Posted inଜାତୀୟ

ଦରବୃଦ୍ଧି, ବେକାରି: ଗ୍ରାମାଞ୍ଚଳରେ ଭାଜପାକୁ କାଳ

ନୂଆଦିଲ୍ଲୀ,୮ା୬: ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ଏକ-ତୃତୀୟାଂଶ ଗ୍ରାମାଞ୍ଚଳ ଆସନ ହରାଇଦେଇଛି। ଗ୍ରାମାଞ୍ଚଳରେ ନିଯୁକ୍ତିର ଅଭାବ ଓ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ବଢ଼ୁଥିବା ଅସନ୍ତୋଷ ଏଥିରୁ ପ୍ରତିଫଳିତ ହୋଇଛି। ଗତ ଏପ୍ରିଲ ୧୯ରୁ ଜୁନ୍‌ ୧ ମଧ୍ୟରେ ଅଷ୍ଟାଦଶ ଲୋକ ସଭାର ୫୪୩ ଆସନ ପାଇଁ ୭ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାର ଫଳାଫଳ ଜୁନ୍‌ ୪ରେ ଆସିଥିଲା। ଭାଜପା ଏଥର ୨୪୦ ଆସନ ପାଇଛି, ଯାହାକି ୨୦୧୯ ନିର୍ବାଚନ ତୁଳନାରେ ୬୩ କମ୍‌। ଶାସକ ଦଳର ଦୁର୍ବଳ ପ୍ରଦର୍ଶନ ଲୋକ ସଭାରେ ଅନ୍ୟ ଦଳଗୁଡ଼ିକ ପ୍ରତି ନିର୍ଭରଶୀଳ ହେବାକୁ ବାଧ୍ୟ କରିଛି। ୨୦୧୯ରେ ଗ୍ରାମାଞ୍ଚଳରେ ଭାଜପାକୁ ୨୦୧ ଲୋକ ସଭା ଆସନ ମିଳିଥିଲା। ଏଥର ଏହା ୧୨୬କୁ ଖସିଆସିଥିବା ବିଶ୍ଳେଷଣରୁ ଜଣାପଡ଼ିଛି। ଏହି ଆସନଗୁଡ଼ିକ ମଧ୍ୟରେ ଆସାମ, ଜମ୍ମୁ-କଶ୍ମୀର ଓ ଲଦାଖ ଭଳି ଅଞ୍ଚଳର ସୀମା ପୁନଃ ନିର୍ଦ୍ଧାରିତ ସଂସଦୀୟ କ୍ଷେତ୍ରଗୁଡ଼ିକୁ ସାମିଲ କରାଯାଇନାହିଁ।
ନୂଆଦିଲ୍ଲୀର ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚରେ କାର୍ଯ୍ୟରତ ରାଜନୈତିକ ବିଶେଷଜ୍ଞ ରାହୁଲ ବର୍ମା କହିଛନ୍ତି, ମୋଦିଙ୍କ ଦଳ ବିଶେଷକରି ଉତ୍ତର ପ୍ରଦେଶ ଓ ରାଜସ୍ଥାନ ଭଳି ହିନ୍ଦୀଭାଷୀ ରାଜ୍ୟରେ ଜନ ସମର୍ଥନ ହରାଇଦେଇଛି। ସବୁଠୁ ସମୃଦ୍ଧ ଦକ୍ଷିଣ ଭାରତ ଓ ଆର୍ଥିକ ବିକାଶ ଦିଗରେ ଅଗ୍ରସର ପଶ୍ଚିମ ଭାଗରେ ମଧ୍ୟ ଭାଜପାକୁ ନିରାଶ ହେବାକୁ ପଡ଼ିଛି। ଗ୍ରାମାଞ୍ଚଳର ଦୁର୍ଦ୍ଦଶା ଏହି ନୈରାଶ୍ୟଜନକ ପ୍ରଦର୍ଶନର ଏକ କାରଣ ହୋଇଥାଇପାରେ ବୋଲି ସେ କହିଛନ୍ତି।
ଅଧୀନରେ ଭାରତ ବିଶ୍ୱର ଅନ୍ୟତମ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି। କିନ୍ତୁ ଦେଶର କାର୍ଯ୍ୟଶକ୍ତିରେ ପ୍ରବେଶ କରୁଥିବା ଆଶାୟୀଙ୍କ ପାଇଁ ବହୁ କମ୍‌ ସଂଖ୍ୟକ ଚାକିରି ରହିଛି। ଭାରତର ୧୪୦ କୋଟି ଲୋକଙ୍କ ମଧ୍ୟରୁ ୬୦% ଗ୍ରାମାଞ୍ଚଳରେ ବସବାସ କରନ୍ତି। ସେମାନେ କର୍ମନିଯୁକ୍ତିର ଅଭାବ ଦେଇ ଗତି କରୁଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବୃଦ୍ଧି ଦାଉ ସାଧୁଛି।
ଦ୍ରୁତ ଅଭିବୃଦ୍ଧିକୁ ନେଇ ନିଜ ଟ୍ରାକ୍‌ ରେକର୍ଡ, ଗରିବଙ୍କ ପାଇଁ ସରକାରୀ କାର୍ଯ୍ୟକ୍ରମ ଏବଂ ଭାଜପାର ହିନ୍ଦୁ ଜାତୀୟତାବାଦକୁ ନେଇ ନିର୍ବାଚନ ପ୍ରଚାର କରିଥିଲେ। କିନ୍ତୁ ଫଳାଫଳ ଦର୍ଶାଉଛି ଯେ, ଭାଜପା ଦେଶର ୩୪୪ ଗ୍ରାମାଞ୍ଚଳ କିମ୍ବା ଅର୍ଦ୍ଧଗ୍ରାମାଞ୍ଚଳ ଆସନରେ ବେରୋଜଗାର, ମୁଦ୍ରାସ୍ଫୀତି ଏବଂ ଆୟରେ ଅସମାନତାକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ନଇଁପଡ଼ିଛି।
ସମ୍ଭବତଃ ଭାଜପା ନିର୍ବାଚନ ପୂର୍ବରୁ ଯେଉଁ ସବୁ ବଡ଼ ଘୋଷଣାକୁ ନେଇ ଆମତ୍ବିଶ୍ୱାସୀ ଥିଲା, ସେଗୁଡ଼ିକ ଗ୍ରାମାଞ୍ଚଳର ମତଦାତାଙ୍କ ପାଇଁ ଗୌଣ ହୋଇଯାଇଛି ବୋଲି ବର୍ମା କହିଛନ୍ତି।
ହାର ମାର୍ଚ୍ଚରେ ୭.୪% ଥିବାବେଳେ ଏପ୍ରିଲରେ ୮.୧%କୁ ବଢ଼ିଥିବା ନେଇ ଘରୋଇ ଥିଙ୍କ୍‌ଟ୍ୟାଙ୍କ୍‌ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି ପକ୍ଷରୁ କୁହାଯାଇଛି। କୋଭିଡ୍‌-୧୯ ମହାମାରୀ ପୂର୍ବରୁ ଏହି ହାର ୬% ଥିଲା।
ନିର୍ବାଚନରେ ବେରୋଜଗାରି ଏକ ଫ୍ୟାକ୍ଟର ଥିଲା ବୋଲି ଭାଜପା ସ୍ବୀକାର କରିଛି। ଏଥ୍‌ତ୍ସହ ଯାହା କରାଯାଇପାରିଥାନ୍ତା କରାଯାଇଛି ବୋଲି କହିଛି। ୧୨୬ ଆସନରେ ଏହାର ଭୋଟ ହାର ପ୍ରାୟ ୩% ହ୍ରାସ ପାଇଛି। ଏଥିଯୋଗୁ ସେହି ଆସନଗୁଡ଼ିକରେ ମୋଦିଙ୍କ ହାରାହାରି ବିଜୟ ବ୍ୟବଧାନ ୧୫.୬%କୁ ଖସିଯାଇଛି, ଯାହାକି ୨୦୧୯ରେ ୨୨.୯% ଥିଲା। ଅନ୍ୟପକ୍ଷେ ଗତ ନିର୍ବାଚନରେ ସହରାଞ୍ଚଳର ୧୭୯ ଆସନର ମଧ୍ୟରୁ ଭାଜପାକୁ ୯୦ ସିଟ୍‌ରେ ସଫଳତା ମିଳିଥିଲା। ଏଥର ସେଥିରୁ ୭୮ ଆସନକୁ ଦଖଲ କରିବାରେ ଦଳ ସକ୍ଷମ ହୋଇଛି। ଭୋଟରମାନେ ଦରବୃଦ୍ଧି, ବେରୋଜଗାରି, ଆୟ ହ୍ରାସ, ଦୁର୍ନୀତି ନିବବାରଣରେ ବିଫଳତା ଓ ଠକେଇ ଆଦିକୁ ନେଇ ଚିନ୍ତିତ ବୋଲି ଲୋକନୀତି-ସିଏସ୍‌ଡିଏସ୍‌ ପକ୍ଷରୁ ନିର୍ବାଚନ ପରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri