷ୍ଠାନିକ ଭାବେ ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଯାଇଛି। ଭାଜପାରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କାହାକୁ କରାଯିବ ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି। ଏଭଳି ସ୍ଥିତିରେ ବିଜୟୀ ବିଧାୟକମାନଙ୍କ ମଧ୍ୟରୁ ହିଁ କାହାକୁ ଭାଜପା ମୁଖ୍ୟମନ୍ତ୍ରୀ ଭାବେ ବାଛିବାର ଅଧିକ ସମ୍ଭାବନା ଥିବା ନେଇ ଚର୍ଚ୍ଚା ହେଉଛି। ଓଡ଼ିଶାରୁ ଏଥର ୨୧ ଲୋକ ସଭା ଆସନ ମଧ୍ୟରୁ ୨୦ ଜଣ ଏମ୍‌ପି ଭାଜପାରୁ ବିଜୟୀ ହୋଇଛନ୍ତି। ଏହି ସଂଖ୍ୟା ଯୋଗୁ କେନ୍ଦ୍ରରେ ଭାଜପାର ସମ୍ମାନ ରକ୍ଷା ପାଇଛି। ନବନିର୍ବାଚିତ ସାଂସଦମାନଙ୍କ ମଧ୍ୟରୁ କେନ୍ଦ୍ରରେ ଯେଉଁ କେତେଜଣ ପରିଚିତ ଚେହେରା ବା କ୍ଷମତାଶାଳୀ ନେତା ରହିଛନ୍ତି ତାଙ୍କ ଭିତରୁ କାହାକୁ ମୁଖ୍ୟମନ୍ତ୍ରୀ ଆସନ ମିଳିବା ନେଇ ସାଧାରଣରେ ଚର୍ଚ୍ଚା ହେଲେ ମଧ୍ୟ ତାହା ଏବର ସ୍ଥିତିରେ କଠିନ ବ୍ୟାପାର ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଏଥର ଭାଜପା କେନ୍ଦ୍ରରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିବାରୁ ସରକାର ଗଠନ କରିବା ଲାଗି ଅନ୍ୟ ସହଯୋଗୀ ଦଳଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଛି। ତେଣୁ କୌଣସି ବିଜୟୀ ଏମ୍‌ପିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛି ଭାଜପା କେନ୍ଦ୍ରରେ ଗୋଟିଏ ଲୋକ ସଭା ଆସନକୁ ଖାଲି କରିବ ବୋଲି ବିଶ୍ୱାସ ହେଉନାହିଁ। ଜିତିଥିବା କୌଣସି ଏମ୍‌ପିଙ୍କୁ ଯଦି ଏଠାରେ ମୁଖ୍ୟମନ୍ତ୍ରୀ କରାଯାଏ ଏବଂ ସେହି ଲୋକ ସଭା ଆସନରେ ଉପନିର୍ବାଚନ ହୁଏ, ଭାଜପା ପୁନର୍ବାର ସେଠାରେ ଜିତିବାର ନିଶ୍ଚିତତା ପ୍ରଶ୍ନବାଚୀରେ ଆସିଯିବ। କାରଣ ଓଡ଼ିଶାରେ ୨୪ ବର୍ଷ କ୍ଷମତାରେ ଥିବା ବିଜେଡିକୁ ହଟାଇବା ପରେ କୌଣସି ଆସନରେ ଉପନିର୍ବାଚନ ହେଲେ ଉକ୍ତ ଦଳ ପ୍ରତି ମଧ୍ୟ ଲୋକଙ୍କ ଅନୁକମ୍ପା ରହିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଚଳିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ଏଭଳି ସମୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି କୌଣସି ନବନିର୍ବାଚିତ ବିଧାୟକ ନିଜ ଆସନ ଛାଡ଼ିବାକୁ ରାଜି ହେବେ ସେକଥା ମଧ୍ୟ ସେତେଟା ସମ୍ଭବ ଲାଗୁନାହିଁ। ତେଣୁ ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ କାହାକୁ ହିଁ ମୁଖ୍ୟମନ୍ତ୍ରୀ ଆସନରେ ଭାଜପା କେନ୍ଦ୍ରୀୟ ନେତାମାନେ ବସାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟପଟେ ଜିତିଥିବା ବିଧାୟକମାନଙ୍କ ମଧ୍ୟରୁ ଜଣେ ଓବିସି, ଆଦିବାସୀ, ଦଳିତ ପ୍ରାର୍ଥୀଙ୍କୁ ମଧ୍ୟ ଦଳ ମୁଖ୍ୟମନ୍ତ୍ରୀ ଆସନରେ ଯେ ନ ବସାଇବ ସେକଥା କୁହାଯାଇ ନ ପାରେ।
ଏପରିସ୍ଥଳେ ଜନତା ମଇଦାନଠାରେ ଶପଥ ଉତ୍ସବର ପ୍ରସ୍ତୁତି ଦାୟିତ୍ୱ ନେବାକୁ ୫୦ ଜଣ ସରକାରୀ ଅଧିକାରୀଙ୍କୁ ବଛାଯାଇଛି। ଏହି ଉତ୍ସବରେ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗଦେବା କାର୍ଯ୍ୟକ୍ରମ ରହିଛି। ତେବେ ଶପଥ ଉତ୍ସବ କାର୍ଯ୍ୟକ୍ରମ ସମ୍ପର୍କରେ ଭାଜପା ରାଜ୍ୟ ସଭାପତି ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଜୟୀ ବିଧାୟକ, ଜିଲା ସଭାପତି ଏବଂ ଅନ୍ୟ କାର୍ଯ୍ୟକର୍ତ୍ତମାନଙ୍କ ସହ ବିଧିବଦ୍ଧ ଭାବେ ଆଲୋଚନା କରିଛନ୍ତି। ଆସନ୍ତା ୮ ତାରିଖରେ ଭାଜପାର ବିଧାୟକ ଦଳ ବୈଠକ ବସିବ ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ଏହାସହ କେନ୍ଦ୍ରରୁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତକରି ଏଥିରେ ସାମିଲ କରାଯିବା ମଧ୍ୟ ସମ୍ଭାବନା ରହିଛି। ଏଠାରେ ମନେପକାଇ ଦିଆଯାଇପାରେ, କଂଗ୍ରେସରେ କେବେହେଲେ ବିଧାୟକମାନଙ୍କୁ ପଚରାଯାଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବଛାଯାଉ ନ ଥିଲା। ଗୋଟିଏ ‘ବନ୍ଦ ଲଫାପା’ରେ ଗୋଟିଏ ନାମ ଆସିଥାଏ। ଯାହାକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଘୋଷଣା କରିଥାଆନ୍ତି। ଦେଖିବାର ବାକି ଅଛି କଂଗ୍ରେସ ଭଳି ଭାଜପାରେ ମଧ୍ୟ ବନ୍ଦ ଲଫାପାରେ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଆସିବ କି। ଅନ୍ୟତ୍ର ବିଧାୟକମାନଙ୍କ ମତ ଖୋଲାଖୋଲି ଲୋଡ଼ି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବଛାଯିବ କି ନାହିଁ ତାହା ହେଉଛି ଏବେକାର ଚର୍ଚ୍ଚା।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri